Advertisment

ଶହୀଦଙ୍କ ପରିବାର କହିଲେ ଚୀନକୁ ବିଶ୍ୱାସ କରିବା ଭୁଲ୍

ଲକ୍ଷ୍ନୌ: ପାକିସ୍ତାନ ଭଳି ଚୀନର ପ୍ରକୃତି ହିଁ ବିଶ୍ୱାସଘାତ କରିବା। ବିଶ୍ୱ ମହାମାରୀ ସଙ୍କଟ ସମୟରେ ଭାରତ ସହ ବିଶ୍ୱାସଘାତ କରି ପୁଣି ଇତିହାସର ପୁନରାବୃତ୍ତି କରିଛି ଚୀନ। ୧୯୬୨ ମସିହାରେ ମଧ୍ୟ ଠିକ୍ ଏଭଳି ଏକ କାଣ୍ଡ କରିଥିଲା। ଭାରତୀୟ ଯବାନଙ୍କ ପିଠି ପଟୁ ଆକ୍ରମଣ କରିଥିବା ଚୀନକୁ କୌଣସି ମତେ ବିଶ୍ୱାସ କରାଯିବା ଉଚିତ୍ ନୁହେଁ। ସୋମବାର ଉଭୟ ଦେଶର ଯବାନ ମୁହାଁମୁହିଁ ହେବା ଫଳରେ ଭାରତବର୍ଷର ୨୦ଜଣ ବୀରପୁତ୍ର ଶହୀଦ ହୋଇଗଲେ। ଏଭଳି […]

ଅଦ୍ୟତନ ହୋଇଛି
ବେଜିଂ ଖବରକାଗଜରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ନେଇ ଖବର

china-india

Advertisment

ଲକ୍ଷ୍ନୌ: ପାକିସ୍ତାନ ଭଳି ଚୀନର ପ୍ରକୃତି ହିଁ ବିଶ୍ୱାସଘାତ କରିବା। ବିଶ୍ୱ ମହାମାରୀ ସଙ୍କଟ ସମୟରେ ଭାରତ ସହ ବିଶ୍ୱାସଘାତ କରି ପୁଣି ଇତିହାସର ପୁନରାବୃତ୍ତି କରିଛି ଚୀନ। ୧୯୬୨ ମସିହାରେ ମଧ୍ୟ ଠିକ୍ ଏଭଳି ଏକ କାଣ୍ଡ କରିଥିଲା। ଭାରତୀୟ ଯବାନଙ୍କ ପିଠି ପଟୁ ଆକ୍ରମଣ କରିଥିବା ଚୀନକୁ କୌଣସି ମତେ ବିଶ୍ୱାସ କରାଯିବା ଉଚିତ୍ ନୁହେଁ। ସୋମବାର ଉଭୟ ଦେଶର ଯବାନ ମୁହାଁମୁହିଁ ହେବା ଫଳରେ ଭାରତବର୍ଷର ୨୦ଜଣ ବୀରପୁତ୍ର ଶହୀଦ ହୋଇଗଲେ। ଏଭଳି ଏକ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଶହୀଦ ବିଷ୍ଣୁ କୁମାର ତିଓ୍ୱାରୀଙ୍କ ପରିବାର। ୧୯୬୨ରେ ଭାରତ-ଚୀନ ଯୁଦ୍ଧରେ ବିଷ୍ଣୁ ଶହୀଦ ହୋଇଥିଲେ।

Advertisment

୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧର ୨୦୨୦ରେ ପୁଣି ପୁନରାବୃତ୍ତି ହୋଇଛି। ଏନେଇ ଶହୀଦ ବିଷ୍ଣୁଙ୍କ ପତ୍ନୀ ମାଳତି ତିଓ୍ୱାରୀ କହିଛନ୍ତି, ସେତେବେଳେ ଲକ୍ଷ୍ନୌର ଦେବ ସିଂହ ଏବଂ ସୁମେରଙ୍କ ସମେତ ୩ଜଣ ବୀର ଯବାନ ଯୁଦ୍ଧରେ ଶହୀଦ ହୋଇଥିଲେ। ସେତେବେଳେ ଡିସେମ୍ୱର ମାସ ଥିଲା, ଏବଂ ପ୍ରବଳ ଶୀତର କହର ଚାଲିଥିଲା। ବୋଧ ହୁଏ ୨୭ ତାରିଖ ଥିଲା, ସେ ଗୋଟିଏ ଦିନ ଘରକୁ ଆସି ସମସ୍ତଙ୍କୁ ଭେଟି ପୁଣି ଯୁଦ୍ଧକ୍ଷେତ୍ରକୁ ଚାଲିଯାଇଥିଲେ। ଏହା ପରେ ବର୍ଷର ଶେଷ ଦିନ, ଡିସେମ୍ୱର ୩୧ରେ ବିଷ୍ଣୁ ଦେଶ ପାଇଁ ଲଢ଼ୁ ଲଢ଼ୁ ନିଜ ପ୍ରାଣ ବଳୀ ଦେଇଥିବା ଖବର ଆସିଥିଲା।

ମାଳତି ଏବେ ପୁଣି ଚୀନର ବିଶ୍ୱାସଘାତ ଏବଂ ପିଠି ପଟୁ ଆକ୍ରମଣ କଥା ଶୁଣି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚୀନ ସେତେବେଳେ ବି ଚୀନ ଭାରତକୁ ଧୋକା ଦେଇଥିଲା। ଦେଶର ଅନେକ ବୀରପୁତ୍ର ଶହୀଦ ହୋଇଗଲେ। ସୋମବାର ପୁଣି ଯେଉଁ ଯବାନମାନେ ଶହୀଦ ହୋଇଛନ୍ତି, ସେ କାହାର ପୁଅ, ଭାଇ ଓ ସ୍ୱାମୀ ଥିଲେ। ଚୀନକୁ ବିଶ୍ୱାସ କରିବା ଭୁଲ ହେବ। ଏଣୁ ତା'ସହ ଆର୍-ପାର୍ ଯୁଦ୍ଧ ନିଶ୍ଚିତ ହେବା ଉଚିତ୍ ବୋଲି ମାଳତି କହିଛନ୍ତି।

Advertisment

martyr-vishnu;s-family

ଅନ୍ୟପଟେ ଶହୀଦ ବିଷ୍ଣୁ କୁମାରଙ୍କ ପରେ ତାଙ୍କ ସାନ ଭାଇ ୟତେନ୍ଦ୍ର କୁମାର ତିଓ୍ୱାରୀ ୧୯୬୫ରେ ଭାରତୀୟ ସେନାରେ ସାମିଲ ହୋଇଗଲେ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଶତ୍ରୁଙ୍କ ସବୁ ପ୍ରଚେଷ୍ଠାକୁ ମାତ୍ ଦେଇଥିଲେ। ଏହାରି ଭିତରେ ଅନେକ ଥରେ ସେ ଚୀନ ସୀମାରେ ମୁତୟନ ହୋଇଛନ୍ତି।

ଚୀନ-ଭାରତ ସୀମାରେ ଅଶାନ୍ତ ପରିବେଶକୁ ନେଇ ସେ କହିଛନ୍ତି ଯେ, ପୂର୍ବରୁ ପରିସ୍ଥିତି ଏତେ ଅନିୟନ୍ତ୍ରିତ ନ ଥିଲା। ଆମେ ଚୀନର ଅଧୀକୃତ ପୋଷ୍ଟଗୁଡ଼ିକ ନିକଟକୁ ଅନେକ ଥର ଚାଲିଯାଉଥିଲୁ। ଚୀନ ସୈନ୍ୟମାନେ ମଧ୍ୟ ଭୁଲବଶତଃ କେବେବେ ଆମ ଅଞ୍ଚଳକୁ ଆସିଯାଉଥିଲେ। ହେଲେ କଦାଚିତ୍ ଆକ୍ରମଣ ସ୍ଥିତି ଆସି ନ ଥିଲା। ଏବେ ଲଦାଖର ଏକ ବୃହତ ଅଂଶକୁ ଦଖଲ କରିବାକୁ ଚୀନ ଷଡ଼ଯନ୍ତ୍ର କରୁଛି। ଆମକୁ ସତର୍କ ରହି ଚୀନକୁ ଜବାବ ଦେବାକୁ ପଡ଼ିବ। ଭାରତୀୟ ବୀର ସେନା ଚୀନକୁ ଏଥର କଡ଼ା ଜବାବ୍ ଦେବେ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe