ନିଜର ନ ହୋଇ ବି ଯାହାକୁ ମଣିଷ କଲେ, ସେ ମାଡ଼ ମାରି ତଡ଼ିଦେଲା

ବଲାଙ୍ଗୀର (ସସ୍ମିତା ସାହୁ): ମଣିଷ ଗଛ ଲଗାଇବା ଭଲ କି ନୁହେଁ, ସେ ନେଇ ଆମ ଭିତରେ ଯୁକ୍ତି ହୁଏ ସବୁବେଳେ। ହେଲେ ଅଧିକାଂଶ ଲୋକେ ଏହା ହିଁ କୁହନ୍ତି, ମଣିଷ ଗଛ ଲଗାଇବା ଉଚିତ୍‌ ନୁହେଁ। ଅବଶ୍ୟ ଏମିତି ଗୋଟିଏ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆପଣ ବି କଥାଟାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ। ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କୁଡ଼ାସିଂହା ଗାଁର ବୃନ୍ଦାବନ ଓ ନିରାଶ। ପରିଣତ ବୟସରେ ପହଞ୍ଚିଥିବା […]

vk

vk

Mihir Pattnayak
  • Published: Friday, 24 August 2018
  • Updated: 24 August 2018, 04:36 PM IST

Sports

Latest News

ବଲାଙ୍ଗୀର (ସସ୍ମିତା ସାହୁ): ମଣିଷ ଗଛ ଲଗାଇବା ଭଲ କି ନୁହେଁ, ସେ ନେଇ ଆମ ଭିତରେ ଯୁକ୍ତି ହୁଏ ସବୁବେଳେ। ହେଲେ ଅଧିକାଂଶ ଲୋକେ ଏହା ହିଁ କୁହନ୍ତି, ମଣିଷ ଗଛ ଲଗାଇବା ଉଚିତ୍‌ ନୁହେଁ। ଅବଶ୍ୟ ଏମିତି ଗୋଟିଏ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆପଣ ବି କଥାଟାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ।

ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କୁଡ଼ାସିଂହା ଗାଁର ବୃନ୍ଦାବନ ଓ ନିରାଶ। ପରିଣତ ବୟସରେ ପହଞ୍ଚିଥିବା ଏହି ଦମ୍ପତିଙ୍କ ଉପରେ ଆଜି ଭାଗ୍ୟ ଦାଉ ସାଧୁଛି। ନିଜର ନ ହୋଇ ବି ଯାହାକୁ ନିଜଠୁ ଅଧିକ କରି ପାଳିଥିଲେ ସେ ଆଜି ତାଙ୍କୁ ପର କରିଦେଲା। ବାରଦୁଆର ହେବାକୁ ଦରମରା କରି ଛାଡ଼ିଲା।

କୁଡ଼ାସିଂହା ଗାଁରେ ରହୁଥିବା ଏହି ଦମ୍ପତି ନିଃସନ୍ତାନ ଥିବାରୁ ବଡ଼ ଭାଇଙ୍କ ଝିଅଙ୍କୁ ଝିଅ କରି ରଖିଥିଲେ। ପିଲାଟି ବେଳୁ ପାଳି ପୋଷି ତାକୁ ବଡ଼ କରିଥିଲେ। ଝିଅଟି ବଡ଼ ହେବା ପରେ ବଲାଙ୍ଗିର ସହରର ଜଣେ ଯୁବକଙ୍କ ସହିତ ବାହାଘର ବି କରାଇଥିଲେ ବୃନ୍ଦାବନ।

ତା’ରି ବାହାଘର ପାଇଁ ସବୁ ଜମିବାଡ଼ିକୁ ବିକ୍ରି ମଧ୍ୟ କରିଦେଇଥିଲେ। ଆଶା ଥିଲା ବୁଢ଼ା ବୟସରେ ଝିଅ ହିଁ ସାହା ହେବ। ହେଲେ ତାଙ୍କର ସେ ଆଶା ମଉଳି ଯାଇଛି।

ଗଲା ୬ ମାସ ତଳେ ଏହି ଦୁଇ ବୁଢ଼ାବୁଢ଼ୀ ବଲାଙ୍ଗିରରେ କବାଟପଡ଼ାରେ ରହୁଥିବା ଝିଅ ଘରକୁ ଆସିଥିଲେ। ହେଲେ ପାଳିତା ଝିଅ ରଖିବ କ’ଣ ଗଳା ଧକ୍କା ଦେଇ ତାଙ୍କୁ ତଡ଼ି ଦେଇଥିଲା।

ଅସହାୟ ସ୍ୱାମୀ ସ୍ତ୍ରୀ ସହର ଭିତରେ ଘୂରି ବୁଲୁଥିବା ବେଳେ, ଏଲ୍.ଆଇ.ସି କଲୋନୀର କନକ ନାମକ ଜଣେ ମହିଳା ଏବେ ତାଙ୍କୁ ଆଶ୍ରୟ ଦେଇଛନ୍ତି। ବଲାଙ୍ଗିର ପୌରସଂସ୍ଥାରୁ ଯଦି ଭତ୍ତା ଏବଂ ଚାଉଳ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇପାରନ୍ତା ତାହେଲେ, ଏ ଦୁଇଜଣଙ୍କ ପାଇଁ ସୁବିଧା ହଅନ୍ତା ବୋଲି କହିଛନ୍ତି କନକ। ସେପଟେ ଏ ଦିଗରେ ପଦକ୍ଷେପ ନେଇ ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବଲାଙ୍ଗିର ଉପ-ଜିଲ୍ଳାପାଳ ଭୈରବ ସିଂହ ପଟେଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos