Advertisment

ଭୋଟ ଗଣତି କେନ୍ଦ୍ର ବାହାରେ ପୂଜା କଲେ ସ୍ୱାଧୀନ ପ୍ରାର୍ଥୀ

ମଣିପୁର: ଆରମ୍ଭ ହୋଇଯାଇଛି ଭୋଟ୍‌ ଗଣତି। ନେତା ଏବଂ ଜନତା ଉଭୟଙ୍କ ଛାତି ଏବେ ଧକ୍‌ ଧକ୍‌ ହେବା ଆରମ୍ଭ କଲାଣି। ଏଥିପାଇଁ ସକାଳୁ ନେତାମାନେ ଭଗବାନ୍‌ଙ୍କ ଶରଣରେ ପହଞ୍ଚି ଯାଇଛନ୍ତି। କିଛି ନେତାଙ୍କୁ ଆଜି ସକାଳୁ ମନ୍ଦିର ଯାଇ ପୂଜା ପାଠ କରୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଏବେ ଯେଉଁ ନିଆରା ଚିତ୍ରଟେ ସାମ୍ନାକୁ ଆସିଛି ସେଇଟା କୌଣସି ମନ୍ଦିର କିମ୍ବା ପୂଜାସ୍ଥାନର ନୁହେଁ। ବରଂ ଭୋଟ ଗଣତି କେନ୍ଦ୍ର ବାହାରେ ହିଁ ଚାଲିଛି ପୂଜାର୍ଚ୍ଚନା। […]

ଭୋଟ ଗଣତି କେନ୍ଦ୍ର ବାହାରେ ପୂଜା କଲେ ସ୍ୱାଧୀନ ପ୍ରାର୍ଥୀ

maniputr-candidate

Advertisment

ମଣିପୁର: ଆରମ୍ଭ ହୋଇଯାଇଛି ଭୋଟ୍‌ ଗଣତି। ନେତା ଏବଂ ଜନତା ଉଭୟଙ୍କ ଛାତି ଏବେ ଧକ୍‌ ଧକ୍‌ ହେବା ଆରମ୍ଭ କଲାଣି। ଏଥିପାଇଁ ସକାଳୁ ନେତାମାନେ ଭଗବାନ୍‌ଙ୍କ ଶରଣରେ ପହଞ୍ଚି ଯାଇଛନ୍ତି। କିଛି ନେତାଙ୍କୁ ଆଜି ସକାଳୁ ମନ୍ଦିର ଯାଇ ପୂଜା ପାଠ କରୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଏବେ ଯେଉଁ ନିଆରା ଚିତ୍ରଟେ ସାମ୍ନାକୁ ଆସିଛି ସେଇଟା କୌଣସି ମନ୍ଦିର କିମ୍ବା ପୂଜାସ୍ଥାନର ନୁହେଁ। ବରଂ ଭୋଟ ଗଣତି କେନ୍ଦ୍ର ବାହାରେ ହିଁ ଚାଲିଛି ପୂଜାର୍ଚ୍ଚନା। ଆଉ ପୂଜାରେ ବସିଛନ୍ତି ଜଣେ ସ୍ୱାଧୀନ ପ୍ରର୍ଥୀ। ମଣିପୁରରରେ ଦେଖିବାକୁ ମିଳିଛି ଏପରି ନିଆରା ଚିତ୍ର।

Advertisment

ଆଜି ସକାଳୁ ମଣିପୁର ସ୍ୱାଧୀନ ପ୍ରାର୍ଥୀ ଆର୍‌.କେ ସୋମେନ୍ଦ୍ର ସବୁଜ ରଙ୍ଗର ଧୋତି ସହ ଧଳା ଗଞ୍ଜି ପିନ୍ଧି ଗଣତି ଦେନ୍ଦ୍ର ବାହାରେ ମହମବତି  ଧୂପ ଲଗାଇ ପୂଜା ପାଠ କରିବାର ଦେଖିବାକୁ ମିଳିଛି। ଝିପ୍‌ ଝିପ୍‌ ବର୍ଷା ହେଉଥିବାରୁ ସୋମେନ୍ଦ୍ରଙ୍କ ପାଖରେ ଜଣେ ଲୋକ ଛତା ଧରି ବସିବାର ମଧ୍ୟ ଦେଖିବାକୁ ମିଳିଛି।

ସୋମେନ୍ଦ୍ରଙ୍କ କହିବା ଅନୁଯାୟୀ, ଏମିତି ପୂଜା ପାଠ ଏକ ବିଶ୍ୱାସ, ମୋତେ ମୋ ଜନତାଙ୍କର ଆଶୀର୍ବାଦ ଦରକାର।

Advertisment

ସୂଚନା ଅନୁଯାୟୀ, ସୋମେନ୍ଦ୍ରଙ୍କୁ ସେଠାରେ ଏମିତି ପୂଜାର୍ଚ୍ଚନା କରୁଥିବାର ଦେଖି ପୁଲିସ୍‌ ତାଙ୍କୁ ସେଠାରୁ ଯିବାକୁ କହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe