ଝଡ ମୁହଁରେ ଚାନ୍ଦବାଲି: ଲୁଣାପାଣି ସାଜୁଛି ଚାଷୀଙ୍କ ଦୁଃଖ, ପ୍ରତିକାର ଲୋଡ଼ା

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଭୌଗୋଳିକ ସ୍ଥିତି ଏହାକୁ ଅଧିକ ବାତ୍ୟା ପ୍ରବଣ କରିଛି। ବିଭିନ୍ନ ବର୍ଷରେ ଆସିଥିବା ବାତ୍ୟା, ମହାବାତ୍ୟାରେ ଚାନ୍ଦବାଲି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷର ମୁଖ୍ୟତ‍ଃ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଏହି ଆଶଙ୍କା ଲାଗି ରହିଛି ଚାନ୍ଦବାଲିବାସୀଙ୍କ ମନରେ। ବର୍ଷର ଏହି ସବୁ ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଘୂର୍ଣ୍ଣି ବଳୟ ଅବପାତର ରୂପ ନେଇ ତାଣ୍ଡବ ରଚିଥାଏ। ସାଧାରଣତଃ […]

sea water

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 10:03 AM IST

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଭୌଗୋଳିକ ସ୍ଥିତି ଏହାକୁ ଅଧିକ ବାତ୍ୟା ପ୍ରବଣ କରିଛି। ବିଭିନ୍ନ ବର୍ଷରେ ଆସିଥିବା ବାତ୍ୟା, ମହାବାତ୍ୟାରେ ଚାନ୍ଦବାଲି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷର ମୁଖ୍ୟତ‍ଃ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଏହି ଆଶଙ୍କା ଲାଗି ରହିଛି ଚାନ୍ଦବାଲିବାସୀଙ୍କ ମନରେ। ବର୍ଷର ଏହି ସବୁ ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଘୂର୍ଣ୍ଣି ବଳୟ ଅବପାତର ରୂପ ନେଇ ତାଣ୍ଡବ ରଚିଥାଏ। ସାଧାରଣତଃ ଓଡ଼ିଶା ଉପକୂଳରେ ଗୋପାଳପୁର, ପୁରୀ, ଚାନ୍ଦବାଲି ଅବା ପାରାଦିପ ଦେଇ ସ୍ଥଳଭାଗରେ ପ୍ରବେଶ କରୁଛି। ଏହାର ପ୍ରଭାବରେ ସୃଷ୍ଟି  ହୋଇଥିବା ଅଧିକ ବର୍ଷା ବନ୍ୟାର କାରଣ ହେବା ସହିତ ବ୍ୟାପକ କ୍ଷୟକ୍ଷତି କରୁଛି।୧୯୭୧ ଓ ୧୯୯୯ ମହାବାତ୍ୟାରେ ଚାନ୍ଦବାଲି ଅଞ୍ଚଳରେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଉପକୂଳର ୧୩ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ସହିତ ଅନେକ ସ୍ମୃତି ଛାଡି ଯାଇଛି। ପ୍ରଗତି ଯୁବକ ସଂଘର ସମ୍ପାଦକ ଦେବବ୍ରତ ଦାସ କହିଛନ୍ତି ଯେ, ଏହି ଅଞ୍ଚଳ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିଲେ ମଧ୍ୟ ସବୁ ପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନାହିଁ। ଯେଉଁ କେତେଟି ସ୍ଥାନରେ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି ସେଥିରେ ଆବଶ୍ୟକ ଉପକରଣ ନ ଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଉତ୍ତମ ରାସ୍ତା ନଥିବା ସେ କହିଛନ୍ତି। ପାରାଦିପ ଓ ଗୋପାଳପୁର ବନ୍ଦର ମଧ୍ୟବିର୍ତ୍ତୀ ଉପକୂଳ ଅଞ୍ଚଳରେ ଥିବା ଚାନ୍ଦବାଲିକୁ ତିନି ନମ୍ବର ବିପଦ ସଙ୍କେତର ସୂଚନା ଏକ ସାଧାରଣ କଥା। ୨୦୧୩ରେ ଫାଇଲିନ୍ ସମୟରେ ଚାନ୍ଦବାଲିକୁ ୭ ନମ୍ବର ବିପଦ ସକେତ ଦିଆଯାଇଥିଲା।

ଅଧିକାଂଶ ଝଡ ଡାକି ଆଣିଛି ସାମୁଦ୍ରିକ ଲୁଣାପାଣି। ସ୍ଥାନୀୟ ଅଞ୍ଚଳରେଏହା ବାହାନ ପାଣି ଭାବରେ ପରିଚିତ। ଝଡର ପୂର୍ବାଳୀ ପବନ ପ୍ରଭାବରେ ସମୁଦ୍ର, ବୈତରଣୀ ଓ ମନ୍ତେଇ ନଦୀ ତଟବର୍ତ୍ତୀ ଗାଁର ଚାଷଜମିରେ ମାଡି ଯାଇଛି ଲୁଣାପାଣି। ଫଳରେ ଝଡର କେଇ ବର୍ଷ ପରେ ମଧ୍ୟ ଜମିରେ ଧାନଚାଷ ବହୁଳ ଭାବରେ ପ୍ରଭାବିତ ହୋଇଛି। ଚାନ୍ଦବାଲିରୁ ଚଡଦିଆ ପର୍ଯ୍ୟନ୍ତ ବହୁମୁଖୀ ସୁଉଚ୍ଚ ସୁନାମୀ ପ୍ରତିରୋଧୀ ବନ୍ଧ ନିର୍ମାଣ ଏବେ କେବଳ ସର୍ଭେରେ ସିମୀତ ରହିଛି ବୋଲି ଅଭିଯୋଗ କରିଛନ୍ତି ବଡଓସ୍ତିଆ ଗାଁର ନିର୍ମଳ ଝାଡୁ ।

ସେହିପରି ସମାଜିକ କର୍ମୀ ବିଶ୍ୱ କେଶରୀ ମହାନ୍ତି କହିଛନ୍ତି ଯେ, କନିକା ରାଜା ସମୁଦ୍ର ଓ ନଦୀ କଡରେ ତିଆରି ହୋଇଥିବା ସୁଉଚ୍ଚ ମାଟିର ଲୁଣାବନ୍ଦ ଏବେ କ୍ଷୟ ହେବାର ଲାଗିଛି। ଏହାକୁ ସୁରକ୍ଷା କରାଯିବାକୁ କୌଣସି ବ୍ୟବସ୍ଥା କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗତ କିଛିଦିନ ହେବ ଚାନ୍ଦବାଲି ପାଣିପାଗ କାର୍ଯ୍ୟଳୟ ନୂତନ ନିର୍ମାଣାଧିନ ଅବସ୍ଥାରେ ରହିଛି। ବାତ୍ୟା ସମ୍ଭନ୍ଧୀୟ ଯନ୍ତ୍ରପାତି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଥିରେ ବିଳମ୍ବ ହେଉଥିବା କଥା କହିଛନ୍ତି ଚାନ୍ଦବାଲିର ପ୍ରଶାନ୍ତ ଦାଶ। ସେହିପରି ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଡ. ତରଣୀସେନ ପଣ୍ଡା କହିଛନ୍ତି ଚାନ୍ଦବାଲି ଉପକୂଳରେ ଥିବା ଲୁଣା ଜଙ୍ଘଲକୁ ରକ୍ଷା କରାଯିବା ପାଇଁ ସଚେତନତା ଲୋଡା। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୯୦୦ ମସିହାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୯ଟି ବଡବଡ ଝଡକୁ ସାମ୍ମାନା କରିଛି ଚାନ୍ଦବାଲି। ଏହି ଅଞ୍ଚଳ ବାତ୍ୟା ପ୍ରଭାବରେ ଯେତିକି ପ୍ରଭାବିତ ନ ହୋଇଛି ବେଶୀ ପ୍ରଭାବିତ ହେଉଛି ବନ୍ୟା ପ୍ରକୋପରେ। ୧୯୦୦ ମସିହାରେ ସେପ୍ଟେମ୍ବର ୧୪ରୁ ୧୬, ୧୯୩୩ ଅଗଷ୍ଟ ୨ ରୁ ୪, ୧୯୫୩ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୫, ୧୯୫୯ରେ ଜୁନ ୨୭ରୁ ଜୁଳାଇ ୨, ୧୯୭୩ରେ ଅକ୍ଟୋବର ୧୧, ୧୯୭୮ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨, ୧୯୮୨ ଜୁନ ୧ରୁ ୪, ୧୯୮୪ ମସିହା ୧୦ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।

 

Related story