ମିଳୁନି ଘର; ପଲିଥିନ୍ ତଳେ କଟୁଛି ଜୀବନ

ବାରିପଦା (ମାଣିକଲାଲ୍ ପାଣି):  ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ ଅଁଳାକୁଡ଼ା ଗାଁର ରାସ୍ତା କଡ଼ରେ ଥିବା ଏକ ଭଙ୍ଗା ଦଦରା ଘରେ ପଲିଥିନ୍‌ ଟାଣି ରହନ୍ତି ଜାତୀନ ସିଂଙ୍କ ପରିବାର। ପରିବାର କହିଲେ ତାଙ୍କ ସ୍ୱାମୀ, ୩  ଛୁଆ ଓ ଶ୍ୱଶୁର। ପୂର୍ବରୁ ଥିବା ତାଙ୍କର ଚାଳ ଛପର ଘର ୨୦୧୮ ‘ତିତ୍‌ଲି’ ବାତ୍ୟାରେ ଭାଙ୍ଗି ଯାଇଥିଲା। ସେହି ଦିନଠାରୁ ସେମାନେ ଭଙ୍ଗା କାନ୍ଥରେ ପିଲିଥିନ୍‌ ଟାଣି ରହୁଛନ୍ତି। ଦୁଇ ପିଲାଙ୍କୁ ଧରି ଶ୍ୱଶୁର ପାଇଖାନା ଘରେ […]

baripada

baripada

Jyoshna Pradhan
  • Published: Monday, 02 March 2020
  • Updated: 02 March 2020, 02:41 PM IST

Sports

Latest News

ବାରିପଦା (ମାଣିକଲାଲ୍ ପାଣି):  ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ ଅଁଳାକୁଡ଼ା ଗାଁର ରାସ୍ତା କଡ଼ରେ ଥିବା ଏକ ଭଙ୍ଗା ଦଦରା ଘରେ ପଲିଥିନ୍‌ ଟାଣି ରହନ୍ତି ଜାତୀନ ସିଂଙ୍କ ପରିବାର। ପରିବାର କହିଲେ ତାଙ୍କ ସ୍ୱାମୀ, ୩  ଛୁଆ ଓ ଶ୍ୱଶୁର। ପୂର୍ବରୁ ଥିବା ତାଙ୍କର ଚାଳ ଛପର ଘର ୨୦୧୮ ‘ତିତ୍‌ଲି’ ବାତ୍ୟାରେ ଭାଙ୍ଗି ଯାଇଥିଲା। ସେହି ଦିନଠାରୁ ସେମାନେ ଭଙ୍ଗା କାନ୍ଥରେ ପିଲିଥିନ୍‌ ଟାଣି ରହୁଛନ୍ତି। ଦୁଇ ପିଲାଙ୍କୁ ଧରି ଶ୍ୱଶୁର ପାଇଖାନା ଘରେ ଶୋଉଥିବା ବେଳେ ସେମାନେ ଏହି ପଲିଥିନ୍‌ ତଳେ ରହିଥାନ୍ତି। ଆଉ ବର୍ଷା ହେଲେ ପାଖ ପଡ଼ୋଶୀଙ୍କ ପିଣ୍ଡାରେ ଆଶ୍ରୟ ନିଅନ୍ତି। ଘରଟିଏ ପାଇଁ ଜାତୀନ ସରପଞ୍ଚଙ୍କୁ ବାରମ୍ୱାର ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇ ନାହିଁ।  ଏମିତି କି ଜାତୀନଙ୍କ ପରିବାରର ଦୁଃଖ ଦେଖି ତାଙ୍କ ପଡ଼ୋଶୀମାନେ ମଧ୍ୟ ପଲ୍ଲୀ ସଭା, ସରପଞ୍ଚ ଓ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।  ହେଲେ ତାଙ୍କୁ ଆଜି ଯାଏ ପକ୍କା ଘରଟିଏ ମିଳି ପାରି ନାହିଁ।

ପଡ଼ୋଶୀ ଚନ୍ଦ୍ରମା ରାଜ କହିଛନ୍ତି, “ଜାତୀନଙ୍କ ପରିବାର ଲୋକେ ବହୁତ କଷ୍ଟରେ ରହୁଛନ୍ତି। ଆମେ ନିଜେ ଦେଖୁଛୁ। ସେମାନଙ୍କୁ ଘର ଦେବା ପାଇଁ ଆମେ ପଞ୍ଚାୟତ ଓ ପଲ୍ଲୀ ସଭାରେ ବହୁଥର କହିଛୁ। ହିଁ ଦିଆଯିବ ବୋଲି କୁହାଯାଉଛି। ହେଲେ କେହି ଶୁଣି ନୁହାନ୍ତି।”

ଜାତୀନ ସିଂ କହିଛନ୍ତି, “ବହୁ ଦୁଃଖ କଷ୍ଟରେ ଏହି ଘରେ ରହୁଛୁ। ଝଡ଼ ବର୍ଷାରେ ଆମ ଘର ଭାଙ୍ଗିଗଲା, ହେଲେ ଦିନେ ବି ଘର ଦେଖିବାକୁ ସରପଞ୍ଚ କି ୱାର୍ଡମେମ୍ୱର ଆସି ନାହାନ୍ତି।”

ଜାତୀନଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ସେ କାମଧନ୍ଦା କରିପାରନ୍ତି ନାହିଁ।  ଜାତୀନ ମୂଲ ଲାଗି ଯାହା ଟଙ୍କା ଆଣନ୍ତି। ସେଥିରେ ତାଙ୍କ ଘର ଚଳେ। ସରକାରୀ ସହାୟତା କହିଲେ ଏବେ ଦୁଇମାସ ହେବ ତାଙ୍କୁ ୫ କେଜି ଚାଉଳ ମିଳୁଛି।  ଆଉ ତାଙ୍କ ଶ୍ୱଶୁରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଳୁଛି।

ଜାତୀନଙ୍କ ଶ୍ୱଶୁର ନେତ୍ରା ସିଂ କହିଛନ୍ତି, “ସରପଞ୍ଚ କି ୱାର୍ଡମେମ୍ୱର ଘରଟିଏ କରି ଦେଇ ପାରୁ ନାହାନ୍ତି। ବଡ଼ ବଡ଼ ଲୋକଙ୍କୁ ଇନ୍ଦିରା ଆବାସ ଘର ଦେଉଛନ୍ତି। ହେଲେ ଗରିବ ଲୋକଙ୍କୁ ଦେଉନାହାନ୍ତି। ତମକୁ ଘର ଦିଆଯିବ ଖାଲି କହୁଛନ୍ତି। ଦୁଃଖ ଲାଗୁଛି, ହେଲେ କାହୁକୁ କହିବି। କିଏ ବୁଝିବ ଦୁଃଖ।”

ଏନେଇ ଶୁଳିଆପଦା ବିଡିଓ ପରିଖିତ ଜେନା କହିଛନ୍ତି, “ଜାତୀନଙ୍କ ପରିବାର ସମ୍ପର୍କ ତଦନ୍ତ ସରିଛି। ଖୁବଶୀଘ୍ର ତାଙ୍କୁ ଘର ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story