ଉଚ୍ଚ ଶିକ୍ଷିତା ବୈଶାଖୀ: ହାଇଫାଇ ଚାକିରି ଛାଡ଼ି ତିଆରି କରୁଛନ୍ତି ସାନିଟାରୀ ନାପ୍‌କିନ୍‌

ଯାଜପୁର (ଗୁଲାମ ଗସ): ଉଚ୍ଚ ଶିକ୍ଷିତା ଝିଅ ବୈଶାଖୀ ଜେନା। ହାଇଫାଇ ଚାକିରି ଓ ଚକାଚକ୍‌ ଲାଇଫ୍‌ଷ୍ଟାଇଲ୍‌କୁ ଛାଡ଼ି ଫେରି ଆସିଛନ୍ତି ଗାଁକୁ। ଆଉ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାଙ୍କ ପାଇଁ ତିଆରି କରୁଛନ୍ତି ସାନିଟାରୀ ନାପ୍‌କିନ୍‌। ପାଲଟିଛନ୍ତି ମହିଳା ଉଦ୍ୟୋଗୀ। ଋତୁଶ୍ରାବକୁ ନେଇ ମହିଳା ଓ ଯୁବତୀଙ୍କ ମନରେ ଲଜ୍ଜ୍ୟା ଦୂର କରିବାରେ ଲାଗି ପଡ଼ିଛନ୍ତି। ସାନିଟାରୀ ନାପ୍‌କିନ୍‌ ବ୍ୟବହାର କଲେ କ’ଣ ଫାଇଦା ରହିଛି, ତାହା ଉପରେ ସଚେତନ କରୁଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ […]

Jajpur

Jajpur

Manoranjan Sial
  • Published: Monday, 03 October 2022
  • Updated: 03 October 2022, 10:03 PM IST

Sports

Latest News

ଯାଜପୁର (ଗୁଲାମ ଗସ): ଉଚ୍ଚ ଶିକ୍ଷିତା ଝିଅ ବୈଶାଖୀ ଜେନା। ହାଇଫାଇ ଚାକିରି ଓ ଚକାଚକ୍‌ ଲାଇଫ୍‌ଷ୍ଟାଇଲ୍‌କୁ ଛାଡ଼ି ଫେରି ଆସିଛନ୍ତି ଗାଁକୁ। ଆଉ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାଙ୍କ ପାଇଁ ତିଆରି କରୁଛନ୍ତି ସାନିଟାରୀ ନାପ୍‌କିନ୍‌। ପାଲଟିଛନ୍ତି ମହିଳା ଉଦ୍ୟୋଗୀ। ଋତୁଶ୍ରାବକୁ ନେଇ ମହିଳା ଓ ଯୁବତୀଙ୍କ ମନରେ ଲଜ୍ଜ୍ୟା ଦୂର କରିବାରେ ଲାଗି ପଡ଼ିଛନ୍ତି। ସାନିଟାରୀ ନାପ୍‌କିନ୍‌ ବ୍ୟବହାର କଲେ କ’ଣ ଫାଇଦା ରହିଛି, ତାହା ଉପରେ ସଚେତନ କରୁଛନ୍ତି।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳର ଝିଅ ବୈଶାଖୀ ଜେନା। କ୍ରୀଡା ଶିକ୍ଷକ ବାସୁଦେବ ଜେନା ଓ ବିଜୟଲକ୍ଷ୍ମୀ ଜେନାଙ୍କ ଏକମାତ୍ର ଝିଅ ହେଉଛନ୍ତି ବୈଶାଖୀ। ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ ବେଙ୍ଗାଲୁରୁ ଚାଲିଯାଇଥିଲେ। ସେଠାରେ ଭେଲୋର୍‌ ବିଶ୍ୱବିଦ୍ୟାଳୟରୁ ବାୟୋଟେକରେ ଏମ୍‌ଏସ୍‌ସି ପାସ କରିଥିଲେ। ପରେ ବାଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରୁଥିଲେ। ଭଲ ଦରମାରେ ତିନି ବର୍ଷ ଧରି ଚାକିରି କରିଥିଲେ। କିନ୍ତୁ ଚାକିରିରେ ତାଙ୍କର ମନ ଲାଗୁନଥିଲା। ନିଜେ କେମିତି ଆତ୍ମନିର୍ଭରଶୀଳ ହୋଇପାରିବେ, ତାହା ଉପରେ ଅନବରତ ଚିନ୍ତା କରୁଥିଲେ।

[caption id="attachment_771211" align="aligncenter" width="650"]Jajpur ବାପା ଓ ମାଆଙ୍କ ସହ ବୈଶାଖୀ[/caption]

ତେବେ ହଠାତ୍‌ ମହାମାରୀ କରୋନା ଗ୍ରାସ କଲା। ଆଉ ତା’ପରେ ଘରକୁ ଫେରିଥିଲେ ବୈଶାଖୀ। ଘରେ ରହିଲା ଭିତରେ ଭବିଷ୍ୟତକୁ ଅନେକ ଚିନ୍ତା କରିଥିଲେ। ଆଗକୁ କ’ଣ କରିବେ? ସାଙ୍ଗ ସାଥୀ ଓ ପରିଜନଙ୍କ ସହିତ ଘନଘନ ଆଲୋଚନା କଲେ। ବହୁ ବିଚାରବିମର୍ଶ ପରେ ସାନିଟାରୀ ନାପ୍‌କିନ୍‌ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଲେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କୁ କମ୍‌ ଦରରେ ସାନିଟାରୀ ନାପ୍‌କିନ୍‌ ଯୋଗାଇବା ଉଦ୍ଦେଶ୍ୟରେ ‘ଫ୍ଲୋରା’ କମ୍ପାନୀ ପ୍ରତିଷ୍ଠା କରିଥିଲେ ବୈଶାଖୀ। ଏହାଛଡ଼ା ସାନିଟାରୀ ନାପ୍‌କିନ୍‌ ବ୍ୟବହାର ଓ ଏହାର ଫାଇଦା ବିଷୟରେ ମହିଳାମାନଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି। ବୈଶାଖୀଙ୍କ ଏଭଳି ପ୍ରୟାସକୁ ପରିବାର ଲୋକେ ପ୍ରଶଂସା କରିବା ସହ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଉଛନ୍ତି।

ବୈଶାଖୀଙ୍କ କହିବା ଅନୁସାରେ ତିନି ବର୍ଷ ଧରି ଚାକିରି କରିଥିଲି। କିନ୍ତୁ ସେଥିରେ ସନ୍ତୁଷ୍ଟ ନଥିଲି। ସେଥିପାଇଁ ଗାଁକୁ ଫେରିଆସି ସାନିଟାରୀ ନାପ୍‌କିନ୍‌ର ନୂଆ କମ୍ପାନୀ ‘ଫ୍ଲୋରା’ ଆରମ୍ଭ କଲି। ଋତୁଶ୍ରାବ ନେଇ ମହିଳାମାନେ ବେଶୀ କିଛି କଥା ହୁଅନ୍ତି ନାହିଁ। ସେ ବିଷୟରେ ଆଲୋଚନା କରିବା ପାଇଁ ସେମାନଙ୍କୁ ଖରାପ ଲାଗୁଛି। ମହିଳାମାନେ ଜାଣିବା ଦରକାର ଋତୁଶ୍ରାବ ହେଉଛି ସେମାନଙ୍କ ଶରୀରରେ ଗୋଟିଏ ରେଗୁଲାର ପ୍ରୋସେସ୍‌। ଯାହା ତାଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ଏଥିପ୍ରତି ମହିଳାମାନେ ସଜାଗ ରହିବା ଦରକାର ବୋଲି ବୈଶାଖୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story