Advertisment

୨.୫ଲକ୍ଷ କୋଟି ଟଙ୍କାର ନିଲାମ ଡାକିଛନ୍ତି, ଆଗାମୀ ଆଇପିଏଲ୍‌ ଅକ୍ସନ୍ ବି ଡାକିବେ

ନୂଆଦିଲ୍ଲୀ: ଅଢ଼େଲ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିଲାମ ଡାକି ସାରିଲେଣି। ତଥାପି ଥକି ନାହାନ୍ତି। ଆଗକୁ ଆହୁରି କୋଟି କୋଟି ଟଙ୍କାର ନିଲାମ ଡାକିବେ। ସେ ଆଉ କେହି ନୁହଁନ୍ତି, ଆଇପିଏଲର ଜଣାଶୁଣା ଅକ୍ସନିର୍ ବା ଅକ୍ସନ୍ ଉପସ୍ଥାପକ ହ୍ୟୁଜ୍ ଏଡମିଡ୍ସ। କେବଳ ଆଇପିଏଲ୍ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଇଭେଣ୍ଟରେ ସେ ଅକ୍ସନିର୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଚଳିତ ବର୍ଷର ଆଇପିଏଲ୍ ଅକ୍ସନ୍ ବହୁତ ଖାସ୍ ହେବ। କାରଣ ଏଥର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୨.୫ଲକ୍ଷ କୋଟି ଟଙ୍କାର ନିଲାମ ଡାକିଛନ୍ତି, ଆଗାମୀ ଆଇପିଏଲ୍‌ ଅକ୍ସନ୍ ବି ଡାକିବେ

huge-edmeades

ନୂଆଦିଲ୍ଲୀ: ଅଢ଼େଲ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିଲାମ ଡାକି ସାରିଲେଣି। ତଥାପି ଥକି ନାହାନ୍ତି। ଆଗକୁ ଆହୁରି କୋଟି କୋଟି ଟଙ୍କାର ନିଲାମ ଡାକିବେ। ସେ ଆଉ କେହି ନୁହଁନ୍ତି, ଆଇପିଏଲର ଜଣାଶୁଣା ଅକ୍ସନିର୍ ବା ଅକ୍ସନ୍ ଉପସ୍ଥାପକ ହ୍ୟୁଜ୍ ଏଡମିଡ୍ସ। କେବଳ ଆଇପିଏଲ୍ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଇଭେଣ୍ଟରେ ସେ ଅକ୍ସନିର୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Advertisment

ଚଳିତ ବର୍ଷର ଆଇପିଏଲ୍ ଅକ୍ସନ୍ ବହୁତ ଖାସ୍ ହେବ। କାରଣ ଏଥର ୮ ବଦଳରେ ୧୦ ଟିମ୍ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାଗ ନେବେବ। ଫେବ୍ରୁଆରୀ ୧୨ ଓ ୧୩ ତାରିଖରେ ହେବାକୁଥିବା ଅକ୍ସନ୍ ପାଇଁ ଟିମ୍ ପ୍ରସ୍ତୁତ ଅଛନ୍ତି ଏବଂ ଏହାର ଆୟୋଜନ କରିବେ ହ୍ୟୁଜ୍। ହ୍ୟୁଜ୍ ଲଗାତର ଚତୁର୍ଥଥର ଲାଗି ଆଇପିଏଲର ଅକ୍ସନ୍ ଆୟୋଜନ କରିବେ। ତେବେ କିଏ ଏହି ହ୍ୟୁଜ୍ ଏଡମିନ୍ସ? ଆସନ୍ତୁ ଜାଣିବା।

Hugh Edmeades | Richard Madley | IPL | Cricket

ହ୍ୟୁଜ୍ ବ୍ରିଟେନରେ ରହୁଥିବା ଫାଇନ୍ ଆର୍ଟ, କ୍ଲାସିକ୍ ଏବଂ ଚ୍ୟାରିଟିର ଅକ୍ସନ ଏକ୍ସପର୍ଟ। ସେ ୩୫ ବର୍ଷରୁ ଅଧିକ ସମୟ ଧରି ଅକ୍ସନ୍ କରିଆସୁଛନ୍ତି ଏବଂ ଏପର୍ଯ୍ୟନ୍ତ ସମଗ୍ର ଦୁନିଆରେ ୨୫୦୦ରୁ ଅଧିକ ଅକ୍ସନ କରିସାରିଛନ୍ତି। ଏହି ୨୫୦୦ ଅକ୍ସନରେ ସେ କୋଟି କୋଟି ଟଙ୍କାରୁ ଅଧିକ ଦାମର ସାମଗ୍ରୀ ବିକ୍ରି କରାଇଛନ୍ତି। ସେ ଚ୍ୟାରିଟି ଅକ୍ସନ୍ ପାଇଁ ଦୁବାଇ, ହଂକଂ, କାସାବ୍ଲାଙ୍କା, ନ୍ୟୁୟର୍କ, ମୁମ୍ବାଇ, ମଣ୍ଟେ କାର୍ଲୋ, ଲସ୍ ଆଞ୍ଜେଲିସ୍ ଓ ଟୋକିଓ ସମେତ ୩୦ରୁ ଅଧିକ ସହର ଗସ୍ତ କରିସାରିଛନ୍ତି।

Advertisment

ହ୍ୟୁଜ୍ ପେଣ୍ଟିଂ ଠାରୁ ଆରମ୍ଭ କରି କଳା ଓ ଫିଲ୍ମ ସମ୍ବନ୍ଧିତ ଅନେକ ସାମଗ୍ରୀର ଅକ୍ସନ୍ କରାଇସାରିଛନ୍ତି। ସେ ନିଜ ଦେଶର ରାଜକୁମାରୀ ଥିବା ପ୍ରିନ୍ସେସ୍ ମାର୍ଗ୍ରେଟ୍ ଏବଂ ପୂର୍ବତନ ମହାରାଣୀ ଏଲିଜାବେଥ ଟେଲରଙ୍କ ଅନେକ ସାମଗ୍ରୀର ଅକ୍ସନ୍ କରିଛନ୍ତି, ଯାହାକୁ ବ୍ରିଟେନରେ ବହୁତ ବଡ଼ ଆଖ୍ୟା ଦିଆଯାଇଥାଏ। ସେ ଐତିହାସିକ ଫିଲ୍ମ ସମ୍ବନ୍ଧିତ ସାମଗ୍ରୀର ଅକ୍ସନ୍ କରିବା ପାଇଁ ମଧ୍ୟ ବେଶ୍ ଜଣାଶୁଣା, ଯେଉଁଥିରେ ହଲିଉଡର ସୁପରହିଟ୍ ଫିଲ୍ମ ବ୍ରେକଫାଷ୍ଟ୍ ୱିଦ୍ ଟିଫନୀ, ଜେମ୍ସ ବଣ୍ଡ ଭଳି ସାମିଲ୍ ଅଛି।

Hugh

ତାଙ୍କୁ କ୍ରିଷ୍ଟୀ ସାଉଥ୍ କେନସିଙ୍ଗଟନ୍ (କଳା ସମ୍ବନ୍ଧିତ ସାମଗ୍ରୀର ଅକ୍ସନ୍ କରାଉଥିବା ସବୁଠାରୁ ପୁରୁଣା ଅନୁଷ୍ଠାନ)ର ଅନ୍ତର୍ଜାତୀୟ ଡାଇରେକ୍ଟର କରାଯାଇଥିଲା। ଯେଉଁ ଆଧାରରେ ସେ ନା କେବଳ ସମଗ୍ର ଦୁନିଆରେ ଅକ୍ସନ୍ କରୁଥିଲେ ବରଂ ଅକ୍ସନ୍ କରାଉଥିବା ବ୍ୟକ୍ତିଙ୍କୁ ଟ୍ରେନିଂ ମଧ୍ୟ ଦେଉଥିଲେ। ୨୦୦୪ରେ ହ୍ୟୁଜ୍ ଏରିକ୍ କ୍ଲାମ୍ପଟନ୍ ସମ୍ବନ୍ଧିତ ୮୮ ଗିଟାର୍ ନିଲାମ କରିଥିଲେ, ଯେଉଁଥିରେ ମୋଟ ୭୪ଲକ୍ଷ ପାଉଣ୍ଡରୁ ଅଧିକ ରାଶି ସଂଗ୍ରହ କରାଯାଇଥିଲା। ସେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଚ୍ୟାରିଟେବୁଲ୍ ଟ୍ରଷ୍ଟ ପାଇଁ ୯୭ ମିଲିୟନ୍ ପାଉଣ୍ଡରୁ ଅଧିକ ରାଶି ସଂଗ୍ରହ ପାଇଁ ୮୫୦ରୁ ଅଧିକ ସେଲ୍ସର ଆୟୋଜନ କରିଛନ୍ତି।

19 capped Indian players among 971 up for grabs in upcoming IPL auction

୨୦୦୫ରେ ଚିଲ୍ଡ୍ରେନ୍ ଇନ୍ ନିଡର ସହାୟତା ସେ ବିବିସିର ଟେଲିଭିଜନ ସେଲିବ୍ରିଟୀ ନିଲାମ ଆୟୋଜନ କରିବାକୁ ମନୋନୀତ ହୋଇଥିଲେ। ୨୦୦୮ରେ ସେ ଲଣ୍ଡନରେ ନେଲସନ୍ ମାଣ୍ଡେଲାଙ୍କ ୯୦ତମ ଜନ୍ମଦିବସରେ ନିଲାମକାରୀ ଥିଲେ, ଯେଉଁଥିରେ ୮ଟି ଲଟ୍‌କୁ ୪.୩ ମିଲିୟନ୍ ପାଉଣ୍ଡରେ ବିକ୍ରି କରାଯାଇଥିଲା।

Hugh 2

ତେବେ ୨୦୧୬ରେ ଏକ ସ୍ୱତନ୍ତ୍ର ନିଲାମକାରୀ ହେବା ପାଇଁ ସେ ‘କ୍ରିଷ୍ଟୀ ସାଉଥ୍ କେନସିଙ୍ଗଟନ’ରେ ନିଜ ପଦବୀରୁ ଓହରିଯାଇଥିଲେ। ୨୦୧୮ରେ ହ୍ୟୁଜଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ୨୦୧୯ ଆଇପିଏଲ୍ ପାଇଁ ନିଲାମକାରୀ ଭାବେ ନିଯୁକ୍ତ କରିଥିଲା। ଏହା ପରଠାରୁ ସେ ଆଇପିଏଲରେ ଅକ୍ସନ୍ ଆୟୋଜନ କରିଆସୁଛନ୍ତି। ହ୍ୟୁଜଙ୍କ ପୂର୍ବରୁ ଆଇପିଏଲ୍ ଅକ୍ସନ୍ କରାଉଥିବା ରିଚାର୍ଡ ମେଡଲୀ ମଧ୍ୟ କ୍ରିଷ୍ଟୀ ସାଉଥ୍ କେନସିଙ୍ଗଟନ୍ ସଂସ୍ଥାରେ କାମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି।

Hugh5

ସୂଚନାଯୋଗ୍ୟ, ଆଇପିଏଲ୍ ପାଇଁ ମୋଟ ୫୯୦ ଶର୍ଟ ଲିଷ୍ଟ ବା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ନିଲାମରେ ୩୭୦ ଜଣ ଭାରତୀୟ ଏବଂ ୨୨୦ ଜଣ ବିଦେଶୀ କ୍ରିକେଟର ସାମିଲ୍ ହେବେ। ସେଥିମଧ୍ୟରୁ ୨୨୮ ଜଣ କ୍ୟାପଡ୍ ଖେଳାଳି ଏବଂ ୩୫୫ ଜଣ ଅନକ୍ୟାପଡ୍ ଖେଳାଳି ରହିଛନ୍ତି। ସାତଜଣ ଖେଳାଳି ଆସୋସିଏଟ୍ ଦେଶର ରହିଛନ୍ତି।