Advertisment

ଘରେ ମା' ଲକ୍ଷ୍ମୀ ଏବଂ ଗଜାନନଙ୍କ ଏଭଳି ମୂର୍ତ୍ତି ପୂଜା କରନ୍ତୁ

ଦୀପାବଳି ଅବସରରେ ବିଘ୍ନ ବିନାଶକ ଗଣେଶ ଏବଂ ଧନ, ସମ୍ପତ୍ତି ଓ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଜ୍ୟୋତିର୍ବିଦମାନଙ୍କ କହିବା ହେଲା ଗଣପତି ଏବଂ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି କିଣିବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଆଜି ହେଉଛି ଦୀପାବଳି। ଏହି ଅବସରରେ ମାଆ ଲକ୍ଷ୍ମୀ ଏବଂ ଗଣେଶଙ୍କ କିଭଳି ମୃର୍ତ୍ତି ପୂଜା କରିବେ ଜାଣନ୍ତୁ… ପ୍ରଭୂ ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ପଇତା, ରଙ୍ଗ, ଶୁଣ୍ଢ, ବାହନ, ଅସ୍ତ୍ରଶସ୍ତ୍ର ଏବଂ ହାତର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଘରେ ମା' ଲକ୍ଷ୍ମୀ ଏବଂ ଗଜାନନଙ୍କ ଏଭଳି ମୂର୍ତ୍ତି ପୂଜା କରନ୍ତୁ

diwali

ଦୀପାବଳି ଅବସରରେ ବିଘ୍ନ ବିନାଶକ ଗଣେଶ ଏବଂ ଧନ, ସମ୍ପତ୍ତି ଓ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଜ୍ୟୋତିର୍ବିଦମାନଙ୍କ କହିବା ହେଲା ଗଣପତି ଏବଂ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି କିଣିବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଆଜି ହେଉଛି ଦୀପାବଳି। ଏହି ଅବସରରେ ମାଆ ଲକ୍ଷ୍ମୀ ଏବଂ ଗଣେଶଙ୍କ କିଭଳି ମୃର୍ତ୍ତି ପୂଜା କରିବେ ଜାଣନ୍ତୁ...

Advertisment

10 Best Laxmi Ganesh Wallpapers for 2017

ପ୍ରଭୂ ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ପଇତା, ରଙ୍ଗ, ଶୁଣ୍ଢ, ବାହନ, ଅସ୍ତ୍ରଶସ୍ତ୍ର ଏବଂ ହାତର ସଂଖ୍ୟା ତଥା ଆକୃତି ଉପରେ ଧ୍ୟାନ ରଖି କିଣିବା ଉଚିତ। ବସିଥିବା ଗଣେଶ ଭଗବାନଙ୍କ ପ୍ରତିମା ଘରକୁ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ। ଏଭଳି ଗଣେଶ ମୂର୍ତ୍ତୀଙ୍କୁ ପୂଜା କଲେ ଧନ ଲାଭ ଏବଂ କାର୍ଯ୍ୟରେ ଥିବା ବାଧା ଦୂର ହୋଇଥାଏ।

बैठे गणेश जी की मूर्ति शुभ

ଗଣେଶ ଭଗବାନଙ୍କୁ ବକ୍ରତୁଣ୍ଡ ବୋଲି ମଧ୍ୟ ସମ୍ବୋଧନ କରାଯାଏ। ଏଣୁ ମୂର୍ତ୍ତି କିଣିବା ବେଳେ ଧ୍ୟାନ ରଖିବେ ଗଣେଶଙ୍କ ଶୁଣ୍ଢ ମୋଡ଼ି ହୋଇଥିବା ଆବଶ୍ୟକ। ଏଭଳି ପ୍ରତିମା ପୂଜା କଲେ ଗଣପତି ପ୍ରସନ୍ନ ହୁଅନ୍ତି। ହାତରେ ମୋଦକ ଧରିଥିବା ପ୍ରତିମୂର୍ତ୍ତିଙ୍କୁ ପୂଜା କଲେ ସୁଖ, ସମ୍ପତ୍ତି ପ୍ରାପ୍ତ ହୁଏ ବୋଲି ମାନ୍ୟତା ରହିଛି।

Advertisment

Ganpati Sthapana Rules, Time, Mahurat, Vidhi | Ganesh Chaturthi 2020: What not to do after 'Ganpati Sthapana' at home

ଦୀପାବଳି ଅବସରରେ ଯେଉଁ ଗଣେଶ ମୂର୍ତ୍ତିରେ ତାଙ୍କ ବାହାନ ମୂଷା ନ ଥିବ ସେଭଳି ମୂର୍ତ୍ତି ଘରେ ଆଦୌ ପୂଜା କରନ୍ତୁ ନାହିଁ। ବାହାନ ବିନା ଗଣେଶ ମୂର୍ତ୍ତିଙ୍କୁ ପୂଜା କଲେ ଦୋଷ ଲାଗିଥାଏ। ଏଣୁ ମୂଷା ପିଠିରେ ବସିଥିବା କିମ୍ବା ବାହାନ ଭାବେ ମୂଷା ସଙ୍ଗରେ ଥିବା ଗଣେଷ ମୂର୍ତ୍ତି ହିଁ ପୂଜା କରନ୍ତୁ।

मां लक्ष्मी की मूर्ति कैसी हो?

ସେହିଭଳି ମା' ଲକ୍ଷ୍ମୀଙ୍କୁ ଯଦି ବିଷ୍ଣୁ ଏବଂ ଗଣେଶଙ୍କ ସହ ପୂଜା କରୁଛନ୍ତି, ତେବେ ଗଣେଶ ମା' ଲକ୍ଷ୍ମୀଙ୍କ ଡାହାଣ ପଟେ ଏବଂ ବିଷ୍ଣୁ ଲକ୍ଷ୍ମୀଙ୍କ ବାମ ପଟେ ସ୍ଥାପନା କରିବେ। ଠିକ୍ ଢଙ୍ଗରେ ପୂଜା କଲେ ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

दो मूर्तियां न करें इस्तेमाल

ପୂଜା ସ୍ଥାନରେ ଲକ୍ଷ୍ମୀଙ୍କ ଦୁଇଟି ମୂର୍ତ୍ତି କେବେ ବି ରଖନ୍ତୁ ନାହିଁ। ମା'ଙ୍କ ଦୁଇଟି ମୂର୍ତ୍ତି ପାଖାପାଖି ଆଦୌ ରଖିବେ ନାହିଁ। ନଚେତ ଘରେ କଳହ ସୃଷ୍ଟି ହୋଇଥାଏ।

सिंहासन पर बैठे लक्ष्मी-गणेश

ସିଂହାସନରେ ବସିଥିବା ଗଜାନନ ଆଉ ମା' ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିର ଚାହିଦା ସବୁଠାରୁ ଅଧିକ। ଲକ୍ଷ୍ମୀ ମା'ଙ୍କୁ ପଦ୍ମ ଫୁଲ ସବୁଠାରୁ ପ୍ରିୟ। ଏଣୁ ପଦ୍ମ ସିଂହାସନରେ ବସିଥିବା ମା'ଙ୍କ ମୂର୍ତ୍ତି ପୂଜା କରନ୍ତୁ।

Astrology Diwali Tradition