Advertisment

ଆସୁଛି ମହାନବରାତ୍ରି: ଜାଣନ୍ତୁ ୯ ଦିନରେ କେଉଁଦିନ ମା'ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଆଦିଶକ୍ତି ମା’ ଦୁର୍ଗାଙ୍କୁ ସମର୍ପିତ ପୂଜା ଶାରଦୀୟ ନବରାତ୍ରୀ ବା ମହାନବରାତ୍ରୀ। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ରୀ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ।  ପ୍ରଥମ ଦିନରେ ସମ୍ପୂର୍ଣ୍ଣ ଋତିନୀତିରେ କଳସ […]

ଅଦ୍ୟତନ ହୋଇଛି
ଆସୁଛି ମହାନବରାତ୍ରି: ଜାଣନ୍ତୁ ୯ ଦିନରେ କେଉଁଦିନ ମା'ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

nabaratri

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଆଦିଶକ୍ତି ମା' ଦୁର୍ଗାଙ୍କୁ ସମର୍ପିତ ପୂଜା ଶାରଦୀୟ ନବରାତ୍ରୀ ବା ମହାନବରାତ୍ରୀ। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ରୀ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ।  ପ୍ରଥମ ଦିନରେ ସମ୍ପୂର୍ଣ୍ଣ ଋତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରୀର ବ୍ରତ। ଏହି ୯ ଦିନରେ ମା'ଙ୍କର ୯ଟି ସ୍ୱରୂପର ପୂଜାର୍ଚ୍ଚନା କରାଯିବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ମା'ଙ୍କର  କେଉଁ ସ୍ୱରୂପ ପୂଜା ପାଇବେ।

Advertisment

publive-image୧) ସେପ୍ଟେମ୍ବର ୨୯: ପ୍ରତିପଦା- ପ୍ରଥମ ଦିନ, କଳସ ସ୍ଥାପନା କରାଯାଏ। ଏହି ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ସ୍ୱରୂପରକୁ ପୂଜା କରାଯାଏ। ମା ଶୈଳପୁତ୍ରୀ ନବଦୁର୍ଗାଙ୍କ ମଧ୍ୟରେ ପ୍ରଥମ ଦୁର୍ଗା। ପର୍ବତ ରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ନବରାତ୍ରିର ପ୍ରଥମ ଦିନରେ ଏହି ଦେବୀଙ୍କୁ ହିଁ ପୂଜା କରାଯାଏ।

publive-image୨) ସେପ୍ଟେମ୍ବର ୩୦: ଦ୍ୱିତୀୟା- ମହାନବରାତ୍ରୀର ଦ୍ୱିତୀୟ ଦିନରେ ମା' ବ୍ରହ୍ମଚାରୀଣିଙ୍କ ଉପାସନା କରାଯାଏ। ମାଆ ଦୁର୍ଗାଙ୍କର ଏହି ସ୍ୱରୂପକୁ ପୂଜା କଲେ ଭକ୍ତଙ୍କୁ ସର୍ବ ସିଦ୍ଧି ଓ ବିଜୟ ଲାଭ ହୋଇଥାଏ। ମାଆ ବ୍ରହ୍ମଚାରୀଣିଙ୍କ ଉପାସନାରୁ ମନୁଷ୍ୟ ମଧ୍ୟରେ ତପସ୍ୟା, ତ୍ୟାଗ, ସଦାଚାର, ଓ ସହନଶୀଳତାର ବୃଦ୍ଧି ହୋଇଥାଏ।

Advertisment

publive-image୩) ଅକ୍ଟୋବର ୧: ତୃତୀୟା- ଏହିଦିନ ମା'ଙ୍କର ଚନ୍ଦ୍ରଘଣ୍ଟା ସ୍ୱରୂପର ପୂଜା କରାଯାଏ। ଚନ୍ଦ୍ରଘଣ୍ଟାଙ୍କର ପୂଜା କଲେ ଭକ୍ତଙ୍କ ମଧ୍ୟରେ ବୀରତା-ନିର୍ଭୟତା ଓ ବିନମ୍ରତାର ବିକାଶ ହେବା ସହ ମୁଖ, ନେତ୍ର ତଥା ସମ୍ପୂର୍ଣ୍ଣ କାୟାରେ ଚମକ ବା ପ୍ରକାଶ ବୃଦ୍ଧି ହୁଏ। ଏମାନଙ୍କର ସ୍ୱରରେ ଦିବ୍ୟ, ଅଲୌକିକ ଓ ମାଧୁର୍ଯ୍ୟର ସମାବେଶ ହୋଇଥାଏ। ମା' ଚନ୍ଦ୍ରଘଣ୍ଟାଙ୍କ ଭକ୍ତମାନେ ଯେଉଁଠି ଯାଆନ୍ତି  ତାଙ୍କ ଦେଖି ଲୋକଙ୍କ ମନରେ ଶାନ୍ତି ଅନୁଭବ ହୋଇଥାଏ।publive-image

୪) ଅକ୍ଟୋବର୨: ଚତୁର୍ଥୀ- ଏହି ଦିନ ମାଁ ଦୁର୍ଗାଙ୍କର କୁଷ୍ମାଣ୍ଡା ସ୍ୱରୂପର ପୂଜା କରାଯାଏ। ନବରାତ୍ରୀର ଚତୁର୍ଥ ଦିନରେ ମା' କୁଷ୍ମାଣ୍ଡାଙ୍କର ଉପାସନା କଲେ ସମସ୍ତ ଦୁଃଖ, କଷ୍ଟ ଓ ରୋଗ ଦୂର ହେବାସହ ଯଶ, ବଳ ଓ ଆୟୁଷ ବୃଦ୍ଧି ହୋଇଥାଏ।

publive-image୫) ଅକ୍ଟୋବର ୩: ପଞ୍ଚମୀ-  ନବରାତ୍ରୀର ପଞ୍ଚମ ଦିନରେ ମା' ସ୍କନ୍ଦମାତାଙ୍କର ପୂଜା କରାଯାଏ। ମାତାଙ୍କର ଉପାସନା ଦ୍ୱାରା ଭକ୍ତର ସମସ୍ତ ମନଷ୍କାମନା ପୂର୍ଣ୍ଣ ହୋଇଥାଏ। ମୃତ୍ୟୁ ଲୋକରେ ହିଁ ତାକୁ ପରମ ସୁଖ ଓ ଶାନ୍ତିର ଅନୁଭବ ହୋଇଥାଏ। ମା' ସ୍କନ୍ଦମାତାଙ୍କର ଭକ୍ତଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିଯାଏ।

publive-image୬) ଅକ୍ଟୋବର ୪: ଷଷ୍ଠୀ- ଏହିଦିନ ମା'ଙ୍କର କାତ୍ୟାୟନୀ ସ୍ୱରୂପ ପୂଜା ପାଆନ୍ତି। ଶାସ୍ତ୍ର ଅନୁଯାୟୀ ଏହା ମା' ପାର୍ବତୀଙ୍କର ଅନ୍ୟ ନାମ। ମା' କାତ୍ୟାୟନୀଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ୪ଟି ବ୍ରହ୍ମଫଳ ପ୍ରାପ୍ତି ହୋଇଥାଏ। ଏହି ଦେବୀଙ୍କର ପୂଜା ଗୋଧୂଳି ବେଳାରେ କରିବା ଉଚିତ୍।

publive-image୭) ଅକ୍ଟୋବର ୫: ସପ୍ତମୀ- ମହାନବରାତ୍ରୀର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର କାଳରାତ୍ରୀ ସ୍ୱରୂପର ପୂଜା କରାଯାଏ। ମାଆ କାଳରାତ୍ରୀ ବା ମହାକାଳୀଙ୍କର ଉପାସନା କଲେ ମନରେ ସାହସ ଓ ଭୟ ଦୂର ହୋଇଥାଏ। ମା'ଙ୍କ ଆଗମନରେ ସମସ୍ତ ଭୂତ, ପ୍ରେତ, ରାକ୍ଷସ, ପିସାଚର ନାସ ହୋଇଥାଏ। ଫଳରେ ଆପଣଙ୍କ ଘରୁ ସମସ୍ତ ନକାରତ୍ମ ଶକ୍ତି ଦୂର ହୋଇଯାଏ।

publive-image୮) ଅକ୍ଟୋବର ୬: ଅଷ୍ଟମୀ- ଶାରଦୀୟ ନବରାତ୍ରୀର ଅଷ୍ଟମ ଦିନର ପୂଜା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ଦେବୀ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ହୋଇଥାଏ। ଯେଉଁଥିରେ ମା’ଙ୍କର ମହାଗୌରୀ ତଥା ମହିଷାମର୍ଦ୍ଧିନୀ ସ୍ୱରୂପକୁ ପୂଜା କରାଯାଏ। ମା' ହେଉଛନ୍ତି ସକଳ ଶକ୍ତିକର ଆଧାର ତେଣୁ ସଦା ସର୍ବଦା ଆମକୁ ମା’ଙ୍କର ଆରାଧନା କରିବା ଉଚିତ୍। ମହାଗୌରୀଙ୍କ ପୂଜାର୍ଚ୍ଚନା କଲେ ଭକ୍ତର ସମସ୍ତ ପାପରୁ ମୁକ୍ତି ମିଳିବା ସହ ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଥାଏ।

୯) ଅକ୍ଟୋବର ୯: ନବମୀ- ମହାନବରାତ୍ରୀର ଶେଷ ଦିନ ତଥା ନବମୀଦିନ ହୋମ ବା ଯଜ୍ଞ କରାଯାଏ। ଯଜ୍ଞ ଶେଷରେ ହୋମ ଅଗ୍ନିରେ କ୍ଷୀର ଢାଳି ନବଗ୍ରଙ୍କୁ ଶାନ୍ତି କରାଯାଏ।

୧୦) ୮ ଅକ୍ଟୋବର: ଦଶମୀ- ଏହିଦିନ ଯେଉଁମାନେ ମା’ ଦୁର୍ଗାଙ୍କର ମୂର୍ତ୍ତୀ ସ୍ଥାପନା କରିଥିବେ, ସେ ବିଧିବିଧାନ ସହ ମା’ଙ୍କର ବିସର୍ଜନ କରିବେ। ଏହିଦିନକୁ ବିଜୟା ଦଶମୀ ବା ଦଶହାରା କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe