Advertisment

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପୂଜା ସହ କରନ୍ତୁ ଏସବୁ କାମ, ଘରକୁ ଆସିବ ସମୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୁଏ ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ କୃଷ୍ଣ ଦେବକୀ ଓ ବସୁଦେବଙ୍କ ଅଷ୍ଠମ ସନ୍ତାନ ଭାବେ ମହାରାଜା କଂସଙ୍କ କାରାଗାରରେ ଜନ୍ମଗ୍ରହଣ କରିଥିଲେ।  ସାଧାରଣତଃ କୃଷ୍ଣଙ୍କ ପୂଜା ନିମନ୍ତେ ଅଷ୍ଟମୀ ତିଥିକୁ  ଖୁବ୍‌ ଗୁରୁତ୍ୱ ଦିଆଯାଏ। କାରଣ ଏହି ତିଥିରେ ପୂଜା କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ସହ ଧନସମ୍ପତ୍ତିରେ ଅଭିବୃଦ୍ଧି ହୋଇଥାଏ। ଚଳିତ ମାସ […]

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପୂଜା ସହ କରନ୍ତୁ ଏସବୁ କାମ, ଘରକୁ ଆସିବ ସମୃଦ୍ଧି

janmastami-4..

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୁଏ ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ କୃଷ୍ଣ ଦେବକୀ ଓ ବସୁଦେବଙ୍କ ଅଷ୍ଠମ ସନ୍ତାନ ଭାବେ ମହାରାଜା କଂସଙ୍କ କାରାଗାରରେ ଜନ୍ମଗ୍ରହଣ କରିଥିଲେ।  ସାଧାରଣତଃ କୃଷ୍ଣଙ୍କ ପୂଜା ନିମନ୍ତେ ଅଷ୍ଟମୀ ତିଥିକୁ  ଖୁବ୍‌ ଗୁରୁତ୍ୱ ଦିଆଯାଏ। କାରଣ ଏହି ତିଥିରେ ପୂଜା କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ସହ ଧନସମ୍ପତ୍ତିରେ ଅଭିବୃଦ୍ଧି ହୋଇଥାଏ।

Advertisment

ଚଳିତ ମାସ ୨୩ ଓ ୨୪ ତାରିଖରେ ଜନ୍ମାଷ୍ଟମୀ ସମଗ୍ର ଭାରତ ବର୍ଷରେ ମହା ଆଡମ୍ବରରେ ପାଳନ କରାଯିବ।  ଆସନ୍ତୁ ଜାଣିବା, ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ କିପରି ପୂଜା କଲେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ ଆଉ ଜୀବନରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ।

publive-image

ଚାନ୍ଦିର ବଂଶୀ: ଜନ୍ମାଷ୍ଟମୀ ପରି ପବିତ୍ର ଦିନରେ ରୁପା ବଂଶୀ ଭଗବାନ କୃଷ୍ଣଙ୍କ ନିକଟରେ ଅର୍ପଣ କରନ୍ତୁ। ପୂଜା ସମ୍ପନ୍ନ ହେବା ପରେ ନିଜ ପର୍ସରେ ଏହାକୁ ଯତ୍ନର ସହ ରଖନ୍ତୁ। ଏହାଦ୍ୱାରା ପ୍ରେମ ସମ୍ପର୍କ ଓ ଦାମ୍ପତ୍ୟ ଜୀବନରେ କୌଣସି ବାଧା ଉପୁଜି ନ ଥାଏ ବୋଲି ବିଶ୍ୱାସ ରହିଛି।

Advertisment

ଲହୁଣି-ମିଶ୍ରି: ଲହୁଣି ପ୍ରଭୁଙ୍କର ଖୁବ୍‌ ପ୍ରିୟ। ମା’ ଲହୁଣି ପ୍ରସ୍ତୁତ କରୁଥିବା ସମୟରେ ଏହାକୁ ଚୋରି କରି ଖାଇବାକୁ ପଛାନ୍ତି ନାହିଁ କାହ୍ନା। ତେଣୁ ଜନ୍ମାଷ୍ଟମୀରେ ଲହୁଣି-ମିଶ୍ରି ଭୋଗ ପ୍ରଭୁଙ୍କ ନିକଟରେ ଲଗାନ୍ତୁ। ପରେ ଏହାକୁ ବର୍ଷକରୁ ସାନ ପିଲାଙ୍କୁ ନିଜେ ଖୁଆଇ ଦିଅନ୍ତୁ।

ଦୋଳି: ଏହି ଦିନ ଏକ ସୁନ୍ଦର, ସୁସଜ୍ଜିତ ଦୋଳି ପ୍ରସ୍ତୁତ କରି ସେଥିରେ ପ୍ରଭୁ କୃଷ୍ଣଙ୍କ ଏକ ଛୋଟ ପ୍ରତିମୂର୍ତ୍ତିକୁ ବସାଇ ଝୁଲାନ୍ତୁ।

publive-image

ରାକ୍ଷୀ:ଏହି ଦିନ କୃଷ୍ଣ ଓ ବଳରାମ ୨ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତୁ।

ତୁଳସୀ:କୃଷ୍ଣଙ୍କ ପୂଜା ସମୟରେ ଲାଗୁଥିବା ଭୋଗରେ ତୁଳସୀ ପତ୍ର ମିଶାନ୍ତୁ।

ଶଙ୍ଖ:ଜନ୍ମାଷ୍ଟମୀରେ ନନ୍ଦଲାଲ ବେଶରେ ଥିବା ପ୍ରଭୁଙ୍କ ପୂଜାର୍ଚ୍ଚନା ସମୟରେ ଶଙ୍ଖରେ କ୍ଷୀର ଢାଳିବାକୁ ଭୁଲନ୍ତୁ ନାହିଁ।

ଫଳ ଓ ଶସ୍ୟ:ଏହି ପବିତ୍ର ଦିନରେ ଗରିବ ଲୋକଙ୍କୁ ଫଳ ଓ ଶସ୍ୟ ପ୍ରଦାନ କରନ୍ତୁ।

publive-image

ଗାଈ-ବାଛୁରି:ଏହି ଦିନ ଗାଈ-ବାଛୁରିଙ୍କ ଛୋଟ ପ୍ରତିମା ଆଣି ଘରେ ପୂଜା କରନ୍ତୁ। ଏହାଦ୍ୱାରା ଘରେ ଧନ ବୃଦ୍ଧି ସହ ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଥାଏ।

ମୟୂର ପୁଚ୍ଛ: ମୟୂର ପୁଚ୍ଛ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ । ତେଣୁ ଜନ୍ମାଷ୍ଟମୀରେ ଏହାକୁ ନିହାତି ଭାବେ ଶ୍ରୀକୃଷ୍ଣଙ୍କ ପ୍ରତିମା ନିକଟରେ ରଖନ୍ତୁ।

ପାରିଜାତ:ଶ୍ରୀକୃଷ୍ଣଙ୍କ ପ୍ରିୟ ଫୁଲ ହେଉଛି ପାରିଜାତ ଓ ଶେଫାଳି। ତେଣୁ ଜନ୍ମାଷ୍ଟମୀରେ ଏହାକୁ କୃଷ୍ଣଙ୍କ ପ୍ରତିମା ଉପରେ ଚଢ଼ାନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe