Advertisment

ପୁଟିନ୍: ଗୁଇନ୍ଦା ଏଜେଣ୍ଟରୁ ସର୍ବଶକ୍ତିମାନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ସାରା ବିଶ୍ୱର ନଜର ଏବେ ପୁଟିନଙ୍କ ଉପରେ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ମାନଙ୍କ ମଧ୍ୟରେ ପୁଟିନ ହେଉଛନ୍ତି ଅନ୍ୟତମ। ୨୦୩୬ ପର୍ଯ୍ୟନ୍ତ ସେ ହିଁ ରୁଷର ରାଷ୍ଟ୍ରପତି ପଦରେ ରହିବେ ବୋଲି ଘୋଷଣା କରି ସାରିଛନ୍ତି ଭ୍ଲାଦିମିର୍ ପୁଟିନ୍। ତେବେ କିଏ ସେ ପୁଟିନ୍? କେମିତି ଜଣେ ସାଧାରଣ ଗୁଇନ୍ଦା ଅଧିକାରୀରୁ ସର୍ବ ଶକ୍ତିମାନ ସାଜିଗଲେ ପୁଟିନ? କେମିତି ହେଲା ରାଜନୀତିରେ […]

ଅଦ୍ୟତନ ହୋଇଛି
ପୂରା ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଚାହୁଁଛି ରୁଷ୍‌: ଫ୍ରାନ୍ସ

putin

Advertisment

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ସାରା ବିଶ୍ୱର ନଜର ଏବେ ପୁଟିନଙ୍କ ଉପରେ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ମାନଙ୍କ ମଧ୍ୟରେ ପୁଟିନ ହେଉଛନ୍ତି ଅନ୍ୟତମ। ୨୦୩୬ ପର୍ଯ୍ୟନ୍ତ ସେ ହିଁ ରୁଷର ରାଷ୍ଟ୍ରପତି ପଦରେ ରହିବେ ବୋଲି ଘୋଷଣା କରି ସାରିଛନ୍ତି ଭ୍ଲାଦିମିର୍ ପୁଟିନ୍।

Advertisment

ତେବେ କିଏ ସେ ପୁଟିନ୍? କେମିତି ଜଣେ ସାଧାରଣ ଗୁଇନ୍ଦା ଅଧିକାରୀରୁ ସର୍ବ ଶକ୍ତିମାନ ସାଜିଗଲେ ପୁଟିନ? କେମିତି ହେଲା ରାଜନୀତିରେ ତାଙ୍କ ଏଣ୍ଟ୍ରି ?

publive-image

ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ। ତାଙ୍କ ବାପା ସୋଭିଏତ୍ ନୌସେନାର ଜଣେ ସୈନିକ ଥିଲେ। ତାଙ୍କ ମା‘ ଗୋଟିଏ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ପୁଟିନଙ୍କ ପିଲା ଦିନ ବହୁତ ଗରିବୀ ଓ ଅଭାବରେ ହିଁ କଟିଛି। ପିଲାଟି ଦିନୁ ସେ ବିଦ୍ରୋହୀ ଥିଲେ। ତାଙ୍କ ବାପା ତାଙ୍କୁ ବକ୍ସିଂ ଶିଖାଇବାକୁ ଚାହୁଁଥିଲେ, କିନ୍ତୁ ସେ ଜୁଡ୍ଡୋ ପ୍ରଶିକ୍ଷଣ ନେଲେ। ଯାହା ତାଙ୍କୁ ଦୃଢ଼ ଚିତ୍ତ ଓ ସାହାସୀ ହେବା ପାଇଁ ବେଶ୍‌ ସହାୟକ ହୋଇଥିବା ନିଜେ ପୁଟିନ କହିଛନ୍ତି।

Advertisment

ସ୍କୁଲରେ ତାଙ୍କୁ କମ୍ୟୁନିଷ୍ଟ ପାର୍ଟିର ଲିଡର ଚୟନ କରାଯାଇଥିଲା। ସ୍କୁଲରେ ଅନ୍ୟ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କୁ ଫୁଲ ଗିଫ୍ଟ କରୁଥିବା ବେଳେ ପୁଟିନ୍ କିନ୍ତୁ ଗଛ ଗିଫ୍ଟ କରୁଥିଲେ। ଅନ୍ୟପଟେ ପୁଟିନ୍ ବେଶ ସୌଖୀନ ମିଜାଜର ବ୍ୟକ୍ତିତ୍ୱ ଥିଲେ। ପିଲା ଦିନୁ ସଂଗୀତ ପ୍ରତି ତାଙ୍କର ଥିଲା ଦୁର୍ବଳତା। ତେଣୁ ସେ ଗୀତାର ମଧ୍ୟ ଶିଖୁଥିଲେ।

publive-image

ପୁଟିନ ସୋଭିଏତ୍ ରୁଷର ସିକ୍ରେଟ ଏଜେଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଥିଲେ। କିନ୍ତୁ୧୯୭୫ରେ ରୁଷର ଗୁଇନ୍ଦା ଏଜେନ୍ସି କେଜିବିରେ ସେ ସାମିଲ ହେଲେ। ୧୯୮୦ରେ ତାଙ୍କୁ ଜର୍ମାନୀରେ ଏକ ଟ୍ରାନ୍ସଲେଟର ଭାବେ ନିଯୁକ୍ତି କରିଥିଲା କେଜିବି। ଜର୍ମାନୀର ବର୍ଲିନ୍ ପାଚେରୀ ଭାଙ୍ଗିବା ପରେ ସେ ସୋଭିଏତ ରୁଷ ଫେରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୀତିକ ଜୀବନ।

ପୁଟିନ ୧୯୯୬ରେ ତତ୍କାଳୀନ ରୁଷ ରାଷ୍ଟ୍ରପତି ବୋରିସ ଏଲସିନ୍‌ଙ୍କ ପ୍ରଶାସନରେ ଡେପ୍ୟୁଡି ଚିଫ୍ ଅଫ୍ ଷ୍ଟାଫ୍ ଭାବେ ସାମିଲ ହେଲେ। ଏହାର ବର୍ଷେ ପରେ ତାଙ୍କୁ ରୁଷ ଗୁଇନ୍ଦା ଏଜେନ୍ସି କେଜିବିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା। ଏହା ଭିତରେ ବୋରିସ୍ ଏଲସିନ୍‌ଙ୍କ ସବୁଠାରୁ ବିଶ୍ୱସ୍ତ ହୋଇଗଲେ ପୁଟିନ୍। ତେଣୁ ସମସ୍ତ ବିରୋଧ ସତ୍ତ୍ୱେ ମଧ୍ୟ ୧୯୯୯ରେ ପୁଟିନଙ୍କୁ ରୁଷ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଥିଲେ ଏଲସିନ୍।

publive-image

ଏହା ପରଠୁ ଆଉ ପଛକୁ ବୁଲି ଚାହିଁନାହାନ୍ତି ବିଶ୍ୱର ଏହି ଶକ୍ତିଶାଳୀ ରାଜନେତା। ବର୍ଷ ୨୦୦୦ ସାଧାରଣ ନିର୍ବାଚନରେ ପୁଟିନ୍ ବିପୁଳ ସମର୍ଥନରେ ରାଷ୍ଟ୍ରପତି ଭାବେ ବିଜୟ ହୋଇ ଆସିଲେ। ପୁନଃ ୨୦୦୪ରେ ମଧ୍ୟ ସେ ନିର୍ବାଚନ ଜିତିଥିଲେ। କିନ୍ତୁ ସମ୍ବିଧାନ ନିୟମ ଅନୁୟାୟୀ ସେ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ି ପାରି ନଥାନ୍ତେ। ତେଣୁ ସେ ପ୍ରଧାନମନ୍ତ୍ରୀ ହେଲେ। କିନ୍ତୁ ୨୦୧୨ରେ ପ୍ରାୟ ୮୬ ପ୍ରତିଶତ ଜନମତ ପାଇ ପୁଟିନ୍ ତୃତୀୟ ଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଥିଲେ। ଆଉ ସେବେ ଠାରୁ ରୁଷରେ ପୁଟିନଙ୍କ ଶାସନ ଚାଲି ଆସୁଛି।

ପୁଟିନ ରାଜନୀତି ଛଡା ମଧ୍ୟ ନିଜ ଫିଟନେଶକୁ ନେଇ ବେଶ ଚର୍ଚ୍ଚିତ। ୬୯ ବର୍ଷରେ ବି ସେ ସ୍ମାର୍ଟ, ଆକଟିଭ ଓ ଏନରଜେଟିକ୍ ଅଛନ୍ତି। ଶୁଟିଂ (ବନ୍ଧୁକ ଚାଳନା) ଓ ସ୍ପୋର୍ଟ୍ସ କାର ଚଳାଇବାସହ ବାଇକର ସୌକ ରଖିଛନ୍ତି ପୁଟିନ୍। ଏହା ସହ ଫ୍ଲାଇଟ୍ ଓ ଟ୍ୟାଙ୍କର ମଧ୍ୟ ଚଳାଇ ପାରନ୍ତି ରୁଷ ରାଷ୍ଟ୍ରପତି। କେବଳ ସେତିକି ନୁହେଁ, ସେ ଜଣେ ଭଲ ଶିକାରୀ ମଧ୍ୟ। ଚଳନ୍ତା ପାଣିରେ ମାଛ ଶୀକାର କରନ୍ତି ପୁଟିନ୍।

publive-image

ରିପୋର୍ଟରୁ ଜଣାପଡିଛି, ସାରା ବିଶ୍ୱରେ ଧନୀ ବ୍ୟକ୍ତିଙ୍କ ତାଲିକାରେ ପୁଟିନଙ୍କ ନାଁ ମଧ୍ୟ ରହିଛି। ତାଙ୍କ ପାଖରେ ୟୁରୋପ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଆଲିସାନ୍ ବଙ୍ଗଲୋ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କ ଗୋଟିଏ ଲେଖାଏ ଘରର ମୂଲ୍ୟ ୭୫୦ ମିଲିୟନ ଡଲାର ହେବ। ପୁଟିନଙ୍କର ପାଖରେ ୧୫ଟି ହେଲିକପ୍ଟର ସହ ୫୮ ଯୁଦ୍ଧବିମାନ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe