କଳାପାହାଡ଼ ରିଟର୍ନସ 

ପ୍ରଜ୍ଞା ଚୌଧୁରୀ କଳାପାହାଡ଼ ଓ ତା’ର କୁକର୍ମ କଥା ଆପଣଙ୍କ ଜୀବନକାଳ ଭିତରେ ଅନ୍ତତଃ ଥରେ ଅଧେ କାନରେ ପଡ଼ିଥିବ ନିଶ୍ଚୟ। କଦାଚିତ୍ ଆପଣ ଯଦି କଳାପାହାଡ଼ ବାବଦରେ ଅବଗତ ନୁହନ୍ତି, ତେବେ ସର୍ବନିମ୍ନ ତଥ୍ୟ ଦେଇ ସେହି ବ୍ୟକ୍ତିତ୍ୱ ସହ ଆପଣଙ୍କର ପ୍ରଥମେ ପରିଚିତ କରାଇଦେଉଛୁ। ବଙ୍ଗଳାର ମୋଗଲ ଶାସକ ସୁଲତାନ୍ ସୁଲେମାନ କର୍‌ରାନିଙ୍କ ସେ ସେନାପତି ଥିଲା ବୋଲି କୁହାଯାଏ। ଓଡ଼ିଆଙ୍କ ଐତିହ୍ୟ, ସଂସ୍କୃତି ଓ ପରିଚୟର ସବୁଠାରୁ ବଡ଼ ଶତ୍ରୁ ଥିଲା କଳାପାହାଡ଼। […]

kalapahada

kalapahada

Debendra Prusty
  • Published: Tuesday, 23 February 2021
  • Updated: 23 February 2021, 03:50 PM IST

Sports

Latest News

  • ପ୍ରଜ୍ଞା ଚୌଧୁରୀ

କଳାପାହାଡ଼ ଓ ତା’ର କୁକର୍ମ କଥା ଆପଣଙ୍କ ଜୀବନକାଳ ଭିତରେ ଅନ୍ତତଃ ଥରେ ଅଧେ କାନରେ ପଡ଼ିଥିବ ନିଶ୍ଚୟ। କଦାଚିତ୍ ଆପଣ ଯଦି କଳାପାହାଡ଼ ବାବଦରେ ଅବଗତ ନୁହନ୍ତି, ତେବେ ସର୍ବନିମ୍ନ ତଥ୍ୟ ଦେଇ ସେହି ବ୍ୟକ୍ତିତ୍ୱ ସହ ଆପଣଙ୍କର ପ୍ରଥମେ ପରିଚିତ କରାଇଦେଉଛୁ।

ବଙ୍ଗଳାର ମୋଗଲ ଶାସକ ସୁଲତାନ୍ ସୁଲେମାନ କର୍‌ରାନିଙ୍କ ସେ ସେନାପତି ଥିଲା ବୋଲି କୁହାଯାଏ। ଓଡ଼ିଆଙ୍କ ଐତିହ୍ୟ, ସଂସ୍କୃତି ଓ ପରିଚୟର ସବୁଠାରୁ ବଡ଼ ଶତ୍ରୁ ଥିଲା କଳାପାହାଡ଼। ସୁଲେମାନ ସହ ମିଶି ସେ ପୁରୀ, କଟକ, ଯାଜପୁର, ସମ୍ବଲପୁର ଓ କୋଣାର୍କ ଆକ୍ରମଣ କରି ଐତିହ୍ୟ କୀର୍ତ୍ତିରାଜି ଓ ମନ୍ଦିରମାନ ଧ୍ୱଂସ କରିଥିଲା।

ତେବେ ଇତିହାସରେ ପଞ୍ଚଦଶ ମସିହାର ଏ ସବୁ କାଣ୍ଡ ପୁନରାବୃତ୍ତି ହେଲା ଭଳି ବୋଧହେଉଛି। କାରଣ କଳାପାହାଡ଼ ସମୟରେ ଯେପରି ଓଡ଼ିଆଙ୍କ ଅସ୍ତିତ୍ୱ ଅସୁରକ୍ଷିତ ହୋଇପଡ଼ିଥିଲା, ଏବେ ମଧ୍ୟ ଓଡ଼ିଶାର ଐତିହ୍ୟ ପରମ୍ପରାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଶ୍ୱ ଐତିହ୍ୟସ୍ଥଳ, ଐତିହ୍ୟ କରିଡର୍, ସୁରକ୍ଷା, ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ତଥା ଏକାମ୍ର କ୍ଷେତ୍ରରର ପ୍ରାଚୀନ ମଠ, ମନ୍ଦିରକୁ ବୁଲଡୋଜର୍ ଚଲାଇ ଧ୍ୱଂସ କରିଦିଆଗଲା। କଳାପାହାଡ଼ର ଅଧୁରା ସ୍ୱପ୍ନକୁ ସାକାର କରିବାର ଯୋଜନା ହୁଏତ କରାଯାଇଥିଲା। ବିକାଶ ତଥା ଉନ୍ନୟନ ଯୋଜନା ଆଳରେ ସଂସ୍କୃତି ଓ ଐତିହ୍ୟର ବିନାଶ ଯୋଜନା ପ୍ରସ୍ତୁତ ହୋଇଥିଲା କହିଲେ ଭୁଲ ହେବ ନାହିଁ। ଏସବୁକୁ ରୋକିବାକୁ ଛାତି ଫଟାଇ ସାଧୁସନ୍ଥ, ସଂସ୍କୃତିପ୍ରେମୀ କେତେ ଚିତ୍କାର କରିଥିଲେ। ହେଲେ ପୁଲିସ ଫୋର୍ସ ଲଗାଇ ତାଙ୍କ ପାଟିରେ ତୁଣ୍ଡି ମାରିଦିଆଗଲା।

ମନେ ଅଛି, ଶହ ଶହ ବର୍ଷର ଐତିହ୍ୟ ଏମାର ମଠ, ଲଙ୍ଗୁଳି ମଠ, ବଡ଼ ଆଖଡ଼ା ମଠ, ସାନ ଆଖଡ଼ା ମଠ, ରଘୁନନ୍ଦନ ଲାଇବ୍ରେରୀ, ବଗଲା ଧର୍ମଶାଳା କଥା। ସେ ସବୁ ଆଜି ଆଉ ନାହିଁ। ଏଗୁଡ଼ିକ ସମେତ ଅନେକ ଐତିହ୍ୟ କୀର୍ତ୍ତିରାଜି ଉପରେ ବୁଲଡୋଜର୍ ଚଲାଇ ମାଟିରେ ମିଶାଇ ଦିଆଗଲା, ଯାହା ହିନ୍ଦୁ ଧର୍ମ ତଥା ଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆମର ପୂର୍ବ ପିଢ଼ି ସ୍ଥାପନ କରିଥିଲେ।

[caption id="attachment_621746" align="aligncenter" width="650"]Demolition In Puri ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଉଚ୍ଛେଦ କାର୍ଯ୍ୟର ଫାଇଲ ଫଟୋ[/caption]

୨୦ ବର୍ଷର ରାଜୁତି ପରେ ହଠାତ୍ ବିଶ୍ୱ ସ୍ତରୀୟ ସ୍ୱପ୍ନ ଦେଖି ତତ୍ପର ହୋଇ ଉଠିଲେ ରାଜ୍ୟ ସରକାର। ସରକାର ଭୁଲି ବସିଥିଲେ ଯେ, ଏ ଯାଏଁ ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନ ବି ପୂରଣ ହୋଇନାହିଁ।  ତଥାପି ବିଜୁ ବାବୁଙ୍କ ସବୁ ସ୍ୱପ୍ନକୁ ପଛରେ ପକାଇ ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କଥା ଚିନ୍ତା କରାଗଲା। ସେତିକିରେ ମନ ଭରିଲାନି ଯେ, ଏକାମ୍ର କ୍ଷେତ୍ରକୁ ଛାଡ଼ିଲେନି। ବିଶ୍ୱ ଐତିହ୍ୟ କରିବାକୁ ସବୁ ଆଇନକୁ ଅଣଦେଖା କରି ଶ୍ରୀମନ୍ଦିର ଓ ଏକାମ୍ର କ୍ଷେତ୍ର ଚାରିପାଖ ୭୫ ମିଟରରେ ସବୁ ପ୍ରାଚୀନ ଐତିହ୍ୟକୁ ଧୂଳିସାତ୍ କରିଦେଲେ ବିଜେଡି ସରକାର। ସବୁ ହେଲା ଯେ, ବେଆଇନ ଓ ଅବୈଧ ରାସ୍ତା କାହିଁକି ବାଛିଲେ? ସେ କଥା ଖାଲି ବୁଝାପଡ଼ୁନାହିଁ।

ବାଇ-ଲ ପ୍ରସଙ୍ଗ ନେଇ ଚତୁରତା ଦେଖାଉଥିବା ଶାସକ ଦଳକୁ ସିଧାସଳଖ ପ୍ରଶ୍ନ ରହିବ-

୭୫ ମିଟର ଉଚ୍ଛେଦକୁ କିଏ ଅନୁମତି ଦେଇଥିଲା?

କେଉଁ ଆଇନ ବଳରେ ପ୍ରାଚୀନ, ମଠ ମନ୍ଦିରକୁ ମାଟିରେ ମିଶାଇଦିଆଗଲା?

ଓଡ଼ିଆଙ୍କ ଅସ୍ମିତା, ସଂସ୍କୃତି ଓ ପରିଚୟକୁ ଧୂଳିସାତ୍ କରିବାର ପ୍ରୟାସ ପଛରେ କାହାର ସ୍ୱାର୍ଥ ନିହିତ ରହିଛି?

ପୂର୍ବ ପିଢ଼ିର ସନ୍ତକକୁ ଧ୍ୱଂସ କରି ଉତ୍ତର ପିଢ଼ିକୁ କିଏ ଉତ୍ତର ଦେବ?

ଗତ କିଛିଦିନ ଭିତରେ ବାଇ-ଲ ନେଇ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି। ହେଲେ ପାଠକ ବନ୍ଧୁ ଏ ଚକ୍ରବ୍ୟୁହ ରାଜନୀତିରେ ନ ଫସି ପ୍ରକୃତ ବିଷୟ ବୁଝିବାକୁ ଅନୁରୋଧ।

ଅବଗତି ରହିଥାଉ ଯେ, ସାତ ସାତଟି ପ୍ରମୁଖ ଆଇନକୁ ଅମାନ୍ୟ କରି ପୁରୀ ଓ ଭୁବନେଶ୍ୱରରେ ଏ ଧ୍ୱଂସକାଣ୍ଡ ଭିଆଇଛନ୍ତି ରାଜ୍ୟ ସରକାର। ବାଇ- ଲ ପ୍ରସଙ୍ଗ ସାମାନ୍ୟ ବାହାନା ବୋଧ ହେଉଛି। କାରଣ ଐତିହ୍ୟସ୍ଥଳର ୧୦୦ ମିଟର ହେଉଛି ନିଷିଦ୍ଧାଞ୍ଚଳ। ଏହି ପରିଧିକୁ ହାତ ମାରିବାକୁ କୌଣସି ଆଇନ୍ ଅନୁମତି ଦେଉନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା- ବିଡିଏ ଆଇନ, ବିଏମସି ଆଇନ, ଇକୋମସ୍‌ (ICOMOS), ପୂଜାସ୍ଥଳ ସ୍ୱତନ୍ତ୍ର ବ୍ୟବସ୍ଥା ଆଇନ ୧୯୯୧ ( Places of Worship (Special Provisions) Act 1991), ଆମ୍‌ସାର୍‌ ଆଇନ ୧୯୫୮  (AMSAR Act 1958), ପ୍ରାଚୀନ ଦ୍ରବ୍ୟ ଓ କଳା ଆଇନ ୧୯୭୨  (The Antiquities and Art Treasures Act, 1972), ଭାରତୀୟ ପ୍ରାଚୀନ ଧନ ଭଣ୍ଡାର ଆଇନ ୧୮୭୨ (The Indian Treasure-Trove Act, 1872) ଆଇନ ଅନୁସାରେ ପ୍ରାଚୀନ ଐତିହ୍ୟଗୁଡ଼ିକୁ ଭାଙ୍ଗିବାର କାହାକୁ ଅନୁମତି ନାହିଁ। ତା’ପୁଣି ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ତ ଆଦୌ ଅନୁମତି ନାହିଁ।

ସଂସ୍କୃତି ବିଶେଷଜ୍ଞ ଅନିଲ ଧୀର ଏଭଳି ଧ୍ୱଂସକାଣ୍ଡକୁ ଓଡ଼ିଆ ଇତିହାସରେ ଏକ କଳା ଫର୍ଦ୍ଦ ବୋଲି କହିଛନ୍ତି। ସେ କହିଛନ୍ତି, ପୂର୍ବ ପିଢ଼ିର ସନ୍ତକକୁ ଭାଙ୍ଗିବାକୁ ଆମେ କିଏ? ଏହା କୌଣସି ପର୍ଯ୍ୟଟନସ୍ଥଳ ନୁହେଁ, ଏହା ଏକ ଧର୍ମସ୍ଥଳ। ଓଡ଼ିଆଙ୍କ ଅସ୍ମିତା, ଆସ୍ଥା ଓ ଅସ୍ତିତ୍ୱ ସହ ଜଡ଼ିତ। ଭୁବନେଶ୍ୱର ଏବଂ ପୁରୀରେ ହୋଇଥିବା ସମସ୍ତ ଉଚ୍ଛେଦ ସମ୍ପୂର୍ଣ୍ଣ ଅବୈଧ ଓ ବେଆଇନ। ଏହା ଏକ କ୍ରିମିନାଲ୍ ଅଫେନ୍ସ ବୋଲି ଶ୍ରୀଯୁକ୍ତ ଧୀର ନିଜ ମତ ଦେଇଛନ୍ତି।

ବିଜେଡି ସରକାରଙ୍କ ଅମଳରେ ଘଟିଥିବା ଏହି ବିଶ୍ୱସ୍ତରୀୟ ଧ୍ୱଂସକାଣ୍ଡ ଓଡ଼ିଆ ଜାତି ପାଇଁ ଏକ ଅପମାନ ନିଶ୍ଚୟ। ଯେଉଁଠି ବିଜୁ ବାବୁଙ୍କୁ ପିଢ଼ି ପରେ ପିଢ଼ି ଓଡ଼ିଆଙ୍କ ହୃଦରେ ସାଇତି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଯୋଜନାକୁ ବିଜୁ ବାବୁଙ୍କ ନାଁ ତଥା ବିଜୁ ବାବୁ ସ୍ୱପ୍ନର ଓଡ଼ିଶା ସହ ଯୋଡ଼ୁଛନ୍ତି ସେଇଠି ଓଡ଼ିଆଙ୍କ ପରିଚୟ ପ୍ରାଚୀନ ଐତିହ୍ୟସ୍ଥଳର ରକ୍ଷଣାବେକ୍ଷଣ କଣ ନବୀନ ସରକାରଙ୍କ ଦାୟିତ୍ୱ ନ ଥିଲା? ଐତିହ୍ୟ କୀର୍ତ୍ତିରାଜିକୁ ବଞ୍ଚାଇ ରଖିବା ସ୍ୱପ୍ନ କଣ ବିଜୁ ବାବୁ ଦେଖି ନ ଥିଲେ ? ଆଉ ଯଦି ଶ୍ରୀମନ୍ଦିର ଓ ଏକାମ୍ର କ୍ଷେତ୍ରର ସୁରକ୍ଷା ପ୍ରକୃତରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଥିଲା, ତେବେ ସେ ବେଆଇନ ବାଟ କାହିଁକି ବାଛିଲେ? ଆଉ ଏସବୁ ହେଲା ବେଳେ ଏଏସଆଇ କେଉଁଠି ଥିଲା? ପ୍ରାଚୀନ ସମ୍ପତ୍ତିକୁ ନଷ୍ଟ କଲା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ରୋକିଲାନି କାହିଁକି? କେଉଁଠି ନା କେଉଁଠି ଏ ସବୁ ପଛରେ ଆମେ ଦାୟୀ ନୁହନ୍ତି କି? ରାଜ୍ୟବାସୀ ବିଚାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story