Advertisment

ଏ ହେଉଛନ୍ତି କଳିଯୁଗର ଦ୍ରୌପଦୀ: ଜାଣନ୍ତୁ ପାଞ୍ଚ ପତିଙ୍କ ପତ୍ନୀ ‘ରଜୋ’ଙ୍କ କାହାଣୀ

ଯୁଗ ବଦଳିଛି। ଏହାସହ ତାଳ ଦେଇ ବଦଳିଛି, ଆମର ରୀତିନୀତି ଓ ପରମ୍ପରା। ଏକାଧିକ ପତି ଓ ପତ୍ନୀ ପରମ୍ପରାରେ ପରିବର୍ତ୍ତନ ଘଟିଛି। ଆମ ସମାଜରେ ଏବେ ଏକ ପତି ପରମ୍ପରା ପ୍ରଚଳିତ ହେଉଛି। ହେଲେ ଆଜି ବି ଆମ ଦେଶରେ ସତ୍ୟଯୁଗର ଦ୍ରୌପଦୀ ଅଛନ୍ତି। ପାଞ୍ଚାଳୀଙ୍କ ପରି ସେ ବି ୫ ଭାଇଙ୍କୁ ବିବାହ କରିଛନ୍ତି। ପତିମାନଙ୍କ ସହ ସୁଖରେ ଅଛନ୍ତି। ସମ୍ପର୍କକୁ ନେଇ କେବେ ବି ପରିବାରରେ ମତାନ୍ତର ହୋଇନାହିଁ। ଏଥିପାଇଁ ବୋଧହୁଏ ଭାରତୀୟ […]

ଅଦ୍ୟତନ ହୋଇଛି
ଏ ହେଉଛନ୍ତି କଳିଯୁଗର ଦ୍ରୌପଦୀ: ଜାଣନ୍ତୁ ପାଞ୍ଚ ପତିଙ୍କ ପତ୍ନୀ ‘ରଜୋ’ଙ୍କ କାହାଣୀ
Advertisment

ଯୁଗ ବଦଳିଛି। ଏହାସହ ତାଳ ଦେଇ ବଦଳିଛି, ଆମର ରୀତିନୀତି ଓ ପରମ୍ପରା। ଏକାଧିକ ପତି ଓ ପତ୍ନୀ ପରମ୍ପରାରେ ପରିବର୍ତ୍ତନ ଘଟିଛି। ଆମ ସମାଜରେ ଏବେ ଏକ ପତି ପରମ୍ପରା ପ୍ରଚଳିତ ହେଉଛି। ହେଲେ ଆଜି ବି ଆମ ଦେଶରେ ସତ୍ୟଯୁଗର ଦ୍ରୌପଦୀ ଅଛନ୍ତି। ପାଞ୍ଚାଳୀଙ୍କ ପରି ସେ ବି ୫ ଭାଇଙ୍କୁ ବିବାହ କରିଛନ୍ତି। ପତିମାନଙ୍କ ସହ ସୁଖରେ ଅଛନ୍ତି। ସମ୍ପର୍କକୁ ନେଇ କେବେ ବି ପରିବାରରେ ମତାନ୍ତର ହୋଇନାହିଁ। ଏଥିପାଇଁ ବୋଧହୁଏ ଭାରତୀୟ ରୀତିନୀତିକୁ ବିଶ୍ୱ ଦରବାରରେ ଯେଉଁ ସମ୍ମାନର ସହ ଦେଖାଯାଇଥାଏ ତାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ। ଆସନ୍ତୁ ଜାଣିବା ୫ ଜଣ ପତିଙ୍କ ପତ୍ନୀ ରଜୋଙ୍କ ବିଷୟରେ।

Advertisment

ଆମେ କହୁଛୁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ପାଖରେ ଥିବା ଏକ ଗାଁର ୨୧ ବର୍ଷୀୟା ମହିଳା ରଜୋଙ୍କ ବିଷୟରେ। ଏହି ଗାଁର ଗୋଟିଏ ପରିବାରର ୫ ଭାଇଙ୍କୁ ବିବାହ କରିଛନ୍ତି ରଜୋ। ତାଙ୍କର ଏବେ ଏକ ୧୮ ମାସର ଶିଶୁ ଅଛି। ହେଲେ କେହି ଜାଣନାହାଁନ୍ତି ଏହି ଶିଶୁର ପିତା କିଏ। ପରିବାରର କେହି ମଧ୍ୟ ଏହା ଜାଣିବାକୁ କେବେ ଚେଷ୍ଟା କରିନାହାନ୍ତି। କାରଣ ସମସ୍ତେ ନିଜ ସମ୍ପର୍କକୁ ନେଇ ବେଶ ସଚେତନ।

ସମାଜରେ ଏବେ ଏକାଧିକ ପତି ଥିବା ମହିଳାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଆମ ସମାଜରେ ବିନା ବିବାହ ବିଚ୍ଛେଦରେ ଦ୍ୱିତୀୟ ପତି ଗ୍ରହଣ କରିବାକୁ ଆଇନ ବି ଅନୁମତି ଦେଉନାହିଁ। ଏହାସତ୍ତ୍ୱେ ଏଠାରେ କାହିଁ କେଉଁ କାଳରୁ ଏକାଧିକ ପତି ପରମ୍ପରା ପ୍ରଚଳିତ ହୋଇଆସୁଛି।

Advertisment

ସତ୍ୟଯୁଗର ଦ୍ରୌପଦୀଙ୍କ ଚରିତ୍ରରେ ପ୍ରେରିତ ହୋଇ ହିମାଳୟ ଓ ତିବ୍ବତରେ ରହୁଥିବା ଲୋକେ ଆଜି ବି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି। ପରମ୍ପରା ଅନୁସାରେ ମହିଳାଙ୍କୁ ତାଙ୍କ ପତିଙ୍କ ସମସ୍ତ ଭାଇଙ୍କୁ ମଧ୍ୟ ବିବାହ କରିବାକୁ ପଡିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଅଞ୍ଚଳର ମହିଳାଙ୍କ ଉପରେ ଏହାର କିଛି ପ୍ରଭାବ ପଡି ନଥାଏ। କାରଣ ପିଲାଟି ଦିନରୁ ସେମାନେ ଏହି ପରମ୍ପରା ବିଷୟରେ ଅବଗତ ଥାନ୍ତି। ରଜୋ ବି ବିବାହ ପୂର୍ବରୁ ଏହା ଜାଣିଥିଲେ। ତାଙ୍କ ମାଆ ମଧ୍ୟ ଏହି ପରମ୍ପରାରେ ବିବାହ କରିଥିଲେ। ତାଙ୍କର ୩ଜଣ ପତି ଥିଲେ।

ତେବେ ଏପରି ବିବାହ ପଛରେ ଅନ୍ୟ ଏକ କାରଣ ବି କୁହାଯାଇଥାଏ। ଏହି ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁତ କମ। ତେଣୁ ଏପରି ବିବାହ ସେମାନଙ୍କୁ ଝିଅ ଖୋଜା ସମସ୍ୟାରୁ ମୁକ୍ତି ଦେଇଥାଏ।

ପରମ୍ପାରା ହେଉ କି ଆଉ କିଛି, ଏପରି ବିବାହ ଝିଅମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଅନିଚ୍ଛା ସତ୍ତ୍ୱେ ବହୁ ଯୁବତୀଙ୍କୁ ଏକାଧିକ ପତି ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଯେଉଁଥିରେ ପରିବର୍ତ୍ତନ ଆସିବା ନିହାତି ଆବଶ୍ୟକ ବୋଲି ବହୁ ସମୟରେ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe