ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ ହୋଇଥିବା ଏହି ୬ ବିଛିନ୍ନତାବାଦୀ ନେତାଙ୍କୁ ଆପଣ ଜାଣନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କାର୍ଯ୍ୟାନୁଷ୍ଠାନକୁ କଡାକଡି କରୁଛନ୍ତି। ପ୍ରଥମେ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କ ଆପାତତଃ ଛିନ୍ନ କରିବା ପରେ ବିଛିନ୍ନତାବାଦୀ ନେତାମାନଙ୍କ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି। ହେଲେ ଆପଣ ଭାବୁଥିବେ ଏଭଳି ଦେଶବିରୋଧୀ ତତ୍ୱମାନଙ୍କୁ କ’ଣ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା ବୋଲି । ବାସ୍ତବରେ ଏହି ବିଛିନ୍ନତାବାଦୀ ନେତାମାନେ କେନ୍ଦ୍ର ସରକାରଙ୍କ ସହ ଏହି କଥା କହି ସୁରକ୍ଷା ବ୍ୟବସ୍ଥା ନେଉଥିଲେ […]

66

66

Mihir Pattnayak
  • Published: Monday, 18 February 2019
  • Updated: 18 February 2019, 04:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କାର୍ଯ୍ୟାନୁଷ୍ଠାନକୁ କଡାକଡି କରୁଛନ୍ତି। ପ୍ରଥମେ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କ ଆପାତତଃ ଛିନ୍ନ କରିବା ପରେ ବିଛିନ୍ନତାବାଦୀ ନେତାମାନଙ୍କ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି। ହେଲେ ଆପଣ ଭାବୁଥିବେ ଏଭଳି ଦେଶବିରୋଧୀ ତତ୍ୱମାନଙ୍କୁ କ’ଣ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା ବୋଲି ।

ବାସ୍ତବରେ ଏହି ବିଛିନ୍ନତାବାଦୀ ନେତାମାନେ କେନ୍ଦ୍ର ସରକାରଙ୍କ ସହ ଏହି କଥା କହି ସୁରକ୍ଷା ବ୍ୟବସ୍ଥା ନେଉଥିଲେ ଯେ, ସେମାନେ ଭାରତ ସରକାର ଓ ଆତଙ୍କବାଦୀଙ୍କ ମଧ୍ୟରେ ମଧ୍ୟସ୍ଥତା କରି ଭାରତ-ପାକ୍‍ ମଧ୍ୟରେ ଦେଖା ଦେଉଥିବା ବିବାଦର ସମାଧାନ କରିବେ । ଯାହାକି ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ  କି ଆଗକୁ ହେବାର ମଧ୍ୟ ସମ୍ଭାବନା ନାହିଁ ।

ତେବେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।  କିଏ ସେମାନେ, କ’ଣ ସେମାନଙ୍କ ଅତୀତ। ଏଭଳି ଅନେକ କିଛି।

ମିରୱାଇଜ୍‍ ମହମ୍ମଦ ଉମର ଫାରୁକ

ମିରୱାଇଜ୍‍ ମହମ୍ମଦ ଉମର ଫାରୁକ ହେଉଛନ୍ତି ଜମ୍ମୁ କଶ୍ମୀରର ବିଛିନ୍ନତାବାଦୀ ନେତାମାନଙ୍କ ମଧ୍ୟରୁ ଜଣେ । ଅୱାମୀ ଆକ୍ସସ କମିଟି, ଯାହାକି ସର୍ବଦଳୀୟ ହୁରିଆତ୍‍ କନ୍‍ଫରେନ୍ସର ୨ ପ୍ରମୁଖ ବିଭାଗରୁ ଗୋଟିଏ, ସେ ହେଉଛନ୍ତି ତାହାର ଅଧ୍ୟକ୍ଷ । ଏହି ସଙ୍ଗଠନ ପାକିସ୍ତାନ ସପକ୍ଷବାଦୀ ସଙ୍ଗଠନ ଅଟେ ଓ ଦେଶ ଭିତରେ ରହି କାଶ୍ମୀରକୁ ଦେଶରୁ ବିଛିନ୍ନ କରିବାର ଆଗ୍ରହ ରଖେ । ମିରୱାଇଜ୍‍ଙ୍କ ଜନ୍ମ ଶ୍ରୀନଗରଠାରେ ୨୩ ମାର୍ଚ୍ଚ ୧୯୭୩ରେ ହୋଇଥିଲା । କାଶ୍ମୀରର ପ୍ରତିଷ୍ଠିତ ବର୍ଣ୍ଣ ହଲ ସ୍କୁଲ ଓ କାଶ୍ମୀର ବିଶ୍ୱ ବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଛନ୍ତି । ପୁଲୱାମା ଆକ୍ରମଣ ପରେ ତାଙ୍କୁ ମିଳୁଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି ।

ବାସ୍ତବରେ ଉମରଙ୍କୁ ଆତଙ୍କବାଦୀମାନଙ୍କ ପକ୍ଷରୁ ଥିବା ଭୟ ଦୃଷ୍ଟିକୋଣରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ୧୯୯୦ରେ ତାଙ୍କ ପିତା ମିରବାଇଜ୍‍ ଫାରୁଖ୍‍ଙ୍କୁ ତଥା ୨୦୦୨ରେ ଅବଦୁଲ୍‍ ଗନି ଲୋନ୍‍ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେଇଥିଲେ ।

ଅବ୍‍ଦୁଲ ଗନି ଭଟ୍ଟ

ବୃତ୍ତିରେ ପ୍ରୋଫେସର ଥିବା ଗନି ଭଟ୍ଟ ହେଉଛନ୍ତି ଏମିତି ଜଣେ ବିଛିନ୍ନତାବାଦୀ ନେତା ଯେ କି, ଅଧିକାଂଶ ସମୟେରେ ପାକିସ୍ତାନ ସପକ୍ଷରେ ମତଦେଇ ଚର୍ଚ୍ଚାରେ ଆସିଛନ୍ତି । କାଶ୍ମୀର ମୁସ୍‍ଲିମ୍‍ କନ୍‍ଫରେନ୍‍ସର ସେ ହେଉଛନ୍ତି ଅଧ୍ୟକ୍ଷ । ପୂର୍ବରୁ ସେ ହୁରିୟତ୍‍ କନ୍‍ଫରେନ୍‍ସର ଚେୟାରମ୍ୟାନ୍‍ ମଧ୍ୟ ଥିଲେ । ଏହାଙ୍କର ଜଣେ ଭାଇଙ୍କୁ ପୂର୍ବରୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ତାହା ପରଠାରୁ ଭଟ୍ଟଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିଲାଲ ଗନି ଲୋନ୍‍

ପିପୁଲ୍‍ସ କନ୍‍ଫରେନ୍ସ ଚେୟାରମ୍ୟାନ୍‍ ହେଉଛନ୍ତି ବିଲାଲ ଗନି ଲୋନ୍‍ । ଜମ୍ମୁ କଶ୍ମୀରର ପୂର୍ବତନ ସମାଜ କଲ୍ୟାଣ ମନ୍ତ୍ରୀ ସଜ୍ଜାଦ ଗନି ଲୋନ୍‍ଙ୍କ ଭାଇ ହେଉଛନ୍ତି ବିଲାଲ । ଏହାରଙ୍କ ପିତା ଅବ୍‍ଦୁଲ୍‍ ଲୋନ୍‍ ୧୯୭୮ରେ ପିପୁଲ୍‍ସସ ଫ୍ରଣ୍ଟର ଗଠନ କରିଥିଲେ । ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ । ୨୦୦୨ରେ ନିର୍ବାଚନ ବିବାଦ ପରେ ହୁରିୟତ୍‍ କନ୍‍ଫରେନ୍‍ସାରେ ବିବାଦ ଉପୁଜିଥିଲା ଏପରିକି ପିତାଙ୍କ ମୃତ୍ୟୁ ପେରେ ୨ ଭାଇଙ୍କ ସହ ପିପୁଲ୍‍ ଫ୍ରଣ୍ଟ ମଧ୍ୟ ୨ ଭାଗ ହୋଇଥିଲା ।

ହାସିମ କୁରେସି

ଜମ୍ମୁ କଶ୍ମୀର ଲିବରେଶନ୍‍ ଫ୍ରଣ୍ଟ ଭଳି କଟ୍ଟର ଆତଙ୍କବାଦୀ ସଂଗଠନର ସଂସ୍ଥାପକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହାସିମ କୁରେସି । ୧୯୮୪ରେ ଦଶେଦ୍ରୋହ ମାମଲାରେ ଫାଶି ପାଇଥିବା ମକବୁଲ ବଟ୍ଟଙ୍କ ନିକଟ ସମ୍ପର୍କିୟ ହେଉଛନ୍ତି ହାସିମ ।୧୯୭୧ ମସିହାରେ ଇଣ୍ଡିଆନ୍‍ ଏଆର ଲାଇନ୍ସ ବିମାନ ଗଙ୍ଗାକୁ ଅପହରଣ କରି ଲାହୋରଠାରେ ସେ ଅବତରଣ କରିଥିଲେ । ୧୯୯୪ରେ ସେ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ ଗଠନ କରିଥିଲେ । ଦୀର୍ଘ ସମୟ ପାକିସ୍ତାନରେ ରହିବା ପେରେ ହଲାଣ୍ଡ ଓ ୨୦ ବର୍ଷ ତଳେ ଭାରତ ଚାଲି ଆସି ସେବେଠାରୁ ଏଠାରେ ରହୁଛନ୍ତି ।

ସବିର ଶାହା

ଜମ୍ମୁ କଶ୍ମୀରର ପହଲଗାଓଁରେ ଏହାଙ୍କର ଏକ  ତାରକା ହୋଟେଲ ରହିଛି । ଯାହାର ଦାମ୍‍ ପାଖାପାଖି ୬ କୋଟି ଟଙ୍କା ହେବ। ସରକାରୀ ରିପୋର୍ଟ ମୁତାବକ ଶାହାଙ୍କ ପାଖରେ ସର୍ବାତ୍ସାଧିକ ସମ୍ପତ୍ତି ରହିଛି । ଯାହାକି ଅନ୍ୟ ହୁରିୟତ୍‍ ନେତାମାନଙ୍କ ଅପେକ୍ଷା ୧୦ଗୁଣ ଅଧିକ । ତାଙ୍କ ନାମରେ ଏକାଧିକ ଫ୍ଲାଟ, ହୋଟେଲ ଓ ଦେକାନ ରହିଛି । ପୂର୍ବରୁ ଆତଙ୍କବାଦୀଙ୍କ ସହ ଅର୍ଥ ନେଣଦେଣ ବିବାଦରେ ସେ ଫଶି ଅନେକ ଥର ଜେଲ ଯାଇଛନ୍ତି । ଏଣୁ ତାଙ୍କ ଉପରେ ଦୃଷ୍ଟି ରଖିବାକୁ ତାଙ୍କ ପରିବାରକୁ ପୁଲିସ୍‍ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।

ଫଜଲ ହସ୍‌ କୁରେସି

ହିଜବୁଲ ସଙ୍ଗଠନର ପୂର୍ବ ପଦାଧିକାରୀ ହେଉଛନ୍ତି ଫଜଲ। ସେ ଅଲ୍‌ ପାର୍ଟି ହୁରିୟାତ୍‌ କନ୍‌ଫରେନ୍ଦର ନେତା। ୨୦୦୯ ଡିସେମ୍ବର ୪ ତାରିଖରେ ତାଙ୍କୁ ହତ୍ୟା ପାଇଁ ପ୍ରୟାସ କରାଯାଇଥିଲା। ୭୦ ଦଶକରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ନେତୃତ୍ୱ ନେଇ ସେ ଅନେକ ଥା ଜେଲ୍‌ ଯାଇଛନ୍ତି। ୮୦ ଓ ୯୦ ଦଶକରେ ଭାରତ ପାକ୍‌ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସେ ସାମିଲ ଥିବା ଅଭିଯୋଗ ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story