Advertisment

ଅଗ୍ନି ନୁହେଁ, ପାଣିକୁ ସାକ୍ଷୀ ରଖି ଏଠି ବାହା ହୁଅନ୍ତି ସମ୍ପର୍କୀୟ ଭାଇ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଖାସ୍‌ କରି କିଛି ଆଦିବାସୀ ସମ୍ପ୍ରଦାୟରେ ବିବାହର ପରମ୍ପରା ବଡ଼ ବିଚିତ୍ର। କେଉଁଠି “ଧାଙ୍ଗିଡି ବେଣ୍ଟରୁ” ଅର୍ଥାତ୍ ମନ ମିଶିଲେ ବାହାଘର ହୁଏ, ତ ପୁଣି କେଉଁଠି ମନକୁ ପାଇଥିବା ଝିଅକୁ ଝିଙ୍କି ଆଣିଲେ(ଝିଙ୍କା ବିବାହ) ସେ ପାଲଟିଯାଏ ଜୀବନସାଥୀ। ନିକଟ ସମ୍ପର୍କୀୟ ଭାଇକୁ ଭଉଣୀ ବାହାହେବା ପ୍ରଥା ଦେଶର କେତେକ ଅଞ୍ଚଳରେ ପ୍ରଚଳିତ ଥିବା କଥା ଆପଣ ଜାଣନ୍ତି। ହେଲେ, ଆପଣ […]

ଅଦ୍ୟତନ ହୋଇଛି
ଅଗ୍ନି ନୁହେଁ, ପାଣିକୁ ସାକ୍ଷୀ ରଖି ଏଠି ବାହା ହୁଅନ୍ତି ସମ୍ପର୍କୀୟ ଭାଇ ଭଉଣୀ

gg

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଖାସ୍‌ କରି କିଛି ଆଦିବାସୀ ସମ୍ପ୍ରଦାୟରେ ବିବାହର ପରମ୍ପରା ବଡ଼ ବିଚିତ୍ର। କେଉଁଠି “ଧାଙ୍ଗିଡି ବେଣ୍ଟରୁ” ଅର୍ଥାତ୍ ମନ ମିଶିଲେ ବାହାଘର ହୁଏ, ତ ପୁଣି କେଉଁଠି ମନକୁ ପାଇଥିବା ଝିଅକୁ ଝିଙ୍କି ଆଣିଲେ(ଝିଙ୍କା ବିବାହ) ସେ ପାଲଟିଯାଏ ଜୀବନସାଥୀ।

Advertisment

ନିକଟ ସମ୍ପର୍କୀୟ ଭାଇକୁ ଭଉଣୀ ବାହାହେବା ପ୍ରଥା ଦେଶର କେତେକ ଅଞ୍ଚଳରେ ପ୍ରଚଳିତ ଥିବା କଥା ଆପଣ ଜାଣନ୍ତି। ହେଲେ, ଆପଣ କେବେ ଶୁଣିଛନ୍ତି କି, ପାଣିକୁ ସାକ୍ଷୀ ରଖି ସମ୍ପର୍କୀୟ ଭାଇ ଭଉଣୀଙ୍କ ବିବାହ ପରମ୍ପରା କଥା?

ଛତିଶଗଡ଼ର କାଙ୍ଗେର ଘାଟିରେ ରହୁଥିବା 'ଧୁରବା' ସମ୍ପ୍ରଦାୟର ଲୋକଙ୍କ କଥା କହୁଛୁ। ଯେଉଁଠି ବିବାହର ପରମ୍ପରା ଅତି ବିଚିତ୍ର। ଝିଅ ହେଉକି ପୁଅ, ସମ୍ପର୍କୀୟ ଭାଇ ବା ଭଉଣୀକୁ ହିଁ ସେ ବିବାହ କରିବାକୁ ବାଧ୍ୟ। ଏମିତି କରିବାକୁ ଅମଙ୍ଗ ହେଲେ ଜରିମନା ଦେବାକୁ ପଡେ।

Advertisment

ନିଜ ସମ୍ପ୍ରଦାୟ ବ୍ୟତୀତ ବା ସମ୍ପର୍କୀୟ ହୋଇ ନ ଥିବା ଅନ୍ୟ କୌଣସି ଯୁବତୀର ହାତ ଧରିବା ଏଠି ଅପରାଧ।

ଖାଲି ସେତିକି ନୁହେଁ ଏଠି ବାହାଘର ବେଳେ ହୋମଯଜ୍ଞ ହୁଏନି କି ନିଆଁ ଜଳେନି। କାରଣ ନିଆଁ ଭଳି ସଂସାର ଜଳିଯିବାର ଭୟ ଏହି ସମ୍ପ୍ରଦାୟର ଲୋକଙ୍କ ଭିତରେ ରହିଛି। ତେଣୁ ଏଠି ବାହାଘର ହେଲେ ଜଳକୁ ସାକ୍ଷୀ ରଖାଯାଏ।

ଏଠାକାର ଲୋକ ବିଶ୍ୱାସ କୁହେ, ପାଣିକୁ ସାକ୍ଷୀ ରହି ବିବାହ କଲେ ଜୀବନ ସୁଖମୟ ହୁଏ। ଆଉ ଯଦି କେବେ ବିପଦ ଆସେ ତା ହେଲେ ପାଣିର ଗାର ଭଳି ସେ ବି ଆପଣାଛାଏଁ ଲିଭିଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe