Advertisment

ଜଗନ୍ନାଥଙ୍କ ହାତ ନାହିଁ, ଗୋଡ଼ ଅଛି! ସେଇଥିରେ ସେ ସବୁ କରନ୍ତି!

ଭୁବନେଶ୍ୱର(ବାସୁଦେବ ଦାସ): କୁହାଯାଏ, ରଣଭୂମିରେ ହାରି ଯାଇଥିବା ମଣିଷର ଜିତିବା ସମ୍ଭବ। କିନ୍ତୁ ଯେଉଁ ମଣିଷ ମନରୁ ହାରିଗଲା ତା ପାଇଁ ଜିତିବା ଅସମ୍ଭବ, ତେଣୁ ସବୁବେଳେ ମନୋବଳେ ଦୃଢ ରଖି ଜୀବନ ଯୁଦ୍ଧରେ ଆଗକୁ ବଢିଚାଲିଛନ୍ତି ଜଗନ୍ନାଥ। କାରଣ ସେ ଜାଣିଛନ୍ତି ଦୃଢ ଇଚ୍ଛା ଶକ୍ତି ଆଗରେ ସବୁକିଛି ସମ୍ଭବ। ହେଲେ ଏ ଜଗନ୍ନାଥ କିଏ? ଯାହାଙ୍କ ବିଷୟରେ ଏତେ ଚର୍ଚ୍ଚା ହେଉଛି ବୋଲି ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ। ଜଗନ୍ନାଥ ଜଣେ ସାଧାରଣ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଜଗନ୍ନାଥଙ୍କ ହାତ ନାହିଁ, ଗୋଡ଼ ଅଛି! ସେଇଥିରେ ସେ ସବୁ କରନ୍ତି!

jagannath,,

ଭୁବନେଶ୍ୱର(ବାସୁଦେବ ଦାସ): କୁହାଯାଏ, ରଣଭୂମିରେ ହାରି ଯାଇଥିବା ମଣିଷର ଜିତିବା ସମ୍ଭବ। କିନ୍ତୁ ଯେଉଁ ମଣିଷ ମନରୁ ହାରିଗଲା ତା ପାଇଁ ଜିତିବା ଅସମ୍ଭବ, ତେଣୁ ସବୁବେଳେ ମନୋବଳେ ଦୃଢ ରଖି ଜୀବନ ଯୁଦ୍ଧରେ ଆଗକୁ ବଢିଚାଲିଛନ୍ତି ଜଗନ୍ନାଥ। କାରଣ ସେ ଜାଣିଛନ୍ତି ଦୃଢ ଇଚ୍ଛା ଶକ୍ତି ଆଗରେ ସବୁକିଛି ସମ୍ଭବ। ହେଲେ ଏ ଜଗନ୍ନାଥ କିଏ? ଯାହାଙ୍କ ବିଷୟରେ ଏତେ ଚର୍ଚ୍ଚା ହେଉଛି ବୋଲି ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ। ଜଗନ୍ନାଥ ଜଣେ ସାଧାରଣ ମଣିଷ ନୁହଁନ୍ତି। ସେ ଜଣେ ଦିବ୍ୟାଙ୍ଗ। ଆଉ ତାଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ହେଉଛି ତାଙ୍କ ଚାଲିଚଲଣୀ ହାବଭାବ ସବୁକିଛି ସାଧାରଣ ଲୋକଙ୍କ ପରି।

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜନ୍ତୁଆଳି ଗାଁରେ ବାସ କରନ୍ତି ଦିବ୍ୟାଙ୍ଗ ଜଗନ୍ନାଥ ସାହୁ। ପିଲାଦିନୁ ତାଙ୍କର ଦୁଇ ହାତ ନାହିଁ। ପିଲା ଦିନେ ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କ ବାପା ମାଆ କରୁଥିଲେ। କିନ୍ତୁ ଧୀରେ ଧୀରେ ସେ ଯେତେବେଳେ ବଡ଼ ହେଲେ ସେ କାହା ଉପରେ ନିର୍ଭରଶୀଳ ହେବା ପାଇଁ ଚାହିଁଲେ ନାହିଁ। ତେଣୁ ସେ ତାଙ୍କ ପାଦ ସାହାଯ୍ୟରେ ଧୀରେ ଧୀରେ ସମସ୍ତ କାର୍ଯ୍ୟ କରିବା ଆରମ୍ଭ କଲେ। ପ୍ରଥମେ ପ୍ରଥମେ ତାଙ୍କୁ ପାଦ ସାହାଯ୍ୟରେ କାମ କରିବା କଷ୍ଟ ହୋଇଥିଲା। କିନ୍ତୁ ସେ ଅଭ୍ୟାସ ଜାରି ରଖିଥିଲେ ଏବଂ ତାଙ୍କର ସମସ୍ତ କାର୍ଯ୍ୟ ଯେମିତି କି ବ୍ରସ୍‌ କରିବାଠୁ ଆରମ୍ଭ କରି ଗାଧୁଆ ପାଧୁଆ ଏମିତି କି ସେ ତାଙ୍କ ପାଦ ସାହାଯ୍ୟରେ ଲେଖାଲେଖି ମଧ୍ୟ କରୁଛନ୍ତି।

publive-imageଜଗନ୍ନାଥ ତାଙ୍କ ଅକ୍ଷମତା ପାଇଁ ଘରେ ବସି ନାହାନ୍ତି। ସେ ଏକ ସରକାରୀ ଚାକିରୀ କରିଛନ୍ତି। ଭଦ୍ରକ ଜିଲ୍ଲା ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ପିଅନ ଭାବେ ସେ କାର୍ଯ୍ୟରତ। ସେ ପ୍ରତିଦିନ ତାଙ୍କ କାର୍ଯ୍ୟାଳୟକୁ ବସ୍‌ ମାଧ୍ୟମରେ ଯିବା ଆସିବା କରନ୍ତି। ଜଗନ୍ନାଥଙ୍କର ଆଉ ଏକ ସୁନ୍ଦର ସ୍ୱଭାବ ହେଉଛି ସେ କାହା ଦୁଃଖ ଦେଖିପାରନ୍ତି ନାହିଁ। କେହି ଅସୁବିଧାରେ ଥିଲେ ତାଙ୍କ ପାଖକୁ ସେ ତୁରନ୍ତ ଧାଇଁ ଯାଆନ୍ତି।

Advertisment

ଜଗନ୍ନାଥଙ୍କ ପରିବାର କହିଲେ ତାଙ୍କ ମାଆ, ସ୍ତ୍ରୀ ଏବଂ ଚାରିବର୍ଷର ପୁଅ। ତାଙ୍କ ମାଆଙ୍କ କହିବା ଅନୁଯାୟୀ ଜଗନ୍ନାଥଙ୍କୁ ଚାକିରୀରେ ସ୍ଥାୟୀ ନିଯୁକ୍ତି ମିଳୁନି। ତେଣୁ ପୁଅ ବିଭିନ୍ନ ଜିଲ୍ଲା ଅଫିସ ଦଉଡ଼ା ଧାପଡ଼ା କରୁଛି। ଯଦି ତାକୁ ସ୍ଥାୟୀ ନିଯୁକ୍ତି ମିଳିଯିବ ତେବେ ତାଙ୍କର ଅଧା ଦୁଃଖ ଚାଲିଯିବ।

ସେପଟେ ଗାଁ ଲୋକେ ମଧ୍ୟ ଜଗନ୍ନାଥଙ୍କୁ ନେଇ ବେଶ୍‌ ଖୁସି ଅଛନ୍ତି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଜଗନ୍ନାଥ ସମସ୍ତ କାର୍ଯ୍ୟ କରି ଲୋକମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।