Advertisment

କରୋନା କାଳରେ 'ସାଇକେଲ୍' ପ୍ରେମ

ମହାମାରୀ କରୋନା ଆସିବା ପରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାସହ ଚିରାଚରିତ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। ଲୋକମାନେ ଏହି ମହାମାରୀ ଭୂତାଣୁଠାରୁ ରକ୍ଷା ପାଇବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି। ଏପଟେ କରୋନା ଭୂତାଣୁ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ମଧ୍ୟ ଲାଗିଛି। ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, କେବଳ ସତର୍କ ରହି ଏହି ସଂକ୍ରମଣଠାରୁ ମୁକ୍ତି ପାଇବା ସମ୍ଭବ। କରୋନାକୁ ଲଗାମ ଦେବାକୁ ମାର୍ଚ୍ଚ 24ରେ ଲକଡାଉନ ଘୋଷଣା କରାଯାଇଥିଲା। ଦୀର୍ଘ […]

କରୋନା କାଳରେ 'ସାଇକେଲ୍' ପ୍ରେମ

cycle

Advertisment

ମହାମାରୀ କରୋନା ଆସିବା ପରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାସହ ଚିରାଚରିତ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। ଲୋକମାନେ ଏହି ମହାମାରୀ ଭୂତାଣୁଠାରୁ ରକ୍ଷା ପାଇବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି। ଏପଟେ କରୋନା ଭୂତାଣୁ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ମଧ୍ୟ ଲାଗିଛି। ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, କେବଳ ସତର୍କ ରହି ଏହି ସଂକ୍ରମଣଠାରୁ ମୁକ୍ତି ପାଇବା ସମ୍ଭବ।

Advertisment

cycle

କରୋନାକୁ ଲଗାମ ଦେବାକୁ ମାର୍ଚ୍ଚ 24ରେ ଲକଡାଉନ ଘୋଷଣା କରାଯାଇଥିଲା। ଦୀର୍ଘ ତିନି ମାସ ପରେ ଏବେ ଦେଶ ଅନଲକ୍ ପର୍ଯ୍ୟାୟରେ ଅଛି। ହେଲେ ଭିନ୍ନ ଭିନ୍ନ ରାଜ୍ୟରେ କରୋନା ସ୍ଥିତି ଅନୁସାରେ ସେଠାକାର ସରକାର ଲକଡାଉନ ଏବେ ବି ବଳବତ୍ତର ରଖିଛନ୍ତି ବା ରଖୁଛନ୍ତି। ଏହାରି ଭିତରେ ଲୋକେ ଧୀରେ ଧୀରେ ନିଜ ପେଟପାଟଣା, ରୋଜଗାର ଲାଗି ଘରୁ ବାହାରିବା ଆରମ୍ଭ କଲେଣି।

cycle

ଗୋଟିଏ ପଟେ ବ୍ୟାୟାମ, ଫିଟନେସ ଲାଗି ପାର୍କ, ଜିମ୍ ବନ୍ଦ ରହିଥିବା ବେଳେ ଲୋକେ ଏବେ ଏହାର ବିକଳ୍ପ ଖୋଜିସାରିଥିବା ଦେଖିବାକୁ ମିଳୁଛି। ପରିସ୍ଥିତି ଯାହା ହେଉ ନା କାହିଁକି, ଫିଟ୍ ରହିବାକୁ ହେବ। ଏହି କଥାକୁ ହୃଦୟଙ୍ଗମ କରି ଲୋକେ ଏଣିକି ସାଇକେଲ ଚଲାଇବାକୁ ବେଶୀ ପସନ୍ଦ କରୁଛନ୍ତି। ଧୀରେ ଧୀରେ ନିଜ ସତ୍ତା ହରାଉଥିବା ସାଇକେଲ ଏବେ ପୁଣି ନିଜ ଲୋକପ୍ରିୟତା ଫେରି ପାଇଛି।

Advertisment

cycle

ଅନ୍ୟପଟେ କଟକଣା ଏବେ ବି ଲାଗୁ ରହିଥିବାରୁ ଅଧିକାଂଶ ସ୍ଥାନରେ ସାଧାରଣ ଯାନବାହାନରେ ଆଗ ଭଳି ଯାତୟାତ କରିପାରୁ ନାହାନ୍ତି। ପେଟ୍ରୋଲ, ଡିଜେଲ ମଧ୍ୟ ଆଜିର ସମୟରେ ଖୁବ୍ ମହଙ୍ଗା ହେଲାଣି। ସେପଟେ ଲୋକଙ୍କ ଆମଦାନୀ ବା ରୋଜଗାର ମଧ୍ୟ ନାହିଁ। ଏ ସବୁ ଦୃଷ୍ଟିରୁ ସାଇକେଲ ହିଁ ଉଭୟ ସ୍ୱାସ୍ଥ୍ୟ ଓ ପକେଟ୍ ପାଇଁ ଶସ୍ତା, ସୁନ୍ଦର ଆଉ ମଜବୁତ୍ ବିକଳ୍ପ ପାଲଟିଛି।

cycle

ତେବେ ସାମାଜିକ ଦୂରତ୍ୱ ପାଳନ ଦିଗରେ ମଧ୍ୟ ସାଇକେଲ ଶ୍ରେଷ୍ଠ ବିକଳ୍ପ। ଏଣୁ କରୋନା କାଳରେ ସାଇକେଲକୁ ଲୋକେ ଅଧିକ ଆପଣାଉଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଦେଶର ସର୍ବାଧିକ ଲୋକପ୍ରିୟ ସାଇକେଲ କମ୍ପାନୀ ହିରୋ କହିଛି ଯେ, ଲକଡାଉନ ପରେ ସାଇକେଲର ଚାହିଦା ଖୁବ୍ ବଢ଼ିଯାଇଛି। ପ୍ରିମିୟମ୍ କ୍ୟାଟେଗୋରିରେ ପ୍ରାୟ 50 ପ୍ରତିଶତ ଚାହିଦା ବଢ଼ିଥିବା ବେଳେ ଇଲେକ୍ଟ୍ରୋନିକ କ୍ୟାଟେଗୋରୀରେ ଶତ ପ୍ରତିଶତ ଚାହିଦା ବୃଦ୍ଧି ପାଇଥିବା ହିରୋ କହିଛି।

COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe