Advertisment

ଏକାଥିବା ବେଳେ କ’ଣ କରୁଥିଲେ ସଲିଲ୍‌ ଦା’: ଜାଣନ୍ତୁ କିଏ ଥିଲେ ତାଙ୍କ ପ୍ରିୟ ମଣିଷ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆରପାରିରେ ଓଲିଉଡ୍‌ର ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ବା ସଲିଲ୍‌ ଦା। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମେ’ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୀର୍ଘ ଦିନ ଧରି ପରଦା ଉପରେ ଦର୍ଶକଙ୍କୁ […]

ଅଦ୍ୟତନ ହୋଇଛି
ଏକାଥିବା ବେଳେ କ’ଣ କରୁଥିଲେ ସଲିଲ୍‌ ଦା’: ଜାଣନ୍ତୁ କିଏ ଥିଲେ ତାଙ୍କ ପ୍ରିୟ ମଣିଷ

lateesha-1200-s

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆରପାରିରେ ଓଲିଉଡ୍‌ର ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ବା ସଲିଲ୍‌ ଦା। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମେ’ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୀର୍ଘ ଦିନ ଧରି ପରଦା ଉପରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଦେଉଥିବା ସଲିଲ୍‌ ଦା କିନ୍ତୁ ବାସ୍ତବ ଜୀବନରେ ଭାରି ସିରିୟସ୍‌ ଥିଲେ।

Advertisment

ଆଉ ଏକଥା ସେ ନିଜେ କହିଛନ୍ତି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଶୋ ‘ଆମ ରାଜା ବାବୁ ଘର ଖାନା’ରେ ଯୋଗ ଦେଇ ଶୋ’ର ଉପସ୍ଥାପିକାଙ୍କ ସହ କଥା ହେଉଥିବା ସମୟରେ ସେ କହିଥିଲେ, "ମୁଁ ଘରେ ଭାରି ସିରିୟସ୍‌। ପରଦା ଉପରେ ଯାହା, ଘରେ କିନ୍ତୁ ମୁଁ ତାର ବିପରୀତ। ଘରେ ମତେ ସମସ୍ତେ ଡରନ୍ତି।"

ଶୋ'ର ଉପସ୍ଥାପିକା ଏସବୁ କେମିତି ସମ୍ଭବ? ଘରେ ସିରିୟସ୍‌ ଥିବା ଲୋକ ପରଦା ଉପରେ ଏତେ ଲାଇଟ୍‌ ଏବଂ ଜବରଦସ୍ତ କମେଡି କେମିତି କରନ୍ତି ପଚାରିବାରୁ ସଲିଲ୍‌ ବେଶ୍‌ ମଜାକିଆ ଢଙ୍ଗରେ କହିଥିଲେ। ‘ ପରଦା ଉପରେ ଲୋକଙ୍କୁ ହସାଇବା ପାଇଁ ମୋତେ ପଇସା ମିଳେ। ଘରେ କିନ୍ତୁ ପଇସା ଖର୍ଚ୍ଚ କରିବାକୁ ପଡ଼େ। ସେତେବେଳେ କ’ଣ ମୁହଁରୁ ହସ ବାହାରିବ!’

Advertisment

publive-imageରାତିରେ ବିଳି ବିଳଉଥିଲେ

ଏଥିସହ ସଲିଲ୍‌ ଦା ରାତିରେ ବିଳିବିଳାନ୍ତି ବୋଲି କହିଥିଲେ। ତାଙ୍କର ଏ ଅଭ୍ୟାସ ବହୁ ପୂର୍ବରୁ ରହିଛି ଏବଂ ସେ ଜାଣି ପାରନ୍ତିନି ଯେ ସେ କ’ଣ ବିଳିବିଳାନ୍ତି। ତାଙ୍କୁ ଲାଗେ ବୋଧହୁଏ ସେ ଅଭିନୟ କରିବା ସମୟରେ ଯେଉଁ ଡାଇଲଗ୍‌ ଗୁଡା ଭୁଲ୍‌ଭାଲ୍‌ କହିଦିଅନ୍ତି, ସେସବୁ ବୋଧେ ସେ ଏଠି ବିଳିବିଳେଇ ଠିକ୍‌ କରି ଦିଅନ୍ତି।

publive-imageଏକା ବସିବାକୁ ଭଲ ଲାଗେ

ଅବସର ସମୟ ମିଳିଲେ ଏକା ଚୁପ୍‌ଚାପ୍‌ ବସିବାକୁ ଭଲ ପାଉଥିବା କଥା କହିଥିଲେ ସଲିଲ୍‌। ଯଦି କାମ କିଛି ନାହିଁ, ତେବେ ସେ ଘରେ ଚୁପ୍‌ଚାପ୍‌ ବସନ୍ତି, ନହେଲେ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ କଥାବାର୍ତ୍ତା କରନ୍ତି।

publive-imageପ୍ରିୟର ମଣିଷ?

ସଲିଲ୍‌ ଦାଙ୍କ ପାଇଁ ତାଙ୍କ ବାପା ଥିଲେ ସବୁଠୁ ପ୍ରିୟ ମଣିଷ। ତାଙ୍କ ବାପାଙ୍କୁ ସେ ସବୁଠୁ ଅଧିକ ଭଲ ପାଉଥିବା କଥା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe