Advertisment

ଜାଣନ୍ତୁ କ'ଣ କରନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନ ପାଇଁ ଭାରତକୁ ଆସିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଓ ତାଙ୍କ ସ୍ୱାମୀ ଜାର୍‌ଡେ କୁଶନର୍ ମଧ୍ୟ ଆସିଛନ୍ତି। ତେବେ ଇଭାଙ୍କାଙ୍କୁ ନେଇ ଏବେ ଅଧିକ ଚର୍ଚ୍ଚା ହେଉଛି। ପୂର୍ବରୁ ମଧ୍ୟ ଇଭାଙ୍କା ଥରେ ଭାରତ ଆସିସାରିଛନ୍ତି। ସେତେବେଳେ ମଧ୍ୟ ତାଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ପରି ଇଭାଙ୍କା ମଧ୍ୟ ବେଶ୍ ଲୋକପ୍ରିୟ। ଆଜି ଆମେ […]

ଜାଣନ୍ତୁ କ'ଣ କରନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ

evanka

Advertisment

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନ ପାଇଁ ଭାରତକୁ ଆସିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଓ ତାଙ୍କ ସ୍ୱାମୀ ଜାର୍‌ଡେ କୁଶନର୍ ମଧ୍ୟ ଆସିଛନ୍ତି। ତେବେ ଇଭାଙ୍କାଙ୍କୁ ନେଇ ଏବେ ଅଧିକ ଚର୍ଚ୍ଚା ହେଉଛି। ପୂର୍ବରୁ ମଧ୍ୟ ଇଭାଙ୍କା ଥରେ ଭାରତ ଆସିସାରିଛନ୍ତି। ସେତେବେଳେ ମଧ୍ୟ ତାଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ପରି ଇଭାଙ୍କା ମଧ୍ୟ ବେଶ୍ ଲୋକପ୍ରିୟ। ଆଜି ଆମେ ତାଙ୍କ ବିଷୟରେ କିଛି ଅଧିକ ଜାଣିବା।

Advertisment

https://www.instagram.com/p/B81Jf57hhWG/?utm_source=ig_web_copy_link

https://www.instagram.com/p/B8gfSVIBCB2/?utm_source=ig_web_copy_link

ଇଭାଙ୍କା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀର ଝିଅ ହୋଇଥିବା ବେଳେ ସେ ୩ଟି ସନ୍ତାର ମା’। ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଇଭାଙ୍କା। ସେ ଏକାଧାରରେ ଜଣେ ମଡେଲ, ଲେଖିକା, ଫେସନ ଡିଜାଇନର ଏବଂ ଟିଭି ଉପସ୍ଥାପିକା ମଧ୍ୟ। ଇଭାଙ୍କା ପ୍ରଥମେ ମଡେଲିଂରେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ବହୁ ନାମୀଦାମୀ ବ୍ରାଣ୍ଡର ବିଜ୍ଞାପନରେ ସେ ନଜର ଆସିଛନ୍ତି। ଏହାପରେ ସେ ବିଜ୍‌ନେସ୍‌ ଆରମ୍ଭ କରିଥିଲେ। ଅନେକ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡର ସେ ମାଲିକାଣୀ। ଏବେ ସେ ଜଣେ ପ୍ରତିଷ୍ଠିତ ବିଜ୍‌ନେସ୍‌ ୱମେନ୍ ହୋଇସାରିଛନ୍ତି। ଏହା ସହିତ ସେ ନିଜ ପିତାଙ୍କୁ ମଧ୍ୟ ସହଯୋଗ କରୁଛନ୍ତି। ହ୍ୱାଇଟ ହାଉସ୍‌ର ସେ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ। ବର୍ତ୍ତମାନ ଇଭାଙ୍କା ଆମେରିକାର ଶିକ୍ଷା, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ତାଙ୍କ ପରିବାରଙ୍କୁ ଚାକିରୀ ଓ ଆର୍ଥିକ ଉନ୍ନତି ପାଇଁ କାମ କରୁଛନ୍ତି।

https://www.instagram.com/p/B8mW-UJhCT4/?utm_source=ig_web_copy_link

ଇଭାଙ୍କା ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ସେଥିମଧ୍ୟରେ ‘ୱମେନ ହୁ ୱର୍କ’, ‘ଦ ଟ୍ରମ୍ପ କାର୍ଡ଼’, ‘ଦ ଟ୍ରମ୍ପ କାର୍ଡ଼: ପ୍ଲେଇଂ ଟୁ ୱିନ ଇନ୍’ ସାମିଲ୍‌ ରହିଛି। ୨୦୦୪ ମସିହାରେ ସେ ପେନ୍ସିଲ୍‌ଭାନିୟା ବିଶ୍ୱବିଦ୍ୟାଳୟର ହ୍ୱାର୍ଟନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତାଙ୍କୁ ୨୦୧୪ର ’40 Under 40’ ତାଲିକାରେ ସାମିଲ୍‌ କରାଯାଇଥିଲା ଓ ବିଶ୍ୱ ଆର୍ଥନୀତିକ ମଞ୍ଚ(୨୦୧୫) ଦ୍ୱାରା ‘ୟଙ୍ଗ ଗ୍ଲୋବାଲ ଲିଡର୍’ ଭାବେ ସମ୍ମାନିତ କରାଯାଇଥିଲା। ନିକଟରେ ଇଭାଙ୍କାଙ୍କୁ ଟାଇମ୍‌ସର ବିଶ୍ୱର ଶ୍ରେଷ୍ଠ ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ସାମିଲ୍‌ କରାଯାଇଥିଲା।

Advertisment

https://www.instagram.com/p/B6ymCCWBXsF/?utm_source=ig_web_copy_link

https://www.instagram.com/p/B4CiERSBKlm/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe