Advertisment

୩୫ ପଟ୍ଟଚିତ୍ର ଶିଳ୍ପୀଙ୍କୁ ଜିଇଁବାର ନୂଆ ରାହା ଦେଖାଇଲା ମୋବାଇଲ୍‌ ମେସେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ୩୫ ପଟ୍ଟଚିତ୍ର ଶିଳ୍ପୀଙ୍କୁ ଜିଇଁବାର ନୂଆ ରାହା ଦେଖାଇଲା ମୋବାଇଲ୍‌ ମେସେଜ। ଏଥିରେ ପ୍ରମୁଖ ଭୂମିକା ନେଇଥିଲେ ଜଣେ ଆଇଏଫ୍‌ଏସ୍‌ ଅଫିସର। ସେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରେ ଆରମ୍ଭ କରିଥିବା ଏହି କ୍ୟାମ୍ପେନ ଏବେ ପୁରୀ ଚନ୍ଦନପୁର ଅଞ୍ଚଳର ପଟ୍ଟଚିତ୍ର ଶିଳ୍ପୀଙ୍କୁ ରୋଜଗାରର ପନ୍ଥା ଯୋଗାଇଛି। ଯାହାଫଳରେ ସେମାନେ ୭ରୁ ୮ ଲକ୍ଷ ଟଙ୍କାର ପେଣ୍ଟିଂ ବିକ୍ରି କରିପାରିଛନ୍ତି। ବଲାଙ୍ଗିର ଝିଅ ହେଉଛନ୍ତି ଦୀପିକା ବାଜପେୟୀ। ସେ ଏବେ କର୍ଣ୍ଣାଟକ […]

author-image
Manoranjan Sial
ଅଦ୍ୟତନ ହୋଇଛି
୩୫ ପଟ୍ଟଚିତ୍ର ଶିଳ୍ପୀଙ୍କୁ ଜିଇଁବାର ନୂଆ ରାହା ଦେଖାଇଲା ମୋବାଇଲ୍‌ ମେସେଜ

Dipika-Bajpai.jpg

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ୩୫ ପଟ୍ଟଚିତ୍ର ଶିଳ୍ପୀଙ୍କୁ ଜିଇଁବାର ନୂଆ ରାହା ଦେଖାଇଲା ମୋବାଇଲ୍‌ ମେସେଜ। ଏଥିରେ ପ୍ରମୁଖ ଭୂମିକା ନେଇଥିଲେ ଜଣେ ଆଇଏଫ୍‌ଏସ୍‌ ଅଫିସର। ସେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରେ ଆରମ୍ଭ କରିଥିବା ଏହି କ୍ୟାମ୍ପେନ ଏବେ ପୁରୀ ଚନ୍ଦନପୁର ଅଞ୍ଚଳର ପଟ୍ଟଚିତ୍ର ଶିଳ୍ପୀଙ୍କୁ ରୋଜଗାରର ପନ୍ଥା ଯୋଗାଇଛି। ଯାହାଫଳରେ ସେମାନେ ୭ରୁ ୮ ଲକ୍ଷ ଟଙ୍କାର ପେଣ୍ଟିଂ ବିକ୍ରି କରିପାରିଛନ୍ତି।

Advertisment

ବଲାଙ୍ଗିର ଝିଅ ହେଉଛନ୍ତି ଦୀପିକା ବାଜପେୟୀ। ସେ ଏବେ କର୍ଣ୍ଣାଟକ କ୍ୟାଡର ଆଇଏଫ୍‌ଏସ୍‌ ଅଫିସର। ଭାରତୀୟ ବନସେବାରେ କାର୍ଯ୍ୟ କରୁଛନ୍ତି। ଗତବର୍ଷ କରୋନା ଲକ୍‌ଡାଉନ୍‌ ସମୟରେ ମୋବାଇଲ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ୍‌ ତାଙ୍କ ପାଖକୁ ଯାଇଥିଲା। ସେଥିରେ ଲେଖାଯାଇଥିଲା, ମହାମାରୀ କରୋନା ସମୟରେ ସଙ୍କଟ ପଡ଼ିଛନ୍ତି ଓଡ଼ିଶାର ପଟ୍ଟଚିତ୍ର ଶିଳ୍ପୀ ବିପିନ ଦାସ। ପଟ୍ଟଚିତ୍ର ବିକ୍ରି ହେଉନଥିବାରୁ ଘରେ ଚୁଳି ଜଳୁନି। କେହି କଳାପ୍ରେମୀ ପଟ୍ଟଚିତ୍ର କିଣିଲେ ବିପିନଙ୍କ ଭଳି ପରିବାର ପେଟକୁ ଦାନା ଯୋଗାଡ଼ ସମ୍ଭବ ହୁଅନ୍ତା।

https://twitter.com/dipika_bajpai/status/1408489440708730884?s=20

ଆଇଏଫ୍‌ଏସ୍‌ ଦୀପିକା ବାଜପେୟୀ ଏହି ମେସେଜ୍‌ ପଢ଼ିବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ପ୍ରଥମେ ମେସେଜରେ ଥିବା ବିପିନଙ୍କ ନମ୍ବରରେ ଯୋଗାଯୋଗ କରିଥିଲେ। ତାଙ୍କଠୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ପଟ୍ଟଚିତ୍ର କିଣିଥିଲେ। ପରେ ସେ ବିପିନଙ୍କଠାରୁ ପଟ୍ଟଚିତ୍ର ଶିଳ୍ପୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏପରିକି ତାଙ୍କଠାରୁ କିଛି ପଟ୍ଟଚିତ୍ରର ଫଟୋ ସଂଗ୍ରହ କରି ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲରେ ଛାଡ଼ି ଦେଇଥିଲେ। ତା’ପରଠାରୁ ଧୀରେଧୀରେ ପଟ୍ଟଚିତ୍ର ବିକ୍ରି ଆରମ୍ଭ ହୋଇଗଲା। ଯେତେବେଳେ ଚାହିଦା ବଢ଼ିଲା, ଏସବୁ ଶିଳ୍ପୀଙ୍କ ପାଇଁ ଦୀପିକା ବାଜପେୟୀ  @PattachitraP ନାଁରେ ଏକ ସ୍ୱତନ୍ତ୍ର ଟ୍ୱିଟର ହ୍ୟାଣ୍ଡେଲ ଖୋଲି ଦେଲେ। ତା’ ପରଠାରୁ କରୋନା ସତ୍ତ୍ୱେ ଚନ୍ଦନପୁର ଖାସ୍‌ ପୋଷାକ ଅଞ୍ଚଳର ଏହି ପଟ୍ଟଚିତ୍ର ଶିଳ୍ପୀଙ୍କୁ ମିଳିଛି ରୋଜଗାରର ନୂଆ ପନ୍ଥା।

Advertisment

https://twitter.com/PattachitraP/status/1408108085869121540?s=20

ପଟ୍ଟଚିତ୍ର ଶିଳ୍ପୀ ବିପିନ ଦାସ କହିଛନ୍ତି- “କରୋନା ସମୟରେ ଆମକୁ ଅନ୍ୟ ପାଖରେ କାମ କରିବାକୁ ପଡ଼ିଥାଆନ୍ତା। ଟ୍ୱିଟର ମାଧ୍ୟମରେ ହୋଇଥିବା ଏପରି ବ୍ୟବସ୍ଥା ଦ୍ୱାରା ଆମେ ବହୁ ମାତ୍ରାରେ ଉପକୃତ ହୋଇପାରିଛୁ। ନିଜ ହାତରେ ତିଆରି କରୁଥିବା ପେଣ୍ଟିଂକୁ ବିକ୍ରି କରିପାରୁଛୁ। ଯାହାଫଳରେ ୩୦ରୁ ୩୫ଟା ପରିବାର ଚଳିପାରୁଛୁ। ୭ରୁ ୮ ଲକ୍ଷ ଟଙ୍କାର ପେଣ୍ଟିଂ ବିକ୍ରି ସରିଲାଣି। ତାହା ଭିତରେ ଆଉ କିଛି ବରାଦୀ କାମ ମିଳିଛି। ତାକୁ ସାରିବାକୁ ୨ରୁ ୩ ବର୍ଷ ସମୟ ଲାଗିବ।”

https://twitter.com/PattachitraP/status/1409934865928126464?s=20

@PattachitraP ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ବିପିନଙ୍କ ସମେତ ୩୦ରୁ ୩୫ ପଟ୍ଟଚିତ୍ର ଶିଳ୍ପୀ ପରିବାର ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ି ହୋଇଯାଇଛନ୍ତି। ଫଳରେ ଦୀପିକାଙ୍କ ଦ୍ୱାରା ଖୋଲାଯାଇଥିବା ଏହି ଟ୍ୱିଟର ହ୍ୟାଣ୍ଡେଲରେ ଏବେ ସୁଦ୍ଧା ୭ରୁ ୮ ଲକ୍ଷ ଟଙ୍କା ମୂଲ୍ୟର ୭୦-୮୦ ପଟ୍ଟଚିତ୍ର ବିକ୍ରି ହୋଇଛି। ଏହାସହ ଆଉ ୭ରୁ ୮ ଲକ୍ଷ ଟଙ୍କାର ପଟ୍ଟଚିତ୍ର କାମ ଅର୍ଡର ଆସିଛି। ଯାହାକୁ ନେଇ ଖାଲି ବିପିନ ନୁହନ୍ତି, ପୂରା ପଟ୍ଟଚିତ୍ର ଶିଳ୍ପୀ ଉତ୍ସାହିତ ଅଛନ୍ତି।

https://twitter.com/PattachitraP/status/1404671967995654145?s=20

ତେବେ ଆଇଏଫ୍‌ଏସ୍‌ ଦୀପିକା କିନ୍ତୁ ଏଇଠି ଅଟକି ନାହାନ୍ତି। ପଟ୍ଟଚିତ୍ର ଶିଳ୍ପୀଙ୍କ ପାଇଁ ଏକ ଦୀର୍ଘମିଆଦୀ ସମାଧାନ ଲକ୍ଷ୍ୟରେ ଏକ ଅଣଲାଭକରୀ ଇ-କମର୍ସ ପ୍ଲାଟଫର୍ମ ଖୋଲିବା ଦିଗରେ ସେ ଏବେ କାମ କରୁଛନ୍ତି।