Advertisment

ସୀମାରେ ଆତଙ୍କୀଙ୍କୁ ପାନେ ଦେବ ସମୀରଙ୍କ ନୂଆ ଉଦ୍ଭାବନ

ମୋହନା (ମିହିର ଜତି): ଦେଶ ସୀମାରେ ଆତଙ୍କୀଙ୍କୁ ପାନେ ଦେବ ସମୀର ପ୍ରଧାନୀଙ୍କ ନୂଆ ଉଦ୍ଭାବନ। ଆତଙ୍କବାଦୀମାନେ ସୁଡ଼ଙ୍ଗ କରି ଦେଶ ଭିତରେ ପ୍ରବେଶ କଲେ ସେନା ମୁଖ୍ୟାଳୟକୁ ସ୍ୱୟଂଚାଳିତ ଭାବେ ଫୋନ୍‌ ଚାଲିଯିବ। ସମୀରଙ୍କ ଏହି ନୂଆ ଉଦ୍ଭାବନକୁ ନେଇ ସବୁଠି ଚର୍ଚ୍ଚା। ଯଦି ସରକାରୀ ସହାୟତା ମିଳିବ, ତାହାହେଲେ ଏହାକୁ ଆହୁରି ବିକଶିତ କରିପାରିବେ ବୋଲି ସମୀର କହିଛନ୍ତି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଆଇଟିଆଇ କଲେଜର ପୂର୍ବତନ ଛାତ୍ର ହେଉଛନ୍ତି ସମୀର ପ୍ରଧାନୀ। ଆଇଟିଆଇ […]

ସୀମାରେ ଆତଙ୍କୀଙ୍କୁ ପାନେ ଦେବ ସମୀରଙ୍କ ନୂଆ ଉଦ୍ଭାବନ

Mohana

Advertisment

ମୋହନା (ମିହିର ଜତି): ଦେଶ ସୀମାରେ ଆତଙ୍କୀଙ୍କୁ ପାନେ ଦେବ ସମୀର ପ୍ରଧାନୀଙ୍କ ନୂଆ ଉଦ୍ଭାବନ। ଆତଙ୍କବାଦୀମାନେ ସୁଡ଼ଙ୍ଗ କରି ଦେଶ ଭିତରେ ପ୍ରବେଶ କଲେ ସେନା ମୁଖ୍ୟାଳୟକୁ ସ୍ୱୟଂଚାଳିତ ଭାବେ ଫୋନ୍‌ ଚାଲିଯିବ। ସମୀରଙ୍କ ଏହି ନୂଆ ଉଦ୍ଭାବନକୁ ନେଇ ସବୁଠି ଚର୍ଚ୍ଚା। ଯଦି ସରକାରୀ ସହାୟତା ମିଳିବ, ତାହାହେଲେ ଏହାକୁ ଆହୁରି ବିକଶିତ କରିପାରିବେ ବୋଲି ସମୀର କହିଛନ୍ତି।

Advertisment

ଗଜପତି ଜିଲ୍ଲା ଚନ୍ଦ୍ରଗିରି ଆଇଟିଆଇ କଲେଜର ପୂର୍ବତନ ଛାତ୍ର ହେଉଛନ୍ତି ସମୀର ପ୍ରଧାନୀ। ଆଇଟିଆଇ ପାସ୍‌ କରିବା ପରେ ସେ ବିଦ୍ୟୁତ ବିଭାଗରେ କାମ କରୁଛନ୍ତି। ଏବେ ସେ ନୂଆ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହା ସୀମାରେ ଯବନଙ୍କୁ ସୁରକ୍ଷା ଦେଇପାରିବ। ଏଥିସହ ବାହ୍ୟ ଶତ୍ରୁଙ୍କୁ ମାତ୍‌ ଦେଇପବ ଏହି ନୂଆ ଉଦ୍ଭାବନ।

ସମୀରଙ୍କ କହିବା ଅନୁସାରେ ବାହ୍ୟ ଶତ୍ରୁ ସୁଡ଼ଙ୍ଗ ଦେଇ ଦେଶ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ସାଇରନ୍‌ ବାଜିବ। ଏଥିସହ ସ୍ୱୟଂଚାଳିତ ଭାବେ ଫୋନ୍‌ କଲ ସେନା ମୁଖ୍ୟାଳୟକୁ ଚାଲିଯିବ। ଠିକ୍‌ ସେହିପରି ପଡୋଶୀ ଦେଶର ଶତ୍ରୁମାନେ ସୀମାରେ ଲାଗିଥିବା ତାର ବାଡ଼ କାଟିଲା ବେଳେ ଲାଇଟ୍‌ ଅନ୍‌ଅପ୍‌ ହେବ। ତାର ବାଡ଼ରେ ଲାଗିଥିବା ସ୍ପ୍ରେ ସ୍ୱୟଂଚାଳିତ ଭାବେ ଖୋଲିଯିବ। ଆଉ ରାସାୟନିକ ପଦାର୍ଥ ସ୍ପ୍ରେ ଯୋଗୁ ଦେଶ ଭିତରେ ପଶୁଥିବା ଶତ୍ରୁ ଚେତାହରାଇ ପଡ଼ିବେ। ଅତି ସହଜରେ ଯବାନମାନେ ଶତ୍ରୁଙ୍କୁ  ଧରି ପାରିବେ ବା ମାରିପାରିବେ। ସରକାରୀ ପ୍ରତ୍ସାହନ ମିଳିଲେ ଆଗକୁ ବଡ଼ ବଡ଼ ପ୍ରୋଜେକ୍ସ ତିଆରି କରିପାରିବି। ଏହି ପ୍ରକଳ୍ପ ସେନା ପାଇଁ ବେଶ୍‌ ସହାୟକ ହୋଇ ପାରିବ ବୋଲି କହିଛନ୍ତି ସମୀର।

Advertisment

[caption id="attachment_752102" align="aligncenter" width="650"]Mohana ପୁଲିସ୍‌ ପାଇଁ ସମୀର ତିଆରି କରିଥିବା ନୂଆ ଯନ୍ତ୍ରାଂଶ[/caption]

ସମୀର ଏତିକିରେ ଅଟକି ଯାଇନାହାନ୍ତି। ପୁଲିସର ତଦନ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ଉଦ୍ଭାବନ କରିଛନ୍ତି ଆଉ ଏକ ନୂଆ ଯନ୍ତ୍ରାଂଶ। ଏହାରି ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିବ। ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ସ୍ୱତନ୍ତ୍ର ଧରଣରେ ନିର୍ମିତ ହୋଇଥିବା ହେଲ୍‌ମେଟ୍‌ ଓ ଚଷମା ପିନ୍ଧାଇ ଆଖିର ସ୍କାନ କଲେ ଅଭିଯୁକ୍ତ ଫଟୋ ସହ ହତ୍ୟା ସମ୍ପର୍କରେ ସୂଚନା ମିଳିପାରିବ ବୋଲି ସମୀର ଦାବି କରିଛନ୍ତି।

ସମୀର ତିଆରି କରିବା ପ୍ରୋଜେକ୍ଟ ପାଇଁ ଆବଶ୍ୟକ ହେଉଥିବା କିଛି ଯନ୍ତ୍ରାଂଶ ଅନ୍‌ଲାଇନ୍‌ରେ ମଗାଇଥିଲେ। ଆଉ କିଛି ଯନ୍ତ୍ରାଂଶ ଟିଭି ଓ ରେଡିଓରୁ ନେଇଥିଲେ। ଏଥିପାଇଁ ତାଙ୍କୁ ମୋଟ୍‌ ୭୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe