Advertisment

ଗାଁରେ ନାହିଁ ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗ୍ରାମ’ର ଫଳକ

ଖୋର୍ଦ୍ଧା(ବଳରାମ ଲେଙ୍କା): କେବଳ ଫଳକରେ ସୀମିତ ରହିଯାଇଛି ଯୋଜନା। ପୁଣି ଯୋଜନାର ସଫଳ ରୂପାୟନ ନେଇ ନିଜ ପିଠି ନିଜେ ଥାପୁଡ଼ାଇଛନ୍ତି ସରକାର। ହେଲେ ଠକି ଯାଇଛନ୍ତି ଗ୍ରାମବାସୀ। ପାଇଖାନା ନାଁରେ ବ୍ୟାପକ ଚଞ୍ଚକତା କରାଯାଇ ହିତାଧିକାରୀଙ୍କୁ ଚକମା ଦିଆଯାଇଛି। ପାଇଖାନା  ନଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି, କିନ୍ତୁ ଗାଁର ମୁଣ୍ଡରେ ଲାଗିଛି ‘ବାହ୍ୟ ମଳମୁକ୍ତ ଗ୍ରାମ’ର ଫଳକ। ଏଭଳି ଚଞ୍ଚକତାର ଚିତ୍ର ଓ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଗଙ୍ଗପଡ଼ା […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଗାଁରେ ନାହିଁ ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗ୍ରାମ’ର ଫଳକ

khurdha_ODF_Corruption

ଖୋର୍ଦ୍ଧା(ବଳରାମ ଲେଙ୍କା): କେବଳ ଫଳକରେ ସୀମିତ ରହିଯାଇଛି ଯୋଜନା। ପୁଣି ଯୋଜନାର ସଫଳ ରୂପାୟନ ନେଇ ନିଜ ପିଠି ନିଜେ ଥାପୁଡ଼ାଇଛନ୍ତି ସରକାର। ହେଲେ ଠକି ଯାଇଛନ୍ତି ଗ୍ରାମବାସୀ। ପାଇଖାନା ନାଁରେ ବ୍ୟାପକ ଚଞ୍ଚକତା କରାଯାଇ ହିତାଧିକାରୀଙ୍କୁ ଚକମା ଦିଆଯାଇଛି। ପାଇଖାନା  ନଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି, କିନ୍ତୁ ଗାଁର ମୁଣ୍ଡରେ ଲାଗିଛି ‘ବାହ୍ୟ ମଳମୁକ୍ତ ଗ୍ରାମ’ର ଫଳକ। ଏଭଳି ଚଞ୍ଚକତାର ଚିତ୍ର ଓ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରୀ ଗାଁରୁ। ଏଠାରେ କେଉଁଠି ନିମ୍ନମାନର ପାଇଖାନା କାମ ହୋଇଛି ତ କେଉଁଠି ପାଇଖାନା ନିର୍ମାଣ କାମ କରି ମଧ୍ୟ ଟଙ୍କା ପାଉନି ହିତାଧିକାରୀ। ଆଉ କିଛି ଲୋକ ଏଯାଏ ଆଦୌ ପାଇଖାନା ପାଇଁ ଟଙ୍କାଟିଏ ଦେଖିନାହାନ୍ତି। ତେବେ ଏପରି ସମସ୍ୟାର ସାମାଧାନ ଖୁବଶୀଘ୍ର ହୋଇଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Advertisment

ଜଟଣୀ ବ୍ଲକ ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରୀ ଗାଁ ମୁଣ୍ଡରେ ଲାଗିଛି ‘ବାହ୍ୟ ମଳମୁକ୍ତ ଗ୍ରାମ’ର ଫଳକ। ହେଲେ ଏଠାରେ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା କେବଳ ପୋଥିରେ ସୀମିତ ହୋଇ ରହିଯାଇଛି। ଘରେ ପାଇଖାନା ନ ଥିବାରୁ ଲୋକେ ରାସ୍ତାକଡ଼ରେ ମଳ ତ୍ୟାଗ କରୁଛନ୍ତି। ପାଇଖାନା ଯୋଗାଇ ଦେବାକୁ ଯୋଜନା ଆଳରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଗାଁର ଅନେକଙ୍କ ଘରେ ସର୍ଭେ ହୋଇଛି, ହେଲେ ପାଇଖାନା ତିଆରି ହୋଇନାହିଁ। ପୁଣି ଯେଉଁମାନଙ୍କର ବି ପାଇଖାନା ନିର୍ମାଣ ହୋଇଛି, ତାହା ବି ନିମ୍ନମାନର ଓ ଅନୁପଯୋଗୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

୨୦୧୪ରୁ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା ଆରମ୍ଭ ହୋଇଥିବା ବେଳେ ଏଯାବତ ଖୋର୍ଦ୍ଧାରେ ୩୦ ପ୍ରତିଶତ ହିତାଧିକାରୀଙ୍କୁ ବି ଏହାର ସୁଫଳ ମିଳିନାହିଁ। ଗାଁର ଅନେକ ହିତାଧିକାରୀଙ୍କୁ ୨୦୧୬ରୁ କାର୍ଯ୍ୟାଦେଶ  ମିଳିଥିବା ବେଳେ ସେମାନେ ହାତରୁ ଟଙ୍କା ଖର୍ଚ୍ଚ କରି ପାଇଖାନା ତିଆରି କରିଥିଲେ। ହେଲେ ଏଯାଏଁ ସେମାନଙ୍କୁ ସରକାରୀ ପ୍ରାପ୍ୟ ମଧ୍ୟ ମିଳିପାରି ନାହିଁ। ତେବେ ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି ଯେ, ବହୁତ ସ୍ଥାନରେ ପାଇଖାନା ଚାଲିଛି। ମିଳିଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଫଳକ ଲଗାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ବଳକା ରହିଯାଇଥିବା ପରିବାରଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯାଇ ମାର୍ଚ୍ଚ ୧୫ ସୁଦ୍ଧା ଗାଁରେ ସମସ୍ତ ପାଇଖାନା କାମ ଶେଷ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

Advertisment