Advertisment

ଭାରତୀୟ ଖାଦ୍ୟ ନୁହେଁ ‘ଇଡ୍‌ଲି’

ଭାରତରେ ଇଡଲି ବେଶ୍ ଲୋକପ୍ରିୟ ଖାଦ୍ୟ। ଅନେକ ସ୍ଥାନରେ ଏହାକୁ ଜଳଖିଆରେ ଖାଇବାକୁ ଲୋକ ପସନ୍ଦ କରନ୍ତି। ବିଶେଷ କରି ଦକ୍ଷିଣ ଭାରତରେ ଇଡ୍‌ଲି ଅଧିକ ଲୋକପ୍ରିୟ ଖାଦ୍ୟ। ଏଠିକାର ଲୋକମାନଙ୍କର ପ୍ରିୟ ଖାଦ୍ୟ ହେଉଛି ‘ଇଡ୍‌ଲି-ସାମ୍ବର’। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏତେ ପରିମାଣରେ ଖିଆଯାଉଥିବା ‘ଇଡ୍‌ଲି’ ପ୍ରକୃତରେ ଭାରତୀୟ ଖାଦ୍ୟ ନୁହେଁ। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଇଡ୍‌ଲି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଖାଦ୍ୟ ନୁହେଁ। ଖାଦ୍ୟ ବିଶେଷଜ୍ଞ ତଥା ଇତିହାସକାର୍‌ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଭାରତୀୟ ଖାଦ୍ୟ ନୁହେଁ ‘ଇଡ୍‌ଲି’

idly

ଭାରତରେ ଇଡଲି ବେଶ୍ ଲୋକପ୍ରିୟ ଖାଦ୍ୟ। ଅନେକ ସ୍ଥାନରେ ଏହାକୁ ଜଳଖିଆରେ ଖାଇବାକୁ ଲୋକ ପସନ୍ଦ କରନ୍ତି। ବିଶେଷ କରି ଦକ୍ଷିଣ ଭାରତରେ ଇଡ୍‌ଲି ଅଧିକ ଲୋକପ୍ରିୟ ଖାଦ୍ୟ। ଏଠିକାର ଲୋକମାନଙ୍କର ପ୍ରିୟ ଖାଦ୍ୟ ହେଉଛି ‘ଇଡ୍‌ଲି-ସାମ୍ବର’। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏତେ ପରିମାଣରେ ଖିଆଯାଉଥିବା ‘ଇଡ୍‌ଲି’ ପ୍ରକୃତରେ ଭାରତୀୟ ଖାଦ୍ୟ ନୁହେଁ।

Advertisment

ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଇଡ୍‌ଲି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଖାଦ୍ୟ ନୁହେଁ। ଖାଦ୍ୟ ବିଶେଷଜ୍ଞ ତଥା ଇତିହାସକାର୍‌ କେ.ଟି. ଅଚୟ ଏହି ଅନୁଧ୍ୟାନ କରିବା ପରେ ଇଡ୍‌ଲିର ଉତ୍ପତ୍ତି  କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆରେ ହୋଇଥିବ ବୋଲି ଅନୁମାନ କରିଛନ୍ତି।

publive-imageକେଟି ଅଚୟଙ୍କ ଅନୁସାରେ, ଶିବକୋଟି ଆଚାର୍ଯ୍ୟଙ୍କ ଦ୍ୱାରା ପରିଚାଳିତ ୯୨୦ ଖ୍ରୀଷ୍ଟାବ୍ଦର କନ୍ନଡ଼ ଭାଷାରେ ଇଡ୍‌ଲିର ଅନ୍ୟ ନାମ ‘ଇଡାଲେଜ୍(iddalage)’ ଉଲ୍ଲେଖ କରାଯାଇଛି। ଏହା ବ୍ୟତିତ ଏହିଭଳି ଖାଦ୍ୟ ସାମଗ୍ରୀ ଆହୁରି ଅନେକ ସ୍ଥାନରେ ଲେଖା ଅଛି। ଯେପରିକି ୧୧୩୦ ଖ୍ରାଷ୍ଟାବ୍ଦର ସଂସ୍କୃତ ମାନସୋଲ୍ଲାସରେ ମଧ୍ୟ ଇଡ୍‌ଲି ‘ଇଡାରିକା(Iddarika)’ ଭାବେ ଉଲ୍ଲେଖ କରାଯାଇଛି। ତମିଲ୍‌ମାନେ କହୁଥିବା ‘ଇଡ୍‌ଲି’କୁ ୧୭ଶ ଶତାବ୍ଦୀରେ ‘ଇଟାଲି’ କୁହାଯାଉଥିଲା। କିନ୍ତୁ ଏସବୁ ଖାଦ୍ୟ ଆମେ ଏବେ ଖାଉଥିବା ‘ଇଡ୍‌ଲି’ର ସ୍ୱାଦରୁ ସାମାନ୍ୟ ଭିନ୍ନ।

Advertisment

ଅଚୟଙ୍କ ଅନୁଧ୍ୟାନ ଅନୁଯାୟୀ ଇଡ୍‌ଲି ରେସିପିକୁ ଇଣ୍ଡୋନେସିଆର ରାଜାମାନଙ୍କ ରୋଷେଇଆଙ୍କ ଦ୍ୱାରା ଭାରତକୁ ଆଣାଯାଇଥିଲା। ଏହି ରାଜାମାନେ ଅଷ୍ଟମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ବିବାହ ପାଇଁ କନ୍ୟା ଖୋଜିବାକୁ ଆସୁଥିଲେ। ସେହି ସମୟରେ ସେମାନଙ୍କ ସହ ଆସୁଥିବା ରୋଷେଇଆମାନେ ଭାରତରେ ଇଡଲି ପ୍ରସ୍ତୁତ କରିଥିଲେ। ସେବେଠୁ ଭାରତରେ ସମସ୍ତେ ଏହି ନୂଆ ଖାଦ୍ୟ ‘ଇଡଲି’ ବିଷୟରେ ଜାଣିବାକୁ ପାଇଥିଲେ।