କେମିତି କାମ କରୁଛି ବିଏମସି; ଜଣେ ବରିଷ୍ଠ ନାଗରିକଙ୍କ ଅସହାୟତାର ଅଭିଲେଖ

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ନୋଭେଲ କରୋନା ସଂକ୍ରମଣ ବିଶ୍ୱ ମହାମାରୀ ଘୋଷଣା ହେବା ପରଠାରୁ ସାଧାରଣ ଜୀବନ ହନ୍ତସନ୍ତ ହୋଇଯାଇଛି। ସରକାର କରୁଛନ୍ତି କୋଭିଡ୍ ସହ ଲଢ଼େଇ। ସାଧାରଣ ଲୋକେ କରୁଛନ୍ତି ପରିସ୍ଥିତି ସହ ମୁକାବିଲା। ଲାଗୁ ହୋଇଛି ଅନେକ ନିୟମ, ଏକାଧିକ କଟକଣା। ଏହାରି ଭିତରେ ଲୋକଙ୍କୁ ସଚେତନ, ଜାଗ୍ରତ ତଥା ଅବଗତ କରାଇବା ଲାଗି କାହିଁ କେତେ ଯେ ପରାମର୍ଶ, କେତେ ପ୍ରବଚନ। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ, ସତର୍କ ରହିବାକୁ ହେବ ଆଉ […]

bmc

bmc

Pragnya Choudhury
  • Published: Friday, 28 August 2020
  • Updated: 28 August 2020, 04:03 PM IST

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ନୋଭେଲ କରୋନା ସଂକ୍ରମଣ ବିଶ୍ୱ ମହାମାରୀ ଘୋଷଣା ହେବା ପରଠାରୁ ସାଧାରଣ ଜୀବନ ହନ୍ତସନ୍ତ ହୋଇଯାଇଛି। ସରକାର କରୁଛନ୍ତି କୋଭିଡ୍ ସହ ଲଢ଼େଇ। ସାଧାରଣ ଲୋକେ କରୁଛନ୍ତି ପରିସ୍ଥିତି ସହ ମୁକାବିଲା। ଲାଗୁ ହୋଇଛି ଅନେକ ନିୟମ, ଏକାଧିକ କଟକଣା। ଏହାରି ଭିତରେ ଲୋକଙ୍କୁ ସଚେତନ, ଜାଗ୍ରତ ତଥା ଅବଗତ କରାଇବା ଲାଗି କାହିଁ କେତେ ଯେ ପରାମର୍ଶ, କେତେ ପ୍ରବଚନ। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ, ସତର୍କ ରହିବାକୁ ହେବ ଆଉ ବାଧ୍ୟ ମଧ୍ୟ। କେତେ ବେଳେ କିଛି ବି ହୋଇପାରେ। ସାମାନ୍ୟ ଅବହେଳାରୁ ପରିସ୍ଥିତି ଭୟଙ୍କର ହୋଇପାରେ। ମାସ୍କ ଜରୁରୀ, ଶାରୀରିକ ଦୂରତ୍ୱ ବାଧ୍ୟତାମୂଳକ, ଲକ୍ ଡାଉନ୍, ଶଟ୍ ଡାଉନ। ଏପରି କି ଫୋନର ହେଲୋ ଟ୍ୟୁନ୍ ଦ୍ୱାରା ମଧ୍ୟ କୋଭିତ୍ ସଚେତନତା ବାର୍ତ୍ତା ଦିଆଯାଉଛି। ହେଲେ ଏତକ କଥା ସରକାର ଓ ତାଙ୍କ ବ୍ୟବସ୍ଥା ଆଗେ ବୁଝିଛନ୍ତି ତ!

ବିଷୟ ପ୍ରବେଶ ପୂର୍ବରୁ ସ୍ପଷ୍ଟୀକରଣ ଦେବା ଜରୁରୀ। କାରଣ ପରିସ୍ଥିତି ପରା ଜଟିଳ.. (ସ୍ପଷ୍ଟୀକରଣ ମଧ୍ୟ ବଞ୍ଚେଇ ନ ପାରେ)। ଏଠାରେ ସରକାର ବ୍ୟବସ୍ଥାକୁ ଜବରଦସ୍ତ ଆକ୍ଷେପ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। କେବଳ ପରିସ୍ଥିତି ବାବଦରେ ଚେତେଇ ଦେବା ହିଁ ଲକ୍ଷ୍ୟ।

ମାଳ ମାଳ ନିୟମ ଓ କଟକଣା ଲାଗୁ କରିଛନ୍ତି ସରକାର। କାରଣ କୋଭିଡ୍ ସ୍ଥିତି ସମ୍ଭାଳିବାକୁ ହେବ। ରାଜ୍ୟକୁ କରୋନା ସଙ୍କଟରୁ ରକ୍ଷା କରିବାକୁ ହେବ। ଏଣୁ ସ୍ଥିତି ମୁକାବିଲା ପାଇଁ ବାରମ୍ବାର ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର। ହେଲେ ସରକାର କଣ ସହଯୋଗ ଗ୍ରହଣ କରିବାକୁ ପ୍ରସ୍ତୁତ? ଶୁଣିବାକୁ ସମୟ ଅଛି ତାଙ୍କ ପାଖରେ? ମୁହଁ ଖୋଲିଲେ କେବଳ କାର୍ଯ୍ୟାନୁଷ୍ଠାନ ନ ନେଇ ବରଂ ଅସୁବିଧା, ସମସ୍ୟାକୁ ଦୂର କରିବା କଥା କଣ ଚିନ୍ତା କରିପାରିବେନି ସରକାର? ସରକାରଙ୍କ ପରାମର୍ଶ କେବଳ ଭାଷଣରେ ସୀମିତ ନା ତୃଣମୂଳ ସ୍ତରରେ ବି ପ୍ରତିଫଳିତ ହୋଇଛି? ଏଥିରେ ଯଦି ବ୍ୟତିକ୍ରମ ଦୃଷ୍ଟିଗୋଚର ହୁଏ ସରକାର କଣ ବଳୁଆ ପ୍ରମାଣିତ କରିବାକୁ ଯାଇ କାର୍ଯ୍ୟାନୁଷ୍ଠାନ ନେବେ ନା ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେବା ଉଚିତ୍?

ଏତେ ସବୁ ପ୍ରସଙ୍ଗ ଉଠାଇବାର ଗୋଟିଏ ନୁହେଁ ଏକାଧିକ କାରଣ ରହିଛି। କୋଭିଡ୍ ସଙ୍କଟ ସାରା ରାଜ୍ୟକୁ ଘାରିଛି। ରାଜ୍ୟର ରାଜଧାନୀ ସୁପରିଚାଳନା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା କଥା। ହେଲେ ସବୁଠାରୁ ଅଧିକ ବ୍ୟତିକ୍ରମ ଓ ଅବହେଳା ଖୋଦ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି। ବିଏମସି ପକ୍ଷରୁ କୋଭିଡ୍ ପରିଚାଳନା ଉପରେ ଲୋକଙ୍କର ଅନେକ ପ୍ରଶ୍ନ। ଅନେକ ଅସନ୍ତୋଷ। ହେଲେ ବିଏମସି ବୋଧେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଏଥିପ୍ରତି ତା'ର ନିଘା ନାହିଁ।

ରାଜଧାନୀରେ କୋଭିଡ୍ ପରିଚାଳନାକୁ ନେଇ ଜନଅସନ୍ତୋଷ ଖୋଜିବାକୁ ପଡ଼ିନାହିଁ। ସୋଶାଲ ମିଡିଆ ଯୁଗରେ ଅନେକ ଉଦାହରଣ ସାମ୍ନାକୁ ଆସିଛି। ସେ ପୁରୁଣା ପୃଷ୍ଠା ଆଉ ନ ଦୋହରାଇ ଏକ ସଦ୍ୟତମ କାହାଣୀ ଶୁଣିବା। ଶୁଣିଲେ କଷ୍ଟ ଲାଗିପାରେ ନିଶ୍ଚୟ। ହେଲେ ଏହା ହିଁ ରାଜଧାନୀରେ କୋଭିଡ୍ ପରିଚାଳନାର ଅସଲ ଚିତ୍ର। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଥର ଖୋଦ୍ ଜଣେ ଜଣାଶୁଣା ସାମ୍ବାଦିକ, ସ୍ତମ୍ଭକାରଙ୍କ ସହ ଘଟିଛି ଏଭଳି ଘଟଣା। ଏହା ସ୍ୱାଭାବିକ ଯେ, ସରକାରଙ୍କ ଦ୍ୱାରା ଲାଗୁ ସମସ୍ତ ନୀତିନିୟମ ବାବଦରେ ସେ ଅବଗତ। ଏଣୁ ନିୟମକୁ ପାଳନ କରି ସରକାରଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ହେଲେ ସରକାର ତାଙ୍କ ସହଯୋଗ ଗ୍ରହଣ କଲେ କି ନାହିଁ ଆସନ୍ତୁ ଜାଣିବା।

୬୬ ବର୍ଷ ବୟସ୍କ ଜାନକୀଶ ବଡ଼ପଣ୍ଡା। ପେସାରେ ସାମ୍ବାଦିକ। ପରିବାର କହିଲେ ଦିବ୍ୟାଙ୍ଗ ସ୍ତ୍ରୀ ଓ ସେ। ଉଭୟ ରାଜଧାନୀ ଭୁବନେଶ୍ୱରରେ ରୁହନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ ଜଣେ ସଚେତନ ନାଗରିକ ଭାବେ ନିଜ ଆଡ଼ୁ ସେ ପରୀକ୍ଷା କରିଥିଲେ। ପୋଖରୀପୁଟ୍ ଅର୍ବାନ ପିଏଚସିରେ ସେ ଗତ ୨୬ ତାରିଖ ପରୀକ୍ଷଣ ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ୧୦୪, ବିଏମସି ଅଫିସ୍, ରାଜ୍ୟ କୋଭିଡ୍ ସେଲରୁ ତାଙ୍କୁ ଏକାଧିକ ଫୋନ୍ କଲ୍ ମଧ୍ୟ ଯାଇଥିଲା। ଜାନକୀଶ ସେମାନଙ୍କୁ ନିଜ ଦିବ୍ୟାଙ୍ଗ ପତ୍ନୀଙ୍କ ଆଣ୍ଟିଜେନ୍ ଟେଷ୍ଟ ଘରେ କରାଯାଉ ବୋଲି ଅନୁରୋଧ କରିଥିଲେ। କାରଣ ସେ କରୋନା ପଜିଟିଭ୍ ଏବଂ ତାଙ୍କ ପତ୍ନୀ ଦିବ୍ୟାଙ୍ଗ। ହେଲେ କେହି ତାଙ୍କ କଥା ଶୁଣି ନ ଥିଲେ କି ପରୀକ୍ଷା ନେଇ କୌଣସି ସୂଚନା ଓ ବ୍ୟବସ୍ଥା କରାଇ ନ ଥିଲେ।

ପରଦିନ ପୁଣି ୧୦୪କୁ କଲ୍ କରି ଜାନକୀଶ ନିଜ ଦିବ୍ୟାଙ୍ଗ ପତ୍ନୀଙ୍କ କରୋନା ଟେଷ୍ଟ ବିଷୟରେ ପଚାରିଥିଲେ। ହେଲେ ବିଏମସି ହେଲପ୍ ଲାଇନ୍ ନଂ ୧୯୨୯କୁ ଯୋଗାଯୋଗ କରିବାକୁ ୧୦୪ରୁ ପରାମର୍ଶ ମିଳିଥିଲା। ଏହାପରେ ସେ ୧୯୨୯ ନମ୍ୱରରେ କଲ୍ କରିଥିଲେ। ହେଲେ କଲ୍ ରିସିଭ୍ କରିଥିବା ବ୍ୟକ୍ତିଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା। ସେ ୧୫ ମିନିଟ ଧରି ବୁଦ୍ଧି, ବିବେକ ନ ଥିଲା ଭଳି ନାନା ପ୍ରଶ୍ନ କରିଥିଲେ ଓ ଶେଷରେ ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ। ଆମେ ସ୍ମାର୍ଟସିଟି ଲିମିଟେଡ୍ ଅଧୀନରେ ଅଛୁ ବୋଲି କହି ବିଏମସିର ୦୬୭୪-୨୪୩୧୨୫୩ ନମ୍ୱରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ପୁଣି ଜାନକୀଶ ବିଏମସିର ୦୬୭୪-୨୪୩୧୨୫୩ ନମ୍ୱରରେ କଲ୍ କରିଥିଲେ। ହେଲେ ସେମାନେ କହିଲେ ଆମେ ବିଏମସିର ମେଣ୍ଟେନାନ୍ସ ବିଭାଗ। ଆମେ କିଛି କରିପାରିବୁ ନାହିଁ।

ଶେଷରେ ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ଜାନକୀଶ ଏ ସମସ୍ତ ବିଷୟ ନେଇ ବିଏମସି କମିଶନରଙ୍କ ଅଫିସିଆଲ୍ ମେଲ୍ ଆଇଡିରେ ଇ-ମେଲ୍ କରି ଜଣାଇଛନ୍ତି। ଏହାସହ ସେ ବିଏମସି କମିଶନରଙ୍କ ଅଫିସକୁ ମଧ୍ୟ ଫୋନ୍ କରିଥିଲେ। ତାଙ୍କ ସେକ୍ରେଟାରୀ ଫୋନ୍ ରିସିଭ୍ କରି କହିଥିଲେ ଆମେ ନିର୍ଦ୍ଦେଶ ଦେଇସାରିଛୁ। ଶେଷରେ ଅଗଷ୍ଟ ୨୭ ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ନିଜେ ଜାନକୀଶଙ୍କ ସହିତ କଥା ହୋଇଥିଲେ ମଧ୍ୟ ତାଙ୍କ ସମସ୍ୟାର ସମାଧାନ ସନ୍ଧ୍ୟା ସୁଦ୍ଧା ହୋଇପାରିନଥିଲା।

jankish

ଏବେ ଜାନକୀଶ ଅନ୍ୟୋପାୟ ନ ପାଇ ସରକାର କେବେ ତାଙ୍କ ସହଯୋଗକୁ ଗ୍ରହଣ କରୁଛନ୍ତି, ସେହି ସମୟର ଅପେକ୍ଷାରେ... କାରଣ ଘରେ ଦିବ୍ୟାଙ୍ଗ ପତ୍ନୀଙ୍କ ପାଇଁ ବିପଦ ଥାଉ ପଛେ, କରୋନା ପଜିଟିଭ୍ ସତ୍ତ୍ୱେ ଘରୁ ବାହାରିଲେ କଣ କାର୍ଯ୍ୟାନୁଷ୍ଠାନ ହୋଇପାରେ ସେ କଥା ସେ ଭଲ ଭାବେ ବୁଝିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story