Advertisment

ଛେଳି ଚରାଇବାବେଳେ ଜଗା ସାଙ୍ଗେ ହୋଇଥିଲା ପ୍ରେମ, ଆଉ ତା’ପରେ...

ଯାଜପୁର (ଗୁଲାମ ଗସ୍‌): ପ୍ରେମ ଇଶ୍ୱରଙ୍କ ସୃଷ୍ଟିର ଏକ ସୁନ୍ଦର ଶବ୍ଦ। ପ୍ରେମ ଏପରି ଏକ ପବିତ୍ର ଶବ୍ଦ ଯାହାର ତୁଳନା ମଧ୍ୟ ନାହିଁ। ଏଥିରେ ନା ଧନୀଗରୀବର ଭେଦଭାବ ନାଥାଏ ଉଚ୍ଚନୀଚ୍ଚ ଜାତି ଭାବନା। ଏ ମନ ଯାହାକୁ ଚାହୁଁଥାଏ, ତାକୁ ଥରେ ମନ ଦେବା ପରେ ତାହା ଚିରନ୍ତନ, ଶାଶ୍ୱତ ପ୍ରେମରେ ପରିଣତ ହୋଇଥାଏ। ଆଜିର ଯୁବପିଢ଼ି ପ୍ରେମର ପରିଭାଷାକୁ ଅନ୍ୟ ଅର୍ଥରେ ଦେଖୁଥିବା ବେଳେ ଯାଜପୁର ଜିଲ୍ଲା ଦଶରଥପୁର ଝାଡ଼ଙ୍ଗାର ଜଗନ୍ନାଥ ସେଠୀ […]

ଅଦ୍ୟତନ ହୋଇଛି
ଛେଳି ଚରାଇବାବେଳେ ଜଗା ସାଙ୍ଗେ ହୋଇଥିଲା ପ୍ରେମ, ଆଉ ତା’ପରେ...

love

Advertisment

ଯାଜପୁର (ଗୁଲାମ ଗସ୍‌): ପ୍ରେମ ଇଶ୍ୱରଙ୍କ ସୃଷ୍ଟିର ଏକ ସୁନ୍ଦର ଶବ୍ଦ। ପ୍ରେମ ଏପରି ଏକ ପବିତ୍ର ଶବ୍ଦ ଯାହାର ତୁଳନା ମଧ୍ୟ ନାହିଁ। ଏଥିରେ ନା ଧନୀଗରୀବର ଭେଦଭାବ ନାଥାଏ ଉଚ୍ଚନୀଚ୍ଚ ଜାତି ଭାବନା। ଏ ମନ ଯାହାକୁ ଚାହୁଁଥାଏ, ତାକୁ ଥରେ ମନ ଦେବା ପରେ ତାହା ଚିରନ୍ତନ, ଶାଶ୍ୱତ ପ୍ରେମରେ ପରିଣତ ହୋଇଥାଏ।

Advertisment

ଆଜିର ଯୁବପିଢ଼ି ପ୍ରେମର ପରିଭାଷାକୁ ଅନ୍ୟ ଅର୍ଥରେ ଦେଖୁଥିବା ବେଳେ ଯାଜପୁର ଜିଲ୍ଲା ଦଶରଥପୁର ଝାଡ଼ଙ୍ଗାର ଜଗନ୍ନାଥ ସେଠୀ ଓ ପ୍ରତୀକ୍ଷାଙ୍କ କଥା କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଜନ୍ମରୁ ଦୁଇ ହାତ ନଥାଇ ଜନ୍ମ ହୋଇଥିଲେ ଦିବ୍ୟାଙ୍ଗ ଜଗନ୍ନାଥ। ଏପରି ଜଣେ ଦିବ୍ୟାଙ୍ଗ ମଣିଷ ପାଇଁ ଦୁଇ ହାତ ପାଲଟିଛନ୍ତି ସ୍ତ୍ରୀ ପ୍ରତୀକ୍ଷା। ଜଗନ୍ନାଥଙ୍କ ଅସମ୍ପୂର୍ଣ ଜୀବନକୁ ପୂରଣ କରୁଥିବା ଝିଅ ହେଉଛନ୍ତି ପ୍ରତୀକ୍ଷା। ଯେଉଁ ଦୁହିଁଙ୍କ ପ୍ରେମ ଆଜି ସମାଜ ପାଇଁ ଏକ ଉଦାହରଣ ପାଲଟିଛି।

publive-image

ହାତ ନଥିବାରୁ ପିଲାଦିନରୁ ବହୁ କଷ୍ଟରେ ବଡ଼ ହୋଇଥିବା ଜଗା ଧୀରେ ଧୀରେ ଗୋଡ଼ ସାହାଯ୍ୟରେ ନିଜର କାର୍ଯ୍ୟ କରିଆସୁଥିଲେ। ଅଧିକ ପାଠ ପଢ଼ିନଥିବାରୁ ବିଲରେ ଛେଳି ଚରାଇ ଗୁଜୁରାଣ ମେଣ୍ଟାଉଥିଲେ। ଚାରିବର୍ଷ ତଳେ ବିଲରେ ଛେଳି ଚରାଇବା ସମୟରେ ପାଖ ଗାଁର ଝିଅ ପ୍ରତୀକ୍ଷା ସାହୁଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ପ୍ରତୀକ୍ଷା ମଧ୍ୟ ବିଲକୁ ଛେଳି ଚରାଇବାକୁ ଆସୁଥିଲେ। ଛେଳି ଚରାଇବା ସମୟର ଦୁହିଁଙ୍କ ଦେଖା ସାକ୍ଷାତ୍‌ ପରେ ପ୍ରେମରେ ପରିଣତ ହୋଇଥିଲା। ଯେଉଁ ପ୍ରେମ ଦିବ୍ୟାଙ୍ଗ ଜଗନ୍ନାଥଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା।

Advertisment

ପ୍ରତୀକ୍ଷାଙ୍କ ବୟସ ୧୮ ହୋଇନଥିବାରୁ ବିବାହ ପାଇଁ ୩ ବର୍ଷ ଅପେକ୍ଷା କରିଥିଲେ ଜଗନ୍ନାଥ। ଅଲଗା ଜାତି ଓ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଲୋକଙ୍କ ଲକ୍ଷେ ବାରଣ ସତ୍ତ୍ୱେ ଦୁହେଁ ପ୍ରଥମେ କୋର୍ଟ ମ୍ୟାରେଜ କଲେ ଓ ପରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଶେଷରେ ଝିଅର ଖୁସି ଆଗରେ ଘରଲୋକ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ। ଏବେ ପ୍ରତୀକ୍ଷା ଓ ଜଗନ୍ନାଥ ତାଙ୍କ ସଂସାରକୁ ନେଇ ବେଶ୍‌ ଖୁସିରେ ଅଛନ୍ତି। ଛେଳି ଚରାଇବା ଟଙ୍କା ଓ ଦିବ୍ୟାଙ୍ଗ ଭତ୍ତାରୁ ଯାହା ମିଳେ ସେଥିରେ ଦୁହେଁ ହସଖୁସିରେ ଚଳିଯାଆନ୍ତି।

publive-image

ପ୍ରତୀକ୍ଷା କୁହନ୍ତି, ତାଙ୍କର ପବିତ୍ର, ସତ୍ୟତା, ଭଲପାଇବା ଓ କଥାବାର୍ତ୍ତାକୁ ଅନୁଭବ କରି ମୁଁ ଭଲ ପାଇଗଲି। ଆଜିର ସମାଜ ଦିବ୍ୟାଙ୍ଗଙ୍କୁ ଘୃଣା ଚକ୍ଷୁରେ ଦେଖିଥିବା ବେଳେ ପ୍ରତୀକ୍ଷା ଓ ଜଗନ୍ନାଥଙ୍କ ପରି ଦୁଇ ପ୍ରେମୀଯୁଗଳଙ୍କ ପ୍ରେମ ସେହି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe