Advertisment

ଜୟପୁର: ୩ ବର୍ଷ ବିତିଲା, ସରୁନି କୋଲାବ ପୋଲ କାମ

ଜୟପୁର: ମାଓବାଦୀ ଅଧ୍ୟୁକ୍ଷିତ ଅଞ୍ଚଳର ଲୋକଙ୍କ ବିକାଶ ସହ ଗମନାଗମନର ସୁବିଧା ଲାଗି  ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ହେଲେ ଅନେକ ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ।  ଏପରି ସମସ୍ୟା  ଦେଖିବାକୁ ମିଳିଛି ମାଓ ଅଧ୍ୟୁକ୍ଷିତ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବାଗଦେରୀ ପଞ୍ଚାୟତରେ। ଏହି ଅଞ୍ଚଳବାସୀ ଗରିବ ଓ ପ୍ରାୟତଃ ଅଶିକ୍ଷିତ ହୋଇଥିବା ବେଳେ ବିଭିନ୍ନ ସମସ୍ୟା […]

ଅଦ୍ୟତନ ହୋଇଛି
ଜୟପୁର: ୩ ବର୍ଷ ବିତିଲା, ସରୁନି କୋଲାବ ପୋଲ କାମ

jeypore

Advertisment

ଜୟପୁର: ମାଓବାଦୀ ଅଧ୍ୟୁକ୍ଷିତ ଅଞ୍ଚଳର ଲୋକଙ୍କ ବିକାଶ ସହ ଗମନାଗମନର ସୁବିଧା ଲାଗି  ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ହେଲେ ଅନେକ ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ।  ଏପରି ସମସ୍ୟା  ଦେଖିବାକୁ ମିଳିଛି ମାଓ ଅଧ୍ୟୁକ୍ଷିତ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବାଗଦେରୀ ପଞ୍ଚାୟତରେ। ଏହି ଅଞ୍ଚଳବାସୀ ଗରିବ ଓ ପ୍ରାୟତଃ ଅଶିକ୍ଷିତ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ସେହି ସମସ୍ୟା ଗୁଡ଼ିକ ମଧ୍ୟରୁ ଗମନାଗମନ ଅନ୍ୟତମ। ଏହି ପଞ୍ଚାୟତବାସୀଙ୍କ ଗମନାଗମନରେ ବାଧକ ସାଜିଛି କୋଲାବ ନଦୀ। ଏଠାରେ ନଦୀ ଉପରେ ପୋଲଟିଏ ନାହିଁ। ତେଣୁ ଲୋକେ ରାତି ପାହିଲେ ଦୈନନ୍ଦିନ କାର୍ଯ୍ୟ ପାଇଁ  ଦେଶୀ ଡଙ୍ଗାରେ ନଦୀ ପାର ହୁଅନ୍ତି। ଲୋକେ ସଉଦାପତ୍ର ପାଇଁ ଡଙ୍ଗାରେ ନଦୀ ପାର ହୁଅନ୍ତି। ସ୍କୁଲ ଓ କଲେଜ ଯିବା ପାଇଁ ଛାତ୍ରଛାତ୍ରୀମାନେ ବି ଡଙ୍ଗାରେ ନଦୀରେ ପାର ହୁଅନ୍ତି। ଆଉ  ବର୍ଷା ଦିନ ଆସିଲେ ଏ ଅଞ୍ଚଳର ଲୋକଙ୍କ  ଦୁଃଖ ଦୁଇ ଗୁଣା ହୋଇଯାଏ।  ବର୍ଷା ୪ ମାସ ଏହି ଅଞ୍ଚଳବାସୀ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଆନ୍ତି।

Advertisment

jeypore

ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ବାରମ୍ୱାର ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୧-୨୦୧୨ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୬ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ପାଇଁ ଯୋଜନା ହେଲା।  ଏହି ପୋଲ କାମ ୨୦୧୨-୧୩ ରେ ସରିବା କଥା । ହେଲେ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ ବୋଲି ଗାଁର ଗୋପାଳ ଚେଟ୍ଟୀ ଅଭିଯୋଗ କରିଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ସାଆଁନ୍ତା ବାରମ୍ୱାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି  ଆକର୍ଷଣ କରିଛନ୍ତି। ହେଲେ କେହି ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି।  ଏନେଇ ଜୟପୁର ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀ ବି.ନାଗେଶ୍ୱର ରାଓ ସବୁଦ୍ଧିଙ୍କୁ କହିଛନ୍ତି, ପୋଲ କାମ ଶୀଘ୍ର ସାରିବାକୁ କଣ୍ଟ୍ରାଟରଙ୍କୁ ନୋଟିସ୍ ପଠାଇଛୁ। ଏଇ ବର୍ଷ ଶେଷ ସୁଦ୍ଧା ପୋଲ କାମ ସଂପୂର୍ଣ୍ଣ କରାଯିବ।

jeypore

ଏହି ପୋଲ ନିର୍ମାଣ ହୋଇଗଲେ କୋରାପୁଟ ଜିଲ୍ଲାର କୁନ୍ଦୁରା ଓ କୋଟପାଡ଼ ବ୍ଲକ ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିବ। ସେହିପରି କୁନ୍ଦୁରାରୁ ଛତିଶଗଡର ଜଗଦଲପୁରକୁ ମଧ୍ୟ ସିଧା ରାସ୍ତା ଫିଟିଯିବ। ଏହା ଦ୍ୱାରା କୋରାପୁଟ ଓ ଜୟପୁର ଆଦି ସ୍ଥାନର ଲୋକେ ମଧ୍ୟ ଉପକୃତ ହେବେ। କୁନ୍ଦୁରା ଦେଇ ସେମାନେ ଜଗଦଲପୁରକୁ ଯାଇପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe