Advertisment

ଠକିଦେଲା ଠିକାଦାର; ୧୦୦ ମିଟର ପାଇଁ ୩୦ କିମି ବୁଲୁଛନ୍ତି ଲୋକେ!

ରାୟଗଡ଼ା (ମାଉଡି ବାରିକ): ଠକିଦେଲା ଠିକାଦାର। ଗାଁ ଲୋକଙ୍କୁ ନଦୀ ଗର୍ଭରେ ଛାଡ଼ି ଚାଲିଗଲା! ଯେଉଁଥିପାଇଁ ୧୦୦ ମିଟର ରାସ୍ତାକୁ ୩୦ରୁ ୩୫ କିମି ଅତିକ୍ରମ କରୁଛନ୍ତି ଗାଁ ଲୋକେ! ଏପରି ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରୁ। ରାୟଗଡ଼ା ଜିଲ୍ଲା ଦେଇ ପ୍ରବାହିତ ହୋଇଛି ନାଗାବଳୀ। ନଦୀର ଆର ପାଖରେ ରହିଛି ୩ଟି ପଞ୍ଚାୟତର ୨୨ଟି ଗାଁ। ୧୫ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ସମସ୍ତେ ପ୍ରାୟ ଗରିବ ଶ୍ରେଣୀର। ହେଲେ ଦୁଃଖର […]

ଠକିଦେଲା ଠିକାଦାର; ୧୦୦ ମିଟର ପାଇଁ ୩୦ କିମି ବୁଲୁଛନ୍ତି ଲୋକେ!

Nagavali river

Advertisment

ରାୟଗଡ଼ା (ମାଉଡି ବାରିକ): ଠକିଦେଲା ଠିକାଦାର। ଗାଁ ଲୋକଙ୍କୁ ନଦୀ ଗର୍ଭରେ ଛାଡ଼ି ଚାଲିଗଲା! ଯେଉଁଥିପାଇଁ ୧୦୦ ମିଟର ରାସ୍ତାକୁ ୩୦ରୁ ୩୫ କିମି ଅତିକ୍ରମ କରୁଛନ୍ତି ଗାଁ ଲୋକେ! ଏପରି ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରୁ।

Advertisment

ରାୟଗଡ଼ା ଜିଲ୍ଲା ଦେଇ ପ୍ରବାହିତ ହୋଇଛି ନାଗାବଳୀ। ନଦୀର ଆର ପାଖରେ ରହିଛି ୩ଟି ପଞ୍ଚାୟତର ୨୨ଟି ଗାଁ। ୧୫ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ସମସ୍ତେ ପ୍ରାୟ ଗରିବ ଶ୍ରେଣୀର। ହେଲେ ଦୁଃଖର ବିଷୟ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ତେଣୁ ଲୋକମାନେ ଜୀବନକୁ ବାଜିରେ ଲଗାଇ ପେଟେ ପାଣିରେ ନାଗାବାଳୀ ନଦୀ ପାଉଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ମହିଳା, ବୃଦ୍ଧବୃଦ୍ଧା ଓ ପିଲାମାନେ। ଗାଁରେ ଯଦି କୌଣସି ବ୍ୟକ୍ତି ରୋଗରେ ପଡ଼ିଲେ, ତାହାହେଲେ କଥା ସରିଲା। ରୋଗୀଙ୍କୁ ପେଟେ ପାଣିରେ ଷ୍ଟ୍ରେଚରରେ ନଦୀ ପାର୍‌ କରିବାକୁ ପଡ଼ୁଛି। ବର୍ଷା ୪ ମାସ ପିଲାଙ୍କ ସ୍କୁଲ ଯିବା ବନ୍ଦ। ୧୦୦ ମିଟର ପାଇଁ ଗାଁ ଲୋକଙ୍କୁ ୩୦ରୁ ୩୫ କିମି ରାସ୍ତା ଅତିକ୍ରମ କରି ସଦର ମହକୁମା ଅଭିମୁଖେ ଯିବାକୁ ପଡୁଛି।

୨୨ ଖଣ୍ଡ ଗାଁ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରାଜ୍ୟ ସରକାର ନାଗାବଳୀ ଉପରେ ବିଜୁ ସେତୁ ଯୋଜନାରେ ବ୍ରିଜ୍‌ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତୁ ନିର୍ମାଣ ପାଇଁ ୨୦୧୮ ମସିହାରେ ମନ୍ତ୍ରୀ ବିକ୍ରମ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ସେତୁ ନିର୍ମାଣ ଦାୟିତ୍ୱ ନେଇଥିଲା। ବ୍ୟୟ ଅଟକଳ ୧୧ କୋଟି ୫୩ ଲକ୍ଷ ୫୦  ହଜାର ୨୧୨ ଟଙ୍କା ଥିଲା। ବ୍ରିଜ୍‌ ନିର୍ମାଣ ପାଇଁ ସୀମଞ୍ଚଳ ନିମଲପୁରି ଠିକା ନେଇଥିଲେ।

Advertisment

ଟେଣ୍ଡର ପରେ ୨୦୧୯ ମସିହା ମାର୍ଚ୍ଚ ୮ ତାରିଖରେ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ୨୦୨୧ ମସିହା ମାର୍ଚ୍ଚ ୭ ତାରିଖ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖା ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ବ୍ରିଜ୍‌ ନିର୍ମାଣ କାମ ସରୁନାହିଁ। ଠିକା ସଂସ୍ଥା କେବଳ ୧୦ଟି ପିଲର୍‌ କରି ଚୁପ୍‌ ବସିଛି। କାମ ଆଗକୁ ଯାଇପାରୁ ନାହିଁ।

ସେପଟେ ଠିକାଦାର ସୀମଞ୍ଚଳ ନିମଲପୁରି ମନ୍ଥର ଗତିରେ କାମ କରୁଥିବା ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କ ପାଖକୁ ଦୁଇ ଥର ଚିଠି କରିଥିଲା। ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲା। ହେଲେ ଠିକାଦାର ଧରାଛୁଆଁ ଦେଇନଥିଲେ। ତେଣୁ ପୁନର୍ବାର ବ୍ରିଜ୍‌ ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଚାଲିଛି। ତୁରନ୍ତ ରି-ଟେଣ୍ଡର କରାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe