Advertisment

‘ନିର୍ଭୟା’ ନ୍ୟାୟ ଅସମ୍ପୂର୍ଣ୍ଣ!

ଆସନ୍ତା ଜାନୁଆରୀ ୨୨ ତାରିଖ ନିହାତି ଭାବେ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ ରହିବ। କାରଣ ଏହି ଦିନ ଦିନ ସକାଳ ୭ଟାରେ ତିହାର ଜେଲ୍‌ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀ ମୁକେଶ , ବିନୟ , ଅକ୍ଷୟ ଓ ପବନକୁ ଫାଶୀ ହେବ। finally justice served। ସତରେ? ଥରେ ଭାବନ୍ତୁ ତ ସତରେ କ’ଣ ନ୍ୟାୟ ମିଳିଗଲା? ଆଜି ତା’ରି ଉପରେ ଆଲୋଚନା କରିବା। ଆପଣଙ୍କର ମନେଥିବ ୨୦୧୨ […]

ଅଦ୍ୟତନ ହୋଇଛି
‘ନିର୍ଭୟା’ ନ୍ୟାୟ ଅସମ୍ପୂର୍ଣ୍ଣ!

biswo-bb

Advertisment

ସନ୍ତା ଜାନୁଆରୀ ୨୨ ତାରିଖ ନିହାତି ଭାବେ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ ରହିବ। କାରଣ ଏହି ଦିନ ଦିନ ସକାଳ ୭ଟାରେ ତିହାର ଜେଲ୍‌ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀ ମୁକେଶ , ବିନୟ , ଅକ୍ଷୟ ଓ ପବନକୁ ଫାଶୀ ହେବ। finally justice served। ସତରେ? ଥରେ ଭାବନ୍ତୁ ତ ସତରେ କ’ଣ ନ୍ୟାୟ ମିଳିଗଲା? ଆଜି ତା’ରି ଉପରେ ଆଲୋଚନା କରିବା।

Advertisment

ଆପଣଙ୍କର ମନେଥିବ ୨୦୧୨ ଡିସେମ୍ବର ୧୬ତାରିଖରେ ଯେଉଁ ହୃଦୟ ବିଦାରକ ଦୁଷ୍କର୍ମ କାଣ୍ଡଟି ହୋଇଥିଲା ସେଥିରେ ୪ ନୁହେଁ ୬ ଜଣ ସମ୍ପୃକ୍ତ ଥିଲେ। ମୁକେଶ, ବିନୟ, ଅକ୍ଷୟ, ପବନ, ରାମ ସିଂ ଏବଂ ଜଣେ ନାବାଳକ। ରାମ ସିଂ ୨୦୧୩ ମାର୍ଚ୍ଚ ୧୧ରେ ଆତ୍ମହତ୍ୟା କରିଥିଲା। ଅନ୍ୟପକ୍ଷରେ ମୁକେଶ, ବିନୟ, ଅକ୍ଷୟଓ ପବନକୁ ଫାଶୀ ମିଳିବାକୁ ଯାଉଛି।

ତେବେ ରହିଯାଇଛି ଦୁଷ୍କର୍ମରେ ସମ୍ପୃକ୍ତ ଥିବା ଉକ୍ତ ନାବାଳକ ଜଣକ। ତା’ ବିଷୟରେ କହିବାକୁ ଚାହିଁବି ଯେ ରିପୋର୍ଟ ଅନୁଯାୟୀ, ନିର୍ଭୟାଙ୍କ ମୃତ୍ୟୁ ପାଇଁ ଉକ୍ତ ନାବାଳକ ହିଁ ଅଧିକ ଦାୟୀ। ତଦନ୍ତ ସମୟରେ ଜଣା ପଡିଲା ଯେ ନାବାଳକ ଦୁଷ୍କର୍ମ ସମୟରେ ଏତେ କ୍ରୁର ଓ ପାଶବିକ ଆଚରଣ କରିଥିଲା ଯାହାଦ୍ୱାରା ନିର୍ଭୟାଙ୍କ ଶାରୀରିକ ଅବସ୍ଥା ଗୁରୁତର ହୋଇପଡିଥିଲା। ଶେଷରେ ସେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଆଜି ଉକ୍ତ ନାବାଳକ ଦୋଷୀ ମୁକ୍ତ ଆକାଶ ତଳେ ଆରାମରେ ବୁଲୁଛି।

Advertisment

ଜୁଭେନାଇଲ୍‌ ଜଷ୍ଟିସ୍‌ ବିଲ୍‌ ଅନୁସାରେ ୧୮ବର୍ଷରୁ କମ୍‌ ବୟସ୍କ ବଳାତ୍କାରୀକୁ କେବଳ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ରହିଛି। ଆପଣଙ୍କୁ ଲାଗୁନି ଆମ ଦେଶର ଏ ନିୟମ ଟିକେ କୋହଳ ହୋଇଯାଇଛି?

ଏ ନିୟମକୁ ନେଇ ସେଦିନ ନିର୍ଭୟାଙ୍କର ମାଆ ଆଶା ଦେବୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସେ ଏହି ରାୟକୁ ନେଇ ଖୁସି ଅଛନ୍ତି କିନ୍ତୁ ତାଙ୍କ ଝିଅ ନ୍ୟାୟ ପାଇଲାନି। କେଉଁଠି ନା କେଉଁଠି ସେ ମଧ୍ୟ ଚାହୁଁଥିଲେ ଯେ ନାବାଳକ ଦୋଷୀକୁ କଡ଼ା ଦଣ୍ଡ ମିଳୁ।

ସେପଟେ ଦେଖିବାକୁ ଗଲେ ୨୦୧୨ ପରଠୁ ଜୁଭେନାଇଲ୍‌ କ୍ରାଇମ୍ କେସ୍‌ ବଢିବାରେ ଲାଗିଛି। ଗତବର୍ଷ ୩୮,୫୬୫ଟି ଜୁଭେନାଇଲ୍‌ କେସ୍‌ ଫାଇଲ୍‌ ହୋଇଛି। ନିକଟରେ କିଛି ରେପ୍‌ କେସ୍‌ ଉପରେ ଯଦି ଆପଣ ନଜର ପକାଇବେ ତେବେ ଆପଣ ରେପ୍‌ ପଛର କିଛି କାରଣ ଜାଣିପାରିବେ।

ନିକଟରେ ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲାର ଜଣେ ୧୪ବର୍ଷୀୟ ବାଳକ ଜଣେ ନାବାଳିକାକୁ ଦୁଷ୍କର୍ମ କଲା। ଘଟଣାର ତଦନ୍ତ ପରେ ସିନିୟର ପୁଲିସ୍‌ ଅଫିସର କହିଲେ ବାଳକଟି ଦୁଷ୍କର୍ମର କିଛି ସମୟ ପୂର୍ବରୁ ପର୍ଣ୍ଣୋଗ୍ରାଫିକ୍‌ କଣ୍ଟେଣ୍ଟ ବା ପର୍ଣ୍ଣ ଭିଡିଓ ଦେଖୁଥିଲା।

ସେମିତି ଗତ ସେପ୍ଟେମ୍ବରରେ ପୁଲିସ୍‌ ମଧ୍ୟପ୍ରଦେଶର ଦୁଇଜଣ ନାବାଳକକୁ ଗିରଫ କରିଥିଲା। ଏହି ଦୁଇ ଜଣ ବାଳକ ଜଣେ ୧୪ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ସହ ତାଙ୍କ ଫଟୋକୁ ନେଇ ଅଶ୍ଲୀଳ ଭିଡିଓ କରି ପର୍ଣ୍ଣ ସାଇଟ୍‌ରେ ଦେଇ ଦେବେ ବୋଲି ବ୍ଲାକ୍‌ମେଲ୍‌ ମଧ୍ୟ କରୁଥିଲେ।

ଯାହା ସୂଚାଇ ଦେଉଛି ଯେ ପର୍ଣ୍ଣୋଗ୍ରାଫିର ପ୍ରଭାବ ନାବାଳକ ମାନଙ୍କ ଉପରେ କେତେ ମାତ୍ରାରେ ପଡ଼ୁଛି।

ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍ ବ୍ୟୁରୋ ଅନୁସାରେ ୧୦୦ରୁ ୨୦ଭାଗ ଦୁଷ୍କର୍ମ ମାମଲାରେ ନାବାଳକ ମାନେ ସାମିଲ୍‌ ରହିଥାନ୍ତି। ସେମିତି ଯାହା ସର୍ଭେରୁ ଜଣା ପଡିଛି ୧୦ରୁ ୯ଜଣ ନାବାଳକ pornographic content ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ୧୦ରୁ ୧୩ବର୍ଷ ବୟସ୍କ ମଧ୍ୟରେ ପିଲାମାନଙ୍କର ପର୍ଣ୍ଣ ପ୍ରତି ଆଗ୍ରହ ବଢିଥାଏ।

ତେବେ ଆପଣମାନେ ଭାବୁଥିବେ ପର୍ଣ୍ଣ ସାଇଟ୍‌ ସବୁ ବନ୍ଦ ହେବାପରେ ପିଲାଙ୍କ ହାତକୁ ପର୍ଣ୍ଣ ଭିଡିଓ ଆସୁଛି କେମିତି? ଆର୍ଟିକିଲ୍‌ ୧୯(୨) ଏବଂ ସେକସନ୍‌ ୭୯(୩)(b) ଆଇଟି ଆକ୍ଟ ଦ୍ୱାରା ଭାରତ ସରକାର ଏପର୍ଯ୍ୟନ୍ତ ୮୫୭ଟି ପର୍ଣ୍ଣ ସାଇଟ୍‌ ବନ୍ଦ କରିଛନ୍ତି । କିନ୍ତୁ ଯାହା ସୂଚନା ମିଳିଛି ଯେଉଁ ପର୍ଣ୍ଣସାଇଟ୍‌ ସବୁ ବନ୍ଦ ଥିଲା ସେଥିରୁ କିଛି ୱେବ୍‌ସାଇଟ୍‌ ଡୋମେନ୍‌ ନାଁ ପରିବର୍ତ୍ତନ କରି ନୂଆ ୱେବ୍‌ସାଇଟ୍‌ ଆରମ୍ଭ କରିଛନ୍ତି। କେବଳ ପର୍ଣ୍ଣ ୱେବ୍‌ସାଇଟ୍‌ ନୁହେଁ। ପିଲାମାନଙ୍କୁ ଦିଗହରା କରାଇବା ପାଇଁ ଅନ୍ୟ କିଛି ମାଧ୍ୟମ ମଧ୍ୟ ରହୁଛି।

ଯେମିତିକି ସିନେମାରେ ରେପ୍‌ ସିନ୍‌, ଅନ୍‌ଲାଇନ୍‌ ସପିଂ କରୁଥିବା ସମୟରେ ମଝି ମଝିରେ ପର୍ଣ୍ଣ ସାଇଟ୍‌ର ଆଡ୍‌ ଆସିବା, ଏଥିସହ ପିଲାମାନଙ୍କ ଇମେଲ୍‌କୁ ମଧ୍ୟ ସ୍ପାମ୍‌ ମେସେଜ୍‌ ମାଧ୍ୟମରେ କିଛି ପର୍ଣ୍ଣସାଇଟ୍‌ର ଲିଙ୍କ ଆସେ। ସାଇବର୍‌ ଟିମ୍‌ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକ ରହିଛି ବୋଲି ଆପଣଙ୍କୁ ଲାଗୁନି?

ନାବାଳକ ସାବାଳକ ମଧ୍ୟରେ ଆମରେ ଯେଉଁ ମାନସିକତା ରହିଛି ସେ ବିଷୟରେ ମୁଁ କହିବି ଯେ, ୧୮ବର୍ଷରୁ କମ୍‌ ଆମେ ମାନେ ଯେଉଁ ଦାବି କରୁ । ପ୍ରାୟତଃ ସାର୍ଟିଫିକେଟ୍‌ ମାନଙ୍କରେ ବୟସ କମାଯାଇଥାଏ। ଆଉ ଯଦି ଗୋଟେ ଲୋକ ଚୋରି, ଡକାୟତି, ହତ୍ୟା ଏବଂ ଦୁଷ୍କର୍ମ ପରି ଜଘନ୍ୟ କାଣ୍ଡ ଘଟାଇପାରେ ସେ ଯେ ମାନସିକ ସ୍ଥରରେ ପରିପକ୍ୱତା ହାସଲ୍‌ କରିନି ସେଇଟା ଭାବିବା ମଧ୍ୟ ଭୁଲ୍‌। ୧୮ବର୍ଷରୁ କମି ବୟସ୍କ ପିଲାକୁ ଡ୍ରାଇଭିଂ ଲାଇସେନ୍ସ ଧରେଇଦେଲେ ଦୁର୍ଘଟଣାର ଆଶଙ୍କା ଥାଏ। ଠିକ୍‌ ସେମିତି ୧୮ବର୍ଷରୁ କମ୍‌ ବୟସ୍କ ପିଲାକୁ ମୋବାଇଲ୍‌ ଫୋନ୍‌ ଧରିବା କେଉଁଠି ନା କେଉଁଠି ଦୁଷ୍କର୍ମ ପରି ଏକ ଦୁର୍ଘଟଣାକୁ ଟାଣି ଆଣିଛି ବୋଲି ଆପଣ ଭାବୁନାହାନ୍ତି କି ?

ବିଶ୍ୱବନ୍ଦିତା ସ୍ୱାଇଁ

ଇମେଲ୍‌- swainbiswobandita@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe