ଆଗକୁ ବୈଦିକ ମନ୍ତ୍ରର ସହାୟତା ନେଇପାରେ ଚିକିତ୍ସା ବିଜ୍ଞାନ

ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ହନ୍ତସନ୍ତ ହେଉଛନ୍ତି। ଏହି କ୍ରମରେ ଆମେରିକାରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି। ତେବେ ମହାମାରୀ ସଙ୍କଟ ଭିତରେ ଆମେରିକା ସନାତନ ଧର୍ମରେ ଥିବା ବୈଦିକ ମନ୍ତ୍ର ଉଚ୍ଚାରଣ ବିଧିକୁ ଆପଣାଇଛି। ଆମେରିକାର ଜାତୀୟ ପ୍ରାର୍ଥନା ଦିବସ ଅବସରରେ ରାଷ୍ଟ୍ରମୁଖ୍ୟ ଡୋନାଲଡ୍ ଟ୍ରମ୍ପ୍ ହିନ୍ଦୁ ପୁରୋହିତଙ୍କୁ ହ୍ୱାଇଟ୍ ହାଉସକୁ ଡକାଇ ଶାନ୍ତିପାଠ କରାଇଛନ୍ତି। କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ଲାଗି ହ୍ୱାଇଟ୍ […]

veda

veda

Pragnya Choudhury
  • Published: Saturday, 09 May 2020
  • Updated: 09 May 2020, 04:22 PM IST

Sports

Latest News

ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ହନ୍ତସନ୍ତ ହେଉଛନ୍ତି। ଏହି କ୍ରମରେ ଆମେରିକାରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି। ତେବେ ମହାମାରୀ ସଙ୍କଟ ଭିତରେ ଆମେରିକା ସନାତନ ଧର୍ମରେ ଥିବା ବୈଦିକ ମନ୍ତ୍ର ଉଚ୍ଚାରଣ ବିଧିକୁ ଆପଣାଇଛି। ଆମେରିକାର ଜାତୀୟ ପ୍ରାର୍ଥନା ଦିବସ ଅବସରରେ ରାଷ୍ଟ୍ରମୁଖ୍ୟ ଡୋନାଲଡ୍ ଟ୍ରମ୍ପ୍ ହିନ୍ଦୁ ପୁରୋହିତଙ୍କୁ ହ୍ୱାଇଟ୍ ହାଉସକୁ ଡକାଇ ଶାନ୍ତିପାଠ କରାଇଛନ୍ତି। କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ଲାଗି ହ୍ୱାଇଟ୍ ହାଉସ ପରିସରସ୍ଥ ରୋଜ୍ ଗାର୍ଡେନରେ ବୈଦିକ ମନ୍ତ୍ର ଉଚ୍ଚାରଣ କରାଗଲା। ଟ୍ରମ୍ପଙ୍କ ନିମନ୍ତ୍ରଣ ରକ୍ଷା କରି ପୁରୋହିତ ହରିଶ ବ୍ରହ୍ମଭଟ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ୟ ଧର୍ମା ଯାଜକଙ୍କ ସହ ଯୋଗ ଦେଇଥିଲେ।

ମନ୍ତ୍ର ଉଚ୍ଚାରଣ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବା ନେଇ ଉଜ୍ଜେନର ଧର୍ମ ବିଜ୍ଞାନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ନିର୍ଦ୍ଦେଶକ ଡା. ଜେ. ଯୋଶୀ ଏବଂ ଧର୍ମ ବୈଜ୍ଞାନିକ ପଣ୍ଡିତ ବୈଭବ ଯୋଶୀ କହିଛନ୍ତି ଯେ, ମନ୍ତ୍ର ମନର ସ୍ୱଚ୍ଛତା ଓ ନର୍ମଳତା ପାଇଁ ସିଧା ମାର୍ଗ ହୋଇଥାଏ। ଜୀବନର କ୍ଷୟପ୍ରାପ୍ତ ଶକ୍ତିକୁ ମନ୍ତ୍ରର ଶକ୍ତି ଜୀବନ୍ତ କରିଦେଇପାରେ।

ବେଦରେ ଶବ୍ଦକୁ ବ୍ରହମ୍ କୁହାଯାଇଛି। ଶବ୍ଦ ଏବଂ ସେଥିରୁ ନିର୍ମିତ ମନ୍ତ୍ର ବିଶାଳ ଶକ୍ତିର ଆଧାର ବୋଲି କୁହାଯାଇଛି। ମନ୍ତ୍ରର ଶକ୍ତି ଅସାଧ୍ୟ ରୋଗକୁ ଭଲ କରିପାରେ। ଏବେ ଆଧୁନିକ ବିଜ୍ଞାନ ମଧ୍ୟ ଏହି ସ୍ୱୀକାର କରିବା ଆରମ୍ଭ କଲାଣି। ଆମେରିକା ସମେତ ବିଶ୍ୱର ଅନେକ ବିକଶିତ ଦେଶରେ 'ମନ୍ତ୍ର ଚିକିତ୍ସା'କୁ ନେଇ ଚାଲିଥିବା କ୍ଲିନିକାଲ ପରୀକ୍ଷାରୁ ଏହା ଜଣାପଡ଼ିଛି। ଏହା ଦ୍ୱାରା ହୃଦରୋଗଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି, ଉଚ୍ଚ ରକ୍ତଚାପ, ମଧୁମେହ, ବ୍ରେନ୍ ଟ୍ୟୁମର ସମେତ ଅନେକ ଗମ୍ଭୀର ରୋଗ ବ୍ୟାଧିର ସମାଧାନ ସମ୍ଭବପର ବୋଲି କୁହାଯାଉଛି। ତେବେ କିଛି ବର୍ଷ ମଧ୍ୟରେ ମନ୍ତ୍ର ଚିକିତ୍ସା ପରୀକ୍ଷଣର ପର୍ଯ୍ୟାୟ ସଫଳତାର ସହ ପୂରା କରି ସର୍ବାଦୃତ ହୋଇଯିବ ବୋଲି ସେମାନେ ମତ ଦେଇଛନ୍ତି।

ଡା. ଯୋଶୀଙ୍କ ଅନୁଯାୟୀ, ସାରା ବିଶ୍ୱରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ପରମ୍ପରାରେ ଧ୍ୱନୀକୁ ବ୍ରହ୍ମାଣ୍ଡର ରଚନା, ପାଳନ ଏବଂ ପୋଷଣ କରିବା ଦିଗରେ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଏପରି ମଧ୍ୟ ବିଶ୍ୱାସ କରାଯାଏ କି, ଭାଇବ୍ରେସନ ବା କମ୍ପନ ସମସ୍ତ ଦୃଶ୍ୟ ତଥା ଅଦୃଶ୍ୟ ବସ୍ତୁକୁ ବ୍ୟାପିପାରେ। ସଙ୍ଗୀତ ଚିକିତ୍ସା ମଧ୍ୟ ବୈଜ୍ଞାନିକ ଆଧାର ରହିଛି। ଅନେକ ସମ୍ପଦ୍ରାୟରେ ସଙ୍ଗୀତ ସାହାଯ୍ୟରେ ଚିକିତ୍ସା କରାଯିବା ପାରମ୍ପରିକ କାଳରୁ ରହିଆସିଛି। ଏହା ମନୋବିଜ୍ଞାନ ସହ ସମ୍ପର୍କ ରଖିଥାଏ। ଏଠାରେ ମଣିଷର ଚିତ୍ତ ଜାଗ୍ରତ କରିବାକୁ, କଷ୍ଟରୁ ମୁକ୍ତ କରିବାକୁ ଧ୍ୱନୀର ବ୍ୟବହାର କରାଯାଇଥାଏ। ତେବେ ଧ୍ୱନୀ ପ୍ରକୃତି, ମଣିଷ ଓ ପଶୁଙ୍କ ଉପରେ ସମାନ ପ୍ରଭାବ ପକାଇଥାଏ।

ମନ୍ତ୍ର ହିଲିଂ ଅର୍ଥାତ୍ ଆଧ୍ୟାତ୍ମିକ ଚିକିତ୍ସା ଆପଣାଇବା ରୋଗୀ ନିଶ୍ଚିତ ରୂପେ ରୋଗମୁକ୍ତ ହୋଇପାରିବ। ମନ୍ତ୍ର ଆରାଧନା ପାଇଁ ସାତ୍ୱିକତା, ଶୁଦ୍ଧତା, ପବିତ୍ରତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ମନ୍ତ୍ର ହିଲିଂ ମଧ୍ୟ ଶୁଦ୍ଧ ଆଧ୍ୟାତ୍ମ ଅଟେ। ଯେତେବେଳେ ମନ୍ତ୍ର ଉଚ୍ଚାରଣ ହୁଏ, ସେହି ଧ୍ୱନୀକୁ କାନରେ ଶୁଣାଯାଏ। ସେତେବେଳେ ସାରା ଶରୀରର ଅପାର ଅସୀମ ଶକ୍ତି ଏବଂ ଶାନ୍ତି ଅନୁଭବ କରିଥାଏ। କାରଣ ମନ୍ତ୍ରଗୁ଼ଡ଼ିକରେ ବ୍ରହ୍ମାଣ୍ଡର ଶକ୍ତି ନିହିତ ରହିଛି ବୋଲି ସେ କହିଛନ୍ତି।

ବେଦ ମନ୍ତ୍ର ଓ ସଂସ୍କୃତ ଶ୍ଲୋକଗୁଡ଼ିକରେ ହିଲିଂ ଭାଇବ୍ରେଶନ ରହିଥାଏ। ଲୋକ ଏହାର ଅର୍ଥ ବୁଝନ୍ତୁ ବା ନ ବୁଝନ୍ତୁ ଏହାଦ୍ୱାରା ପ୍ରଭାବିତ କିନ୍ତୁ ନିଶ୍ଚିତ ହୁଅନ୍ତି। ଫଳରେ ସେମାନଙ୍କୁ ଶାନ୍ତି ଓ ସୁଖଦ ଅନୁଭବ ହୋଇଥାଏ। ଏହି କାରଣରୁ ବୈଦିକ ପରମ୍ପରା ଆଜି ବି ଜୀବିତ ହୋଇରହିଛି। ଉଚ୍ଚ ଆବୃତ୍ତି ଥିବା ଧ୍ୱନୀ ବିଶେଷକରି ଅନ୍ତର୍ନିହିତ ମନକୁ ଜଗ୍ରତ କରିଥାଏ ବା ଯନ୍ତ୍ରଣାରୁ ରୋଗୀଙ୍କ ଧ୍ଯାନ ଦୂର କରିଥାଏ। ଏହି କାରଣରୁ ଅର୍ଟିଷ୍ଟିକ୍ ତଥା ମାନସିକ ଭାବେ ଦୁର୍ବଳ ଥିବା ରୋଗୀଙ୍କଠାରେ ଏହା ବିଶେଷ ଭାବେ ପ୍ରୟୋଗ କରାଯାଏ।

ସେହିପରି ବୈଭବ ଯୋଶୀଙ୍କ ଅନୁସାରେ, ଅଥର୍ବବେଦରେ ମନ୍ତ୍ର ଦ୍ୱାରା ରୋଗରୁ ଉପଶମ, ତନ୍ତ୍ର-ମନ୍ତ୍ର ସାଧନା ସମେତ ବହୁ ଅନନ୍ୟ ରହସ୍ୟମାନ କୁହାଯାଇଛି। ବୈଦିକ ଯୁଗରେ ବେଦ ମନ୍ତ୍ରର ସାଧନା ଦ୍ୱାରା ଅନେକ ରୋଗୀଙ୍କ ଚିକିତ୍ସା, ଆଧ୍ୟାତ୍ମିକ ପ୍ରଗତି କରାଯାଇଥିବା ଉଦାହରଣ ମିଳିଛି। ଅଥର୍ବବେଦର ପ୍ରଥମ କାଣ୍ଡର ପ୍ରଥମ ଭାଗର କେତେକ ବିଶେଷ ମନ୍ତ୍ର ରୋଗମୁକ୍ତି ଲାଗି ଜପ ଏବଂ ଧ୍ୟାନ କରିବାକୁ ଦିଆଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story