Advertisment

କାଲି ସରିବ ପଞ୍ଚାୟତ ନିର୍ବାଚନ; କେମିତି ହେବ ଭୋଟ୍ ଗଣତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ଶେଷ ହେବ ମତଦାନ। ଆଉ ଏହା ପରେ ସମସ୍ତଙ୍କ ନଜର ରହିବ ଭୋଟ୍‌ ଗଣତି ଓ ଫଳାଫଳ ଉପରେ। ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ ଫଳାଫାଳକୁ ଜାଣିବା ପାଇଁ ଭୋଟରଙ୍କୁ ୧୦ଦିନରୁ ଊର୍ଦ୍ଧ୍ୱ ସମୟ ଅପେକ୍ଷା କରିବାକୁ ପଡ଼ିଛି। କାରଣ ଚଳିତ ବର୍ଷ ବୁଥ୍‌ ସ୍ତରରେ ଗଣତି ନ ହୋଇ ବ୍ଲକ୍‌ ସ୍ତରରେ ଏକକାକଳୀନ ଗଣତି ହେବ। ସେଥିପାଇଁ ମତଦାନ ସରିବା ମାତ୍ରେ ଭୋଟ୍ ବାକ୍ସ […]

ଅଦ୍ୟତନ ହୋଇଛି
କାଲି ସରିବ ପଞ୍ଚାୟତ ନିର୍ବାଚନ; କେମିତି ହେବ ଭୋଟ୍ ଗଣତି?

Voting

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ଶେଷ ହେବ ମତଦାନ। ଆଉ ଏହା ପରେ ସମସ୍ତଙ୍କ ନଜର ରହିବ ଭୋଟ୍‌ ଗଣତି ଓ ଫଳାଫଳ ଉପରେ। ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ ଫଳାଫାଳକୁ ଜାଣିବା ପାଇଁ ଭୋଟରଙ୍କୁ ୧୦ଦିନରୁ ଊର୍ଦ୍ଧ୍ୱ ସମୟ ଅପେକ୍ଷା କରିବାକୁ ପଡ଼ିଛି। କାରଣ ଚଳିତ ବର୍ଷ ବୁଥ୍‌ ସ୍ତରରେ ଗଣତି ନ ହୋଇ ବ୍ଲକ୍‌ ସ୍ତରରେ ଏକକାକଳୀନ ଗଣତି ହେବ। ସେଥିପାଇଁ ମତଦାନ ସରିବା ମାତ୍ରେ ଭୋଟ୍ ବାକ୍ସ ଗୁଡ଼ିକୁ ପୋଲିଂ ବୁଥରୁ ନେଇ ବ୍ଲକରେ ଥିବା ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଉଛି।

Advertisment

ତେବେ କେମିତି ହେବ ଗଣତି ? କେଉଁ ଜୋନ୍‌ର ଫଳାଫଳ ଆଗ ପ୍ରକାଶ କରାଯିବ? ଏହାକୁ ନେଇ ପ୍ରାର୍ଥୀ ଓ ସମର୍ଥକଙ୍କ ସହିତ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ଚଳିତ ବର୍ଷ ତିନି ଦିନ ଧରି, ଅର୍ଥାତ୍ ଫେବୃୟାରୀ ୨୬,୨୭ ଓ୨୮ ତାରିଖରେ ଭୋଟ୍‌ ଗଣତି ହୋଇ ରେଜଲ୍ଟ ଘୋଷଣା କରାଯିବ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି।

ଭୋଟ୍‌ ଗଣତି ପାଇଁ ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍‌କୁ ତିନିଟି ଭାଗରେ ବିଭକ୍ତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ପ୍ରଥମ ଦିନ ଅର୍ଥାତ୍ ଫେବୃୟାରୀ ୨୬ ତାରିଖରେ ୩୧୫ଟି ଜୋନ୍‌ର ଭୋଟ୍‌ ଗଣତି ହେବ। ୨୭ରେ ୩୦୭ଟି ଓ ୨୮ରେ ବାକି ୨୨୯ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇବ।

Advertisment

ପ୍ରଥମେ ୱାର୍ଡ ମେମ୍ବର ଆସନ ପାଇଁ ଭୋଟ୍‌ ଗଣତି ହେବ। ଏହା ପରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଆରମ୍ଭ ହେବ ଗଣତି। ଶେଷରେ ଜିଲ୍ଲା ପରିଷଦ ଜୋନ୍‌ର ପ୍ରାର୍ଥୀଙ୍କ ଫଳଫଳା ପ୍ରକାଶ କରାଯିବ।
ଜିଲ୍ଲା ପରିଷଦ ଆସନ ପାଇଁ ୧ ନମ୍ବର ଜୋନ୍‌ରୁ ହିଁ ଗଣତି ହେବ। କ୍ରମିକ ଅନୁସାରେ ୨ ନମ୍ବର, ୩ ନମ୍ବର- ଏମିତି ପର୍ଯ୍ୟାୟ କ୍ରମେ ଗଣତି କରାଯିବ। ତେବେ ୧୫ଟି ବ୍ଲକରେ ଗୋଟିଏ ଲେଖା ଜୋନ୍‌ ଥିବାରୁ ସେଥିରେ ଗୋଟିଏ ଦିନରେ ହିଁ ଗଣତି ଶେଷ କରାଯିବ। ସେହିପରି ୨୨୬ଟି ବ୍ଲକରେ ୨ଟି ଲେଖାଏଁ ଜୋନ୍‌ ରହିଛି। ସେହି ସ୍ଥାନରେ ଦୁଇ ଦିନରେ ଗଣତି ଶେଷ ହେବ। ୩ଟି ଜୋନ୍ ଥିବା ୧୧୫ଟି ବ୍ଲକ୍‌ରେ ପ୍ରତିଦିନ ଗୋଟିଏ ଲେଖାଏ ଜୋନ୍‌ର ଗଣତି କରାଯିବ।

୩ରୁ ଊର୍ଦ୍ଧ୍ୱ ଅର୍ଥାତ୍ ୪ଟି ଜୋନ୍‌ ଥିବା ୫୦ଟି ବ୍ଲକ୍‌ରେ ଗଣତି ପାଇଁ ନୂଆ ଫର୍ମୁଲା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ପ୍ରଥମ ଓ ଦ୍ୱିତୀୟ ଦିନରେ ଗୋଟିଏ ଲେଖାଏଁ ଜୋନ୍‌ର ଗଣତି ହେବ। ତୃତୀୟ ଦିନରେ ଅର୍ଥାତ୍ ୨୮ ତାରିଖରେ ବାକି ୨ଟି ଜୋନ୍‌ର ଗଣତି କରାଯିବ।

୫ଟି ଜୋନ୍‌ ଥିବା ୭ଟି ବ୍ଲକରେ ମଧ୍ୟ ଗଣତି ପାଇଁ ଏଭଳି ଉପାୟ ଆପଣାଇଛନ୍ତି କମିଶନ। ଏଠାରେ ପ୍ରଥମ ଦିନରେ ଗୋଟିଏ ଜୋନ୍‌ ଓ ବାକି ୨ଟି ଦିନରେ ଦୁଇଟି ଲେଖାଏଁ ଜୋନ୍‌ରେ ଭୋଟ୍‌ ଗଣତି କରାଯିବ। ତେବେ ୬ଟି ଜୋନ୍‌ ଥିବା ବ୍ଲକ୍‌ ଗୁଡିକରେ ପ୍ରତି ଦିନ ଅର୍ଥାତ୍ ଫେବୃୟାରୀ ୨୬ରୁ ୨୮ ପ୍ରର୍ଯ୍ୟନ୍ତ ତିନି ଦିନ ଧରି ୨ଟି ଲେଖାଏଁ ଜୋନ୍‌ର ଗଣତି କରାଯିବ।

ଗଣତି ଦିନ ସକାଳ ୭ଟାରେ ଲଟେରି ହୋଇ କାଉଣ୍ଟିଂ ଟିମ୍‌କୁ ଟେବୁଲ୍ ବଣ୍ଟାଯିବ। ଗୋଟିଏ ପଞ୍ଚାୟତ ଲାଗି ଗୋଟିଏ ଟେବୁଲ୍ ରହିବ। ଗୋଟିଏ ଗୋଟିଏ ଟେବୁଲ୍‌ରେ ଜଣେ କାଉଣ୍ଟିଂ ସୁପଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣନା। ଗଣତିର ୧୫ ମିନିଟ୍ ପୂର୍ବରୁ ଭୋଟ୍ ବାକ୍ସଗୁଡ଼ିକ କାଉଣ୍ଟିଂ ଟେବୁଲ୍‌କୁ ଅଣାଯିବ। ଇଲେକସନ୍ ଅଫିସର ଓ ଟାବୁଲେସନ୍ ଲାଗି ଅଲଗା ଟେବୁଲ୍ ରହିବ। ଭୋଟ୍ ବାକ୍ସ ଖୋଲାଯିବା ପରେ ବାଲାଟ୍ ପେପରର ରଙ୍ଗ ଅନୁୟାୟୀ ସେଗୁଡ଼ିକୁ ଅଲଗା କରାଯିବ। ଏହାପରେ ଆରମ୍ଭ ହେବ ଗଣତି, ଯାହା ଫଳ ଜଣାପଡ଼ିବା ଯାଏଁ ଅନବରତ ଚାଲିବ।

ଯଦି ବାଲାଟ୍ ପେପରରେ ଜଣେ ଭୋଟର୍ ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବେ, କେଉଁ ଚିହ୍ନରେ ଭୋଟ୍ ଦେଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁ ନଥିବ, ବାଲାଟ୍ ପେପର ଚିରା ଓ ଫଟା ହୋଇଥିବ, ତାହା ଅବୈଧ ଧରାଯିବ। ପୂରା ଗଣତି ପ୍ରକ୍ରିୟା ସିସିଟିଭି ସର୍ଭିଲାନ୍ସରେ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe