Advertisment

୩୦ ବର୍ଷ ହେଲା ରୋଗୀଙ୍କୁ ମାଗଣାରେ ଦେଉଛନ୍ତି ଖାଦ୍ୟ, ପାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ନିକଟରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ଚଳିତ ବର୍ଷ ଏହି ତାଲିକାରେ ଅଛନ୍ତି ଜଗଦୀଶ ଲାଲ୍ ଆହୁଜା। ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଛି। ୩୦ ବର୍ଷ ହେଲାଣି ସେ ଡାକ୍ତରଖାନାରେ ରୋଗୀମାନଙ୍କୁ ମାଗଣା ଖାଦ୍ୟ ଦେଇ ଆସୁଛନ୍ତି। ସେଥିପାଇଁ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ଆଜି ଆସନ୍ତୁ ତାଙ୍କ […]

author-image
Biswobandita Swain
ଅଦ୍ୟତନ ହୋଇଛି
୩୦ ବର୍ଷ ହେଲା ରୋଗୀଙ୍କୁ ମାଗଣାରେ ଦେଉଛନ୍ତି ଖାଦ୍ୟ, ପାଇବେ ପଦ୍ମଶ୍ରୀ

jagdish

ନୂଆଦିଲ୍ଲୀ: ନିକଟରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ଚଳିତ ବର୍ଷ ଏହି ତାଲିକାରେ ଅଛନ୍ତି ଜଗଦୀଶ ଲାଲ୍ ଆହୁଜା। ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଛି। ୩୦ ବର୍ଷ ହେଲାଣି ସେ ଡାକ୍ତରଖାନାରେ ରୋଗୀମାନଙ୍କୁ ମାଗଣା ଖାଦ୍ୟ ଦେଇ ଆସୁଛନ୍ତି। ସେଥିପାଇଁ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ଆଜି ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିନେବା।

Advertisment

ଚଣ୍ଡିଗଡ଼ରେ ରହନ୍ତି ୮୪ ବର୍ଷୀୟ ଜଗଦୀଶ ଲାଲ୍ ଆହୁଜା। ସେଠାରେ ସେ ‘ଲଙ୍ଗର ବାବା’ ନାଁରେ ଜଣାଶୁଣା। ସେ ଚଣ୍ଡିଗଡ଼ ହସ୍ପିଟାଲ୍‌ର ବାହାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି। ଆପଣ ଯଦି କେବେ ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚକୁ ଯିବେ, ତା’ହେଲେ ତା’ ବାହାରେ ଜଗଦୀଶ୍‌ ଲୋକଙ୍କୁ ଅତି ଶାନ୍ତସରଳ ଢଙ୍ଗରେ ଖାଦ୍ୟ ପରଷୁଥିବାର ଦେଖିବାକୁ ପାଇବେ। ୩୦ ବର୍ଷରୁ ଅଧିକ ସମୟ ଧରି ଜଗଦୀଶ୍‌ ଏହି କାମ କରି ଆସୁଛନ୍ତି।

ଜଗଦୀଶ୍‌ଙ୍କ ଜନ୍ମ ପାକିସ୍ତାନର ପେଶୱାରରେ ହୋଇଥିଲା। ଦେଶ ବିଭାଜନ ସମୟରେ ଜଗଦୀଶ୍‌ଙ୍କ ପରିବାର ପାକିସ୍ତାନରୁ ଭାରତ ଚାଲିଆସିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ପ୍ରଥମେ ତାଙ୍କ ପରିବାର ପଟିଆଲା କ୍ୟାମ୍ପରେ ରହିଥିଲେ। ତା’ପରେ ସେ ଅମୃତସର୍‌ ମନସାକୁ ଚାଲିଆସିଥିଲେ।

Advertisment

publive-imageସେ ସମୟ କଥା ମନେ ପକାଇ ଜଗଦୀଶ୍ କହିଛନ୍ତି, “ଆମେ ପ୍ରଥମେ ଯେତେବେଳେ ଭାରତ ଆସିଥିଲୁ ସେତେବେଳେ ମୋ ବାପା ରୋଜଗାର କରିବା ପାଇଁ ରାସ୍ତାରେ ବୁଲି ଜିନିଷ ବିକ୍ରି କରୁଥିଲେ। ମୁଁ ତାଙ୍କୁ ସେଥିରେ ସହଯୋଗ କରୁଥିଲି। ଆମେ ୨ କିଲୋ ମୁଗ ଡାଲି କିଣୁଥିଲୁ ଏବଂ ତାକୁ ଅଲଗା ଅଲଗା ପ୍ୟାକେଟ୍‌ରେ ରଖି ରାସ୍ତାରେ ବସି ବିକ୍ରି କରୁଥିଲୁ। ଏହାପରେ ରୋଜଗାର କରିବା ପାଇଁ ମୁଁ ମନସାରୁ ଚଣ୍ଡିଗଡ଼ ପଳେଇ ଯାଇଥିଲି।”

ଚଣ୍ଡିଗଡ଼ର ରାସ୍ତାକଡ଼ରେ ଜଗଦୀଶ କଦଳୀ ବିକ୍ରି କରିଥିଲେ ଓ ଧୀରେ ଧୀରେ ତାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଲା। ଏହାପରେ ସେ ଡାକ୍ତରଖାନା ବାହାରେ ରୋଗୀଙ୍କୁ ମାଗଣାରେ ଖାଇବା ଯୋଗାଇବାକୁ ମନସ୍ଥ କଲେ।

publive-image‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ ହେବା ଖବର ପାଇବା ପରେ ଜଗଦୀଶ୍ କହିଛନ୍ତି, “ମୁଁ ଜାଣି ନଥିଲି ଦିନେ ମୁଁ ଏହି ସମ୍ମାନରେ ସମ୍ମାନିତ ହେବି। ଏଇଟା ମୋ ପାଇଁ ଗୋଟେ ସରପ୍ରାଇଜ୍‌। ଦିଲ୍ଲୀରୁ ମତେ କଲ୍‌ ଆସିବା ପରେ ମୁଁ ଏକଥା ଜାଣିଲି। ପ୍ରଥମେ ତ ମୁଁ ଏକଥାକୁ ବିଶ୍ୱାସ କରିପାରିଲିନି। ଦିଲ୍ଲୀ ଯାଇ ସାଧାରଣତନ୍ତ୍ର ଦିବସରେ ପରେଡ୍‌ ଦେଖିବାକୁ ବି ମୋତେ ନିମନ୍ତ୍ରଣ ହୋଇଥିଲା। କିନ୍ତୁ ମୋ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନଥିବାରୁ ମୁଁ ଦିଲ୍ଲୀ ଯାଇ ପରେଡ୍‌ରେ ଯୋଗଦେଇ ପାରିଲିନି।”