Advertisment

ମାର୍ଚ୍ଚ ମାସରେ ଘରକୁ ଫେରିବେ ବୋଲି କହିଥିଲେ, ହେଲେ ବିଧିର ବିଧାନ ବଡ଼ ବିଚିତ୍ର...

ଯାଜପୁର(ଗୁଲାମ୍ ଗସ) ଝୁରୁଛି ମାଟି, ମନେ ପକାଉଛନ୍ତି ପରିବାର, ପ୍ରିୟଜନ । ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଆଜି ଆଖିରୁ ଲୁହ ସିନା ଶୁଖୁନି କିନ୍ତୁ ଗର୍ବରେ ଛାତି ଚଉଡ଼ା ହେଉଯାଉଛି ସମସ୍ତଙ୍କର। କାରଣ, ଦେଶ ପାଇଁ ନିଜ ମାଟି ମାଆ ପାଇଁ ବଳିଦାନ ଦେଇଛନ୍ତି ଯାଜପୁର କ୍ଷେତ୍ରପାଳ ଗାଁର ଶଶାଙ୍କ ଶେଖର ସାମଲ । ସହିଦଙ୍କ ମରଶରୀର ପଂଚଭୁତରେ ଲୀନ ହୋଇଯିବା ପରେ ଏବେ ଖାଁ ଖାଁ ପୁରା ଗାଁ। ଦେଶ […]

ଅଦ୍ୟତନ ହୋଇଛି
ମାର୍ଚ୍ଚ ମାସରେ ଘରକୁ ଫେରିବେ ବୋଲି କହିଥିଲେ, ହେଲେ ବିଧିର ବିଧାନ ବଡ଼ ବିଚିତ୍ର...

7nm

Advertisment

ଯାଜପୁର(ଗୁଲାମ୍ ଗସ) ଝୁରୁଛି ମାଟି, ମନେ ପକାଉଛନ୍ତି ପରିବାର, ପ୍ରିୟଜନ । ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଆଜି ଆଖିରୁ ଲୁହ ସିନା ଶୁଖୁନି କିନ୍ତୁ ଗର୍ବରେ ଛାତି ଚଉଡ଼ା ହେଉଯାଉଛି ସମସ୍ତଙ୍କର। କାରଣ, ଦେଶ ପାଇଁ ନିଜ ମାଟି ମାଆ ପାଇଁ ବଳିଦାନ ଦେଇଛନ୍ତି ଯାଜପୁରକ୍ଷେତ୍ରପାଳ ଗାଁର ଶଶାଙ୍କ ଶେଖର ସାମଲ । ସହିଦଙ୍କ ମରଶରୀର ପଂଚଭୁତରେ ଲୀନ ହୋଇଯିବା ପରେ ଏବେ ଖାଁ ଖାଁ ପୁରା ଗାଁ।

Advertisment

ଦେଶ ପାଇଁ ବଳିଦାନ ଦେଇଥିବା ଶଶାଙ୍କଙ୍କ ଫଟୋ ଧରି ବାହୁନୁଛନ୍ତି ତାଙ୍କ ପତ୍ନୀ, ମାଆ ଓ ଭଉଣୀ । ରୋଜଗାରିଆ ପୁଅ ଅସମୟରେ ଛାଡି ଚାଲିଯିବା ପରେ ପରିବାରରେ ଯେମିତି ଘୋଟିଯାଇଛି କଳା ବାଦଲ। ୨ ବର୍ଷର ପୁଅ କିଛି ବୁଝିପାରୁନଥିଲେବି ତା ଆଖି କିନ୍ତୁ ଖୋଜୁଛି କେତେବେଳେ ତା ବାପା ସବୁଥର ଭଳି ଆସି ତାକୁ କୋଳକୁ ଟେକିନେବେ। ସହିଦ୍ ଯବାନ ଶଶାଙ୍କଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି ସତ କିନ୍ତୁ ତା ସହିତ ନିରବି ଯାଇଛି ଯାଜପୁର ଧର୍ମଶାଳା ବ୍ଲକର କ୍ଷେତ୍ରପାଳ ଗାଁ । ସଭିଏଁ ଝୁରୁଛନ୍ତି ବୀର ଯବାନଙ୍କୁ।

ବର୍ଷ ଧରି ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ ଶଶାଙ୍କ । ଆସନ୍ତା ମାର୍ଚ୍ଚ ମାସରେ ଘରକୁ ଫେରିବେ ବୋଲି କହିଥିଲେ । ଏନେଇ ଛୁଟି ବି ମଂଜୁର ହୋଇଥିଲା । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର । ଲଦାଖରେ ଡ୍ୟୁଟିରେ ଥିବା ବେଳେ ସେ ସହିଦ ହୋଇଥିଲେ। ଗାଁକୁ ଆସିଲା ଶଶାଙ୍କଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ସହିଦଙ୍କ ପରିବାର ପ୍ରତି ସମବେଦନାର ସୁଅ ଛୁଟୁଛି । ମନ ଭିତରେ ଅନେକ ଦୁଖ, କୋହ ଥିଲେବି ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବାରୁ ପରିବାରଲୋକେ ଗର୍ବ ଅନୁଭବ କରୁଛନ୍ତି । ସରକାର ଏହି ପରିବାରକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe