Advertisment

ଏମିତି ସି ବିଚ୍‌, ଯେଉଁଠି ରାତିରେ ହୁଏ ଭୂତପ୍ରେତଙ୍କ ଉତ୍ସବ

ଭୂତପ୍ରେତଙ୍କ କଥା ଶୁଣିଲେ ଦେହ ଟାଙ୍କୁରି ଉଠିବ। ଫିଲ୍ମରୁ ହେଉ କି ବହି ପଢ଼ି ଭୂତପ୍ରେତଙ୍କ ସମ୍ପର୍କରେ ଜାଣିଥିବେ। ଆମେ ମଧ୍ୟ ଏଠାରେ ବିଭିନ୍ନ ହଣ୍ଟେଡ ପ୍ଲେସ୍‌ ସମ୍ପର୍କରେ ଆଗରୁ କହିଛୁ। ହେଲେ ଆଜି ଆମେ ଯେଉଁ କଥା କହିବାକୁ ଯାଉଛି ତାହା ଭାରତର ଏକ ପ୍ରସିଦ୍ଧ ପର୍ଯ୍ୟଟନ୍‌ ସ୍ଥଳ। ଏହା ଦେଖିବାକୁ ଯେତେ ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ରାତି ହେଲେ ଏହି ସ୍ଥାନ ହୋଇଯାଏ ଜନଶୂନ୍ୟ। ଅନ୍ଧାର ମଧ୍ୟରେ ଫୁଟିଉଠେ ଅଜବ ଅଜବ ଶବ୍ଦ। […]

ଅଦ୍ୟତନ ହୋଇଛି
ଏମିତି ସି ବିଚ୍‌, ଯେଉଁଠି ରାତିରେ ହୁଏ ଭୂତପ୍ରେତଙ୍କ ଉତ୍ସବ

DUMAS beach

Advertisment

ଭୂତପ୍ରେତଙ୍କ କଥା ଶୁଣିଲେ ଦେହ ଟାଙ୍କୁରି ଉଠିବ। ଫିଲ୍ମରୁ ହେଉ କି ବହି ପଢ଼ି ଭୂତପ୍ରେତଙ୍କ ସମ୍ପର୍କରେ ଜାଣିଥିବେ। ଆମେ ମଧ୍ୟ ଏଠାରେ ବିଭିନ୍ନ ହଣ୍ଟେଡ ପ୍ଲେସ୍‌ ସମ୍ପର୍କରେ ଆଗରୁ କହିଛୁ। ହେଲେ ଆଜି ଆମେ ଯେଉଁ କଥା କହିବାକୁ ଯାଉଛି ତାହା ଭାରତର ଏକ ପ୍ରସିଦ୍ଧ ପର୍ଯ୍ୟଟନ୍‌ ସ୍ଥଳ। ଏହା ଦେଖିବାକୁ ଯେତେ ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ରାତି ହେଲେ ଏହି ସ୍ଥାନ ହୋଇଯାଏ ଜନଶୂନ୍ୟ। ଅନ୍ଧାର ମଧ୍ୟରେ ଫୁଟିଉଠେ ଅଜବ ଅଜବ ଶବ୍ଦ। ଯାହା କାନରେ ପଡିଲେ ଛାତି ଫାଟିଯିବା ପରି ଲାଗିବ। ଆଜ୍ଞା ହଁ ଆମେ କହୁଛୁ ଗୁଜରାଟର ‘ଡୁମସା ବିଚ୍‌’ ସମ୍ପର୍କରେ।

Advertisment

Dumas-Beachଡୁମସା ବିଚ୍‌ ଯାହାକୁ ଦମସା ବିଚ୍‌ ବୋଲି ମଧ୍ୟ କିଛି ଲୋକ କହିଥାନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଏହି ବିଚ୍‌ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି। ପୂରାଦିନ ବିଚ୍‌ରେ ରହିଥାଏ କୋଳାହଳ। ହେଲେ ସୂର୍ଯ୍ୟଅସ୍ତ ହେବାକୁ ବସିଲେ ପର୍ଯ୍ୟଟକ ଓ ପ୍ରେମୀ ଯୁଗଳ ଫେରି ଆସିଥାନ୍ତି। କାରଣ ଅନ୍ଧାର ବଢ଼ିବା ସହ ବିଚ୍‌ରେ ଆରମ୍ଭ ହୋଇଥାଏ ଅଦୃଶ୍ୟ ଶକ୍ତିଙ୍କ ରାଜ।

ରାତି ବଢ଼ିବା ସହ ବିଚ୍‌ରେ ଶୁଣିବାକୁ ମିଳିଥାଏ ବିଭିନ୍ନ ପ୍ରକାର ଚିତ୍କାର। ଅନ୍ଧାରରେ କିଏ ସାହାଯ୍ୟ ପାଇଁ ଡାକ ପକାଉଥାଏ ତ ଆଉ କିଏ ଜୋରେ ଜୋରେ କନ୍ଧୁଥାଏ। କେଉଁଠି ଚୂଡି ତ ଆଉ କେଉଁଠି ଘୁଙ୍ଗୁରର ଶବ୍ଦ। ହେଲେ କେଉଁଠି ବି କାହାକୁ ଦେଖିବାକୁ ମିଳି ନଥାଏ। ଯଦି ଭୁଲରେ ରାତିରେ ରହିଯିବେ ତେବେ ଲାଗିବ ଯେମିତି ଅନ୍ୟ ଦୁନିଆକୁ ଚାଲି ଆସିଛନ୍ତି। ହେଲେ ସେଠାରୁ ଜୀବିତ ଫେରିବାର ଆଶା କମ।

Advertisment

ଲୋକେ କୁହନ୍ତି ଏହି ବିଚ୍‌ରେ ଅଦୃଶ୍ୟ ଶକ୍ତିମାନେ ଉତ୍ସବ ମନାଇଥାନ୍ତି। ନିଜ ନିଜର ଜୀବନ ଓ ମୃତ୍ୟୁକୁ ନେଇ କରିଥାନ୍ତି ଉତ୍ସବ। ଚନ୍ଦ୍ର ଆଲୋକରେ ଦେଖିବାକୁ ମିଳେ ଏହି ଅଦୃଶ୍ୟ ଶକ୍ତିଙ୍କ ଛବି। ଏହାସହ ବସନ୍ତ ରାତିରେ ସମୁଦ୍ରର ଲୁଣା ପାଣିରୁ ବାହାରି ବିଚ୍‌କୁ ଚାଲି ଆସନ୍ତି ଅଦୃଶ୍ୟ ଶକ୍ତି।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ରହିଥିବା ବିଶ୍ୱାସ ଓ ରାତିରେ ବିଚ୍‌ରୁ ଫେରି ନ ପରି ରହି ଯାଇଥିବା ପର୍ଯ୍ୟଟକଙ୍କ ଅଙ୍ଗେ ଲିଭା କଥା ଏହାକୁ ଆହୁରି ଭୟଙ୍କର କରିଛି। ଦିନରେ ବିଚ୍‌ର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଥିବା ବେଳେ ସୂର୍ଯ୍ୟଅସ୍ତ ହେବା ଆଗରୁ ସୂର୍ଯ୍ୟଦେବ ଦେଇଥାନ୍ତି ଜାଗା ଛାଡି ଚାଲିଯିବାକୁ ଇସାରା।

ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ ଏହି ବିଚ୍‌କୁ ନେଇ ବହୁତ କଥା ଶିଣିବାକୁ ମିଳିଥାଏ। ତେଣୁ ସ୍ଥାନୀୟ ପ୍ରଶାସନ ରାତିରେ ବିଚ୍‌କୁ ଯିବା ଉପରେ ରୋକ୍‌ ଲଗାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe