ଷ୍ଟେସନ ମାଷ୍ଟରରୁ ପାଲଟିଥିଲେ ସ୍ୱାମୀ ବିବେକାନନ୍ଦଙ୍କ ଶିଷ୍ୟ

ଆଧ୍ୟାତ୍ମିକ ଧର୍ମଗୁରୁ ସ୍ୱାମୀ ବିବେକାନନ୍ଦ। ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚିଥିଲେ। ସାରା ବିଶ୍ୱରେ ଭାରତର ଏକ ଭିନ୍ନ ପରିଚୟ ସ୍ଥାପନ କରିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପ୍ରଥମ ଶିଷ୍ୟ ଉତ୍ତରପ୍ରଦେଶର ହାଥରସରେ ମିଳିଥିଲେ।swami Vivekanand

ବ୍ରିଟିଶ ଶାସନ ବେଳେ ହାଥରସ ଏକ ବ୍ୟବସାୟିକ କେନ୍ଦ୍ର ଥିଲା। କପା କାରଖାନା ସହ ହେଙ୍ଗୁ ଏବଂ ଦେଶୀ ଘିଅର ଉତ୍ପାଦନ ପାଇଁ ପ୍ରସିଦ୍ଧ ଥିଲା ହାଥରସ। ୧୩୨ ବର୍ଷ ପୂର୍ବେ ୧୮୮୮ରେ ବୃନ୍ଧାବନରୁ ହରିଦ୍ୱାରକୁ ଯାଉଥିବାବେଳେ ସ୍ୱାମୀ ବିବେକାନନ୍ଦ ନୂଆ କରି ଚାକିରୀରେ ଯୋଗ ଦେଇଥିବା ଷ୍ଟେସନ ମାଷ୍ଟର ଶରତ ଚନ୍ଦ୍ର ଗୁପ୍ତାଙ୍କୁ ଭେଟିଥିଲେ। ପଶ୍ଚିମବଙ୍ଗରେ ରହୁଥିବା ଶତର ଚନ୍ଦ୍ର ସେତେବଳେ ଯୁବ ସାଧୁଙ୍କ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିଲେ।

ବିବେକାନନ୍ଦ ଷ୍ଟେସନ ମାଷ୍ଟର ଶରତଙ୍କୁ ତାଙ୍କ ବିଷୟରେ ପଚାରିଥିଲେ ଏବଂ ଶତରଙ୍କୁ ତାଙ୍କ ସହ ତାଙ୍କ କ୍ୱାର୍ଟର୍ସକୁ ଯିବାକୁ ମଧ୍ୟ କହିଥିଲେ। ଗୋଟିଏ ଦିନ ପରେ, ଯେତେବେଳେ ବିବେକାନନ୍ଦ ଆଗକୁ ଯାତ୍ରା ପାଇଁ ଟ୍ରେନ୍ ଧରିବାକୁ ଯାଇଥିଲେ, ସେତେବଳେ ଶରତ ମଧ୍ୟ ନିଜ ଚାକିରି ଛାଡି ବିବେକାନନ୍ଦଙ୍କ ସହ ଯୋଗ ଦେଇଥିଲେ। ୧୯୪୭ ମସିହାରେ ସ୍ୱାମୀ ବିରଜାନନ୍ଦ ଲେଖିଥିବା ନିଜ ପୁସ୍ତକରେ ହାଥରସରେ ସ୍ୱାମୀ ବିବେକାନନ୍ଦ ଏବଂ ଶରତଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରିଛନ୍ତି।swami vivekanand with his desciples at bosepara lane

ସ୍ୱାମୀ ସଦାନନ୍ଦ ପାଲଟିଥିବା ଶରତ ୧୮୯୭-୯୮ରେ ବିବେକାନନ୍ଦଙ୍କ ସହ ଉତ୍ତର ଭାରତ ଏବଂ କାଶ୍ମୀର ଯାତ୍ରା କରିଥିଲେ। ସେତେବେଳେ ବେଲଗାମ ଘୋଡାକୁ ଆୟତ୍ତରେ କରି ନିଜ ସାହସର ପ୍ରମାଣ ମଧ୍ୟ ଦେଇଥିଲେ ଶରତ ।  ରାମକୃଷ୍ଣ ପରମ୍ପରାରେ ‘ଗୁପ୍ତା ମହାରାଜ’ ନାମରେ ପ୍ରସିଦ୍ଧି ଲଭ କରିଥିବା ଶତରଙ୍କୁ ମାଦ୍ରାସରେ ମଠ ସ୍ଥାପନ କରିଥିବା ନେଇ ଶ୍ରେୟ ଦିଆଯାଇଛି। ଶରତ ଦେଶ ବିଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ଏବଂ ବିଚାରର ପ୍ରଚାର ଏବଂ ପ୍ରସାର ମଧ୍ୟ କରିଛନ୍ତି । ଏଥିପାଇଁ ସେ ୧୯୦୩ରେ ଜାପାନ ଯାତ୍ରା କରିଥିଲେ । ପରେ ଭଉଣୀ ନିବେଦିତାଙ୍କ ସହ ଗାଇଡ ରୂପେ ଯୋଡି ହୋଇଥିଲେ । ୧୯୧୧ରେ କୋଲକାତା ସ୍ଥିତ ତାଙ୍କ ବାସ ଭବନରେ ସ୍ୱାମୀ ସଦାନନ୍ଦ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।