ନବରାତ୍ରରେ ଏମିତି ମା’ ଦୁର୍ଗାଙ୍କୁ କରନ୍ତୁ ପ୍ରସନ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା। ପୂଜାକୁ ନେଇ ସବୁଠି ଉତ୍ସାହର ମାହୋଲ୍‌। କିଛି କିଛି ଲୋକ ପୂଜା ପାଇଁ ପ୍ଲାନିଂ ବି କରିବା ଆରମ୍ଭ କରିଦେଇଛନ୍ତି। ହସଖୁସି, ବୁଲାବୁଲି କରି ସମୟ ବିତାଇବାକୁ ଯୋଜନା ଚଳାଇଛନ୍ତି। କେବଳ ଏତିକିରେ ଏହି ପୂଜା ସରିଯାଇନଥାଏ। ଶାରଦୀୟ ଦୁର୍ଗା ପୂଜାର ନବରାତ୍ର ଏକ ପ୍ରମୁଖ ଅଂଶ। ଯଦି ଆପଣ ନବରାତ୍ର ପୂଜା କରୁଛନ୍ତି ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍‌। ପୁରାଣ […]

navratri

navratri

Rakesh Mallick
  • Published: Tuesday, 02 October 2018
  • Updated: 02 October 2018, 11:08 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା। ପୂଜାକୁ ନେଇ ସବୁଠି ଉତ୍ସାହର ମାହୋଲ୍‌। କିଛି କିଛି ଲୋକ ପୂଜା ପାଇଁ ପ୍ଲାନିଂ ବି କରିବା ଆରମ୍ଭ କରିଦେଇଛନ୍ତି। ହସଖୁସି, ବୁଲାବୁଲି କରି ସମୟ ବିତାଇବାକୁ ଯୋଜନା ଚଳାଇଛନ୍ତି। କେବଳ ଏତିକିରେ ଏହି ପୂଜା ସରିଯାଇନଥାଏ। ଶାରଦୀୟ ଦୁର୍ଗା ପୂଜାର ନବରାତ୍ର ଏକ ପ୍ରମୁଖ ଅଂଶ। ଯଦି ଆପଣ ନବରାତ୍ର ପୂଜା କରୁଛନ୍ତି ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍‌।

ପୁରାଣ ଅନୁସାରେ ନବରାତ୍ରରେ ମା’ ଭଗବତୀ ଦୁର୍ଗାଙ୍କ ପୂଜା କଲେ ବିଶେଷ ଫଳପ୍ରାପ୍ତି ହୋଇଥାଏ। ନବରାତ୍ର ହିଁ ଏକମାତ୍ର ପୂଜା ଯେଉଁଥିରେ ମହାକାଳୀ, ମହାଲକ୍ଷ୍ମୀ ଏବଂ ମା’ ସରସ୍ୱତୀଙ୍କ ସାଧନା କରି ଜୀବନକୁ ସାର୍ଥକ କରିହେବ।

ତେବେ ଆସନ୍ତୁ ଜାଣିବା ନବରାତ୍ରରେ କେମିତି ଘରେ ମା’ଙ୍କ ପୂଜା କରିବେ।

୧. ଘରେ ପୂଜା ସ୍ଥାନରେ ଭଗବତୀ ଦୁର୍ଗା, ଭଗବତୀ ଲକ୍ଷ୍ମୀ ଏବଂ ମା’ ସରସ୍ୱତୀଙ୍କ ଫଟୋ ସ୍ଥାପନ କରି ଫୁଲରେ ସଜାଇ ପୂଜା କରନ୍ତୁ।

୨. ନଅ ଦିନ ପର୍ଯ୍ୟନ୍ତ ମା’ଙ୍କ ବ୍ରତ ରଖନ୍ତୁ। ଯଦି ନଅ ଦିନ ବ୍ରତ ରଖିବା ସମ୍ଭବ ହେଉନାହିଁ ତେବେ ପ୍ରଥମ, ତଚୁର୍ଥ ଓ ଅଷ୍ଟମ ଦିନ ବ୍ରତ ରଖନ୍ତୁ।

୩. ଏହି ନଅ ଦିନ ଘରେ ମା’ ଦୁର୍ଗାଙ୍କ ନାଁରେ ଦୀପ ଜଳାନ୍ତୁ।

୪. ଯେତେ ଅଧିକ ସମ୍ଭବ ନବାର୍ଣ୍ଣ ମନ୍ତ୍ର ‘ଓଁ ଏଂ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୋ ବିଚ୍ଚୋ’ ଜପ କରନ୍ତୁ।

୫. ଏହି ଦିନ ଦୁର୍ଗା ସପ୍ତସତୀ ପାଠ ନିଶ୍ଚିତ କରନ୍ତୁ।

୬. ମା’ଙ୍କ ପାଖରେ ଭୁଲ୍‌ରେ ବି ତୁଳସୀ ଓ ଦୁବ ଚଢ଼ାନ୍ତୁ ନାହିଁ।

୭.  ପୂଜା କରିବା ସମୟରେ ଲାଲ ରଙ୍ଗର ଆସନରେ ବସନ୍ତୁ।

୮. ଯଦି ଲାଲ ରଙ୍ଗର ଆସନ ନାହିଁ ତେବେ କମ୍ବଳ ଆସନ ପକାନ୍ତୁ। ତାହା ଉପରେ ଲାଲ ରଙ୍ଗର କପଡ଼ା ପକାଇ ତା’ ଉପରେ ବସି ପୂଜା କରନ୍ତୁ।

୯.  ପୂଜା ସରିବା ପରେ ଆସନକୁ ପ୍ରଣାମ କରି ତାହାକୁ ଭାଙ୍ଗି ସୁରକ୍ଷିତ ସ୍ଥାନରେ ରଖନ୍ତୁ।

୧୦. ପୂଜା ସମୟରେ ଲାଲ ରଙ୍ଗର ପୋଷକ ଓ ଲୁଗା ପିନ୍ଧିବା ଅତ୍ୟନ୍ତ ଶୁଭ। ଲାଲ କପଡ଼ାରୁ ଆପଣଙ୍କୁ ବିଶେଷ ପ୍ରକାର ଉର୍ଜା ପ୍ରାପ୍ତି ହେବ।

୧୧. ପୂଜା ବେଳେ ଲାଲ ରଙ୍ଗର ଟିକା ଲଗାନ୍ତୁ।

୧୨. ସକାଳ ସମୟରେ ମା’ଙ୍କୁ କ୍ଷୀରରେ ମହୁ ମିଶାଇ ଅର୍ପଣ କରନ୍ତୁ। ପୂଜା ସ୍ଥାନରେ ଏହାକୁ ଗ୍ରହଣ କରିଲେ ଆତ୍ମା ଓ ଶରୀରକୁ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

୧୩. ନବରାତ୍ରର ଶେଷ ଦିନରେ ଘରେ ଥିବା ପୁସ୍ତକ, ବାଦ୍ୟଯନ୍ତ୍ର ଓ କଲମ ଆଦି ନିଶ୍ଚିତ ପୂଜା କରନ୍ତୁ।

୧୪. ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟା ପୂଜନ କରନ୍ତୁ। ଏହାସହ ନିଜ ଶକ୍ତି ଅନୁସାରେ ଝିଅକୁ କିଛି ନା କିଛି ଉପହାର ଦିଅନ୍ତୁ।

ଏପରି ପୂଜା କରିବା ଦ୍ୱାରା ମା’ ଦୁର୍ଗା ପ୍ରସନ୍ନ ହୋଇ ଆପଣଙ୍କ ଉପରେ ଓ ଆପଣଙ୍କ ପରିବାର ଉପରେ କୃପା ବର୍ଷା କରିବେ। ଏହାସହ ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖକଷ୍ଟ ଦୂର କରିଦେବେ ବୋଲି ପୁରାଣରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos