ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନକୁ ନେଇ ଆମେ ସମସ୍ତେ ଚିନ୍ତିତ। କେହି ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ, ତ କିଏ ଓଜନ କମ୍ ଥିବାରୁ ଚିନ୍ତାରେ। ଅତ୍ୟଧିକ ଓଜନ ଥିବା ଲୋକ ଓଜନ କମାଇବାକୁ ନାନା ଉପାୟ ଆପଣାଉଥିବା ବେଳେ ପତଳା ବ୍ୟକ୍ତିମାନେ ଓଜନ ବଢ଼ାଇବାକୁ ପ୍ରୟାସ କରୁଥାନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନିର୍ଦ୍ଦିଷ୍ଟ କେତେକ ଫଳ ଖାଇ ପତଳା ବ୍ୟକ୍ତିମାନେ ନିଜର ଓଜନ ବଢ଼ାଇପାରିବେ। କେତେକ ନିର୍ଦ୍ଦିଷ୍ଟ ଫଳରେ ଆବଶ୍ୟକତାରୁ ଅଧିକ […]

DRY-FRUITS

DRY-FRUITS

Pragnya Choudhury
  • Published: Tuesday, 20 October 2020
  • Updated: 20 October 2020, 03:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନକୁ ନେଇ ଆମେ ସମସ୍ତେ ଚିନ୍ତିତ। କେହି ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ, ତ କିଏ ଓଜନ କମ୍ ଥିବାରୁ ଚିନ୍ତାରେ। ଅତ୍ୟଧିକ ଓଜନ ଥିବା ଲୋକ ଓଜନ କମାଇବାକୁ ନାନା ଉପାୟ ଆପଣାଉଥିବା ବେଳେ ପତଳା ବ୍ୟକ୍ତିମାନେ ଓଜନ ବଢ଼ାଇବାକୁ ପ୍ରୟାସ କରୁଥାନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନିର୍ଦ୍ଦିଷ୍ଟ କେତେକ ଫଳ ଖାଇ ପତଳା ବ୍ୟକ୍ତିମାନେ ନିଜର ଓଜନ ବଢ଼ାଇପାରିବେ।

କେତେକ ନିର୍ଦ୍ଦିଷ୍ଟ ଫଳରେ ଆବଶ୍ୟକତାରୁ ଅଧିକ କ୍ୟାଲୋରୀ ମିଳିଥାଏ, ଯାହା ଓଜନ ବୃଦ୍ଧିରେ ସହାୟକ ହୁଏ। ଖାଲି ଏତିକି ନୁହେଁ, ଏହି ଫଳଗୁଡ଼ିକରେ ଭିଟାମିନ ଏବଂ ମିନେରାଲ୍ସ ମଧ୍ୟ ଭରପୁର ରହିଥାଏ। ତେବେ ଆପଣଙ୍କ ଓଜନ ବଢ଼ାଇବାରେ ସହାୟକ ହେଉଥିବା କେତେକ ଫଳ ବିଷୟରେ ଆସନ୍ତୁ ଜାଣିବା....

केला

କଦଳୀ- ଆପଣ ବି ନିଜର କମ୍ ଓଜନ ପାଇଁ ଚିନ୍ତିତ କି? ତା'ହେଲେ କଦଳୀଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ। ଏହା ପୁଷ୍ଟିଯୁକ୍ତ ଏବଂ ଏଥିରେ ଯଥେଷ୍ଟ ପରିମାଣର କ୍ୟାଲୋରୀ ଏବଂ କାର୍ବସ୍ ରହିଛି। ଏକ ମଧ୍ୟମ ଆକାରର କଦଳୀରୁ ୧୦୫ କ୍ୟାଲୋରୀ, ୧ ଗ୍ରାମ ପ୍ରୋଟିନ୍, ୦.୪ ଗ୍ରାମ୍ ଫ୍ୟାଟ୍, ୨୭ ଗ୍ରାମ କାର୍ବସ୍, ୩ ଗ୍ରାମ୍ ଫାଇବର ଏବଂ ୨୬ ପ୍ରତିଶତ ଭିଟାମିନ ବି-୬ ମିଳିଥାଏ। ଓଟମିଲ୍, ସ୍ମୁଦି ବା ୟୋଗର୍ଟ ସହ ଏହାକୁ ଖାଇଲେ ଏହା ଓଜନ ବଢ଼ାଇବାରେ ସାହାଯ୍ୟ କରେ।

नारियल

ନଡ଼ିଆ- ଓଜନ ବୃଦ୍ଧି ପାଇଁ ଅନ୍ୟତମ ସର୍ବତ୍କୃଷ୍ଟ ଫଳ ହେଉଛି ନଡ଼ିଆ। ଏଥିରେ ଏକାଧିକ ଗୁଣବତ୍ତା ରହିଥିବା ବେଳେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ। ନଡ଼ିଆରେ କ୍ୟାଲୋରୀ, ଫ୍ୟାଟ୍ ଏବଂ କାର୍ବସ ପ୍ରଚୂର ପରିମାଣରେ ମିଳିଥାଏ, ଯାହା ବିଶେଷ କରି ଓଜନ ବୃଦ୍ଧିରେ ସହାୟକ ହୁଏ। ୨୮ ଗ୍ରାମ ନଡ଼ିଆରୁ ୯୯ କ୍ୟାଲୋରୀ, ୧ ଗ୍ରାମ ପ୍ରୋଟିନ୍, ୯.୪ ଗ୍ରାମ ଫ୍ୟାଟ୍, ୪.୩ ଗ୍ରାମ କାର୍ବସ୍, ୨.୫ ଗ୍ରାମ୍ ଫାଇବର, ୧୭ ପ୍ରତିଶତ ମାଙ୍ଗାନିଜ ଏବଂ ୫ ପ୍ରତିଶତ ସେଲେନିୟମ୍ ମିଳିଥାଏ। ସିଧାସଳଖ ନଡ଼ିଆ ଖାଇବାକୁ ଯଦି ଆପଣ ଭଲ ପାଆନ୍ତି ନାହିଁ, ତେବେ ଏହାକୁ ଫ୍ରୁଟ୍ ସାଲାଡ୍ କିମ୍ବା ସ୍ମୁଦି ସହ ମଧ୍ୟ ଆପଣ ନିଜ ଡାଏଟରେ ସାମିଲ କରିପାରିବେ।

आम

ଆମ୍ବ- ଫଳ ଦୁନିଆର ରାଜା ହେଉଛି ଆମ୍ବ। ଏହା ଯେତିକି ସ୍ୱାଦିଷ୍ଟ, ସେତିକି ପୋଷକ ତତ୍ୱରେ ମଧ୍ୟ ଭରପୁର। କଦଳୀ ଭଳି ଆମ୍ବରୁ ମଧ୍ୟ ଯଥେଷ୍ଟ କ୍ୟାଲୋରୀ ମିଳିଥାଏ। ଏକ କପ୍ ଆମ୍ବ (୧୬୫ ଗ୍ରାମ)ରୁ ୯୯ କ୍ୟାଲୋରୀ, ୧.୪ ଗ୍ରାମ ପ୍ରୋଟିନ୍, ୦.୬ ଗ୍ରାମ୍ ଫ୍ୟାଟ୍, ୨୫ ଗ୍ରାମ୍ କାର୍ବସ୍, ୩ ଗ୍ରାମ୍ ଫାଇବର, ୬୭ ପ୍ରତିଶତ ଭିଟାମିନ ସି ଏବଂ ୧୮ ପ୍ରତିଶତ ଫୋଲେଟ୍ ମିଳିଥାଏ। କେବଳ ଏତିକି ନୁହେଁ ଆମ୍ବରେ ଭିଟାମିନ୍ ବି, ଏ ଏବଂ ଇ ମଧ୍ୟ ପ୍ରଚୁର ପରିମାଣରେ ମହଜୁଦ ଅଛି।

एवोकाडो

ଏଭୋକାଡୋ- ଅନେକ ପୋଷକତତ୍ୱରେ ଭରପୂର ଏଭୋକାଡୋ ମଧ୍ୟ ପତଳା ବ୍ୟକ୍ତିମାନଙ୍କ ପାଇଁ ବେଶ ଉପକାରୀ। ଏଥିରେ କ୍ୟାଲୋରୀ ସହ ହେଲଦୀ ଫ୍ୟାଟ୍ ମଧ୍ୟ ପ୍ରଚୂର ପରିମାଣରେ ରହିଛି। ଏକ ମଧ୍ୟମ ଧରଣର ଆଭୋକାଡୋରେ ୧୬୧ କ୍ୟାଲୋରୀ, ୨ ଗ୍ରାମ ପ୍ରୋଟିନ, ୧୫ ଗ୍ରାମ୍ ଫ୍ୟାଟ୍, ୮.୬ ଗ୍ରାମ୍ କାର୍ବସ୍, ୭ ଗ୍ରାମ୍ ଫାଇବାର, ୧୭.୫ ପ୍ରତିଶତ ଭିଟାମିନ କେ ଏବଂ ୨୧ ପ୍ରତିଶତ ଫୋଲେଟ୍ ମିଳିଥାଏ। ଏଥିରେ ପୋଟାସିୟମ ଏବଂ ଭିଟାମିନ ସି, ବି-୫ ଏବଂ ବି-୬ ମଧ୍ୟ ପ୍ରଚୂର ରହିଛି।

सूखे मेवे

ଡ୍ରାଏ ଫ୍ରୁଟସ୍- ସୁଖିଲା ଫଳ ବା ଡ୍ରାଏ ଫ୍ରୁଟସ୍ ରେ ଆଦୌ ପାଣି ନ ଥାଏ। ଏହା ଦେଖିବାକୁ ଆକାରରେ ଛୋଟ ଛୋଟ ହୋଇଥିଲେ ମଧ୍ୟ ଏଥିରେ ଯଥେଷ୍ଟ ପୋଷକ ତତ୍ୱ ଭରିରହିଛି। ଡ୍ରାଏ ଫ୍ରୁଟସ୍ ଖାଇବା ଦ୍ୱାରା ଏନର୍ଜୀ ସହ ଓଜନ ମଧ୍ୟ ବଢ଼ିଥାଏ। ଏଥିରେ ନେଚୁରାଲ୍ ସୁଗାର ବହୁତ ଅଧିକ ପରିମାଣରେ ରହିଥି ବାକୁ ଏହାକୁ ହେଲଦୀ ଫ୍ୟାଟ୍ ବା ପ୍ରୋଟିନ୍ ସହ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଡ୍ରାଏ ଫ୍ରୁଟସ୍ ଓଜନ ବଢ଼ାଇବାରେ ସହାୟକ ହୁଏ...

सूखे खुबानी

ଡ୍ରାଏ ଆପ୍ରିକଟ୍- ଆପ୍ରିକଟ୍ ଏକ ଏଭଳି ଫଳ ଯାହାକୁ ଉଭୟ ସତେଜ ଓ ଶୁଖିଲା ଅବସ୍ଥାରେ ଖାଇଲେ ସୁସ୍ୱାଦ ଲାଗେ। ଏହାକୁ ତାଜା ଖାଇଲେ ଯେତିକି ଉପକାରୀ ଶୁଖିଲା ଖାଇଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର। ଆପ୍ରିକଟରୁ ୬୭ କ୍ୟାଲୋରୀ, ୦.୮ ଗ୍ରାମ୍ ପ୍ରୋଟିନ୍, ୦.୧ ଗ୍ରାମ୍ ଫ୍ୟାଟ୍, ୧୮ ଗ୍ରାମ୍ କାର୍ବସ, ୨ ଗ୍ରାମ୍ ଫାଇବର, ୬ ପ୍ରତିଶତ ଭିଟାମିନ-ଏ ଏବଂ ୮ ପ୍ରତିଶତ ଭିଟାମିନ୍-ଇ ମିଳିଥାଏ। କ୍ୟାଲୋରୀ ବ୍ୟତୀତ ଏଥିରେ ଯଥେଷ୍ଟ ପରିମାଣରେ ବିଟା- କେରୋଟିନ୍ ମଧ୍ୟ ରହିଛି। ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେଲେ ଏହାକୁ ପନିର ଏବଂ ବାଦାମ ସହ ଖାଆନ୍ତୁ।

सूखे अंजीर

ଡ୍ରାଏ ଫିଗ୍ (ଅଞ୍ଜୀର)- ଉଭୟ ତାଜା ଏବଂ ସୁଖିଲା ଅଞ୍ଜୀର ଖାଇବାକୁ ସୁଆଦିଆ ଲାଗେ। ଡ୍ରାଏ ଫ୍ରୁଟସ୍ ମଧ୍ୟରେ ଏହାର ଖୁବ୍ ଚାହିଦା ରହିଛି। ୨୮ ଗ୍ରାମ ଶୁଖିଲା ଅଞ୍ଜୀରରେ ୭୦ କ୍ୟାଲୋରୀ, ୧ ଗ୍ରାମ୍ ପ୍ରୋଟିନ୍, ୦.୩ ଗ୍ରାମ୍ ଫ୍ୟାଟ୍, ୧୮ ଗ୍ରାମ୍ କାର୍ବସ୍, ୩ ଗ୍ରାମ୍ ଫାଇବର, ୪ ପ୍ରତିଶତ ପୋଟାସିୟମ୍ ଏବଂ ୩.୫ ପ୍ରତିଶତ କ୍ୟାଲସିୟମ୍ ମିଳିଥାଏ। ଏହାକୁ ଆପଣ ଓ ଓଟସ୍, ୟୋଗର୍ଟ ବା ସାଲାଡରେ ମିଶାଇ ଖାଇପାରିବେ। କେତେଜଣ ଏହାକୁ ପାଣିରେ ବତୁରାଇ କିମ୍ବା ଫୁଟାଇ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି।

खजूर

ଖଜୁରୀ- ପାଶ୍ଚାତ୍ୟ ଦେଶରେ ସାଧାରଣତଃ ଖଜୂରୀ ପ୍ରଚୁର ପରିମାଣରେ ମିଳିଥାଏ। ଏହା ପୋଷକ ତତ୍ୱରେ ଭରପୂର। ୨୪ ଗ୍ରାମ ଖଜୁରୀରେ ୬୬.୫ କ୍ୟାଲୋରୀ ୦.୪ ଗ୍ରାମ୍ ପ୍ରୋଟିନ୍, ୦.୧ ଗ୍ରାମ୍ ଫ୍ୟାଟ୍, ୧୮ ଗ୍ରାମ୍ କାର୍ବସ୍, ୧.୬ ଗ୍ରାମ୍ ଫାଇବର୍, ୪ ପ୍ରତିଶତ ପୋଟାସିୟମ୍ ଏବଂ ୩ ପ୍ରତିଶତ ମ୍ୟାଗ୍ନେସିୟମ୍ ମିଳିଥାଏ। ଏହାସହ କପର୍, ମାଙ୍ଗାନିଜ୍, ଆଇରନ୍ ଏବଂ ଭିଟାମିନ ବି-୬ ମଧ୍ୟ ଖଜୁରୀରେ ପ୍ରଚୁର ପରିମାଣରେ ରହିଛି। ତେବେ ଓଜନ ବଢ଼ାଇବା ଲାଗି ଆପଣ ଏହାକୁ ଆଲମଣ୍ଡ (ପେସ୍ତା) ବଟର କିମ୍ବା ନଡ଼ିଆ ସହ ଖାଇପାରିବେ।

मुनक्का

ଶୁଖିଲା ଅଙ୍ଗୁର ବା ଡ୍ରାଏ ମୁନକ୍କା- ପୋଷକ ତତ୍ୱରେ ଭରପୂର ଶୁଖିଲା ଅଙ୍ଗୁର ଦେଖିବାକୁ ଛୋଟ କିନ୍ତୁ ଖୁବ୍ ମିଠା। ଏହା କିଶମିଶଠାରୁ ଭିନ୍ନ। ୨୮ ଗ୍ରାମ୍ ଡ୍ରାଏ ମୁନକ୍କାରେ ୭୯ କ୍ୟାଲୋରୀ, ୧.୧୪ ଗ୍ରାମ୍ ପ୍ରୋଟିନ୍, ୦.୧ ଗ୍ରାମ୍ କାର୍ବସ୍, ୨ ଗ୍ରାମ୍ ଫାଇବର, ୧୫ ପ୍ରତିଶତ କପର ଏବଂ ୫ ପ୍ରତିଶତ ଆଇରନ ମିଳିଥାଏ। କ୍ୟାଲୋରୀର ମାତ୍ରା ବଢ଼ାଇବାକୁ ଦହି, ଷ୍ଟଫିଙ୍ଗ୍ ଏବଂ ବେକଡ୍ ଫୁଡସ୍ ସାଙ୍ଗେ ଏହାକୁ ଖାଆନ୍ତୁ।

किशमिश

କିଶମିଶ୍- ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରଙ୍ଗର ଓ ଆକାରର କିଶମିଶ୍ ଦେଖିବାକୁ ମିଳେ। ୨୮ ଗ୍ରାମ୍ କିଶମିଶରେ ୮୫ କ୍ୟାଲୋରୀ, ୧ ଗ୍ରାମ ପ୍ରୋଟିନ୍, ୦.୧ ଗ୍ରାମ୍ ଫ୍ୟାଟ୍, ୨୨ ଗ୍ରାମ୍ କାର୍ବସ୍, ୧ ଗ୍ରାମ୍ ଫାଇବର, ୪.୫ ପ୍ରତିଶତ ପୋଟାସିୟମ୍ ଏବଂ ୩ ପ୍ରତିଶତ ଆଇରନ୍ ମିଳିଥାଏ। ଖାଦ୍ୟ ସୂଚୀରେ କିଶମିଶ୍ ସାମିଲ କଲେ ଆପଣଙ୍କ କ୍ୟାଲୋରୀର ମାତ୍ରା ବଢ଼ିଯିବ ଆଉ ଏହା ଧୀରେ ଧୀରେ ଆପଣଙ୍କୁ ଓଜନ ବଢ଼ାଇବାରେ ସାହାଯ୍ୟ କରିବ।

आलुबुखारा

ଡ୍ରାଏ ପ୍ଲମ୍- ଡ୍ରାଏ ପ୍ଲମ୍ ପୋଷକ ତତ୍ୱରେ ଭରପୂର। ୨୮ ଗ୍ରାମ୍ ଡ୍ରାଏ ପ୍ଲମରେ ୬୭ କ୍ୟାଲୋରୀ, ୦.୬ ଗ୍ରାମ୍ ପ୍ରୋଟିମ୍, ୦.୧ ଗ୍ରାମ୍ ଫ୍ୟାଟ୍, ୧୮ ଗ୍ରାମ୍ କାର୍ବସ୍, ୨ ଗ୍ରାମ୍ ଫାଇବର୍, ୪ ପ୍ରତିଶତ ଭିଟାମିନ୍ କେ ଏବଂ ୪.୪ ପ୍ରତିଶତ ପୋଟାସିୟମ୍ ମିଳିଥାଏ। କେବଳ ଏତିକି ନୁହେଁ, ନିୟମିତ ପ୍ଲମ୍ ଖାଇଲେ କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୋଇଥାଏ। ଡ୍ରାଏ ପ୍ଲମ୍ ଖାଇବା ଦ୍ବାରା ଶରୀରରେ ହେଲଦୀ ଫ୍ୟାଟ୍ ବଢ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story