Advertisment

ବଜାରକୁ ଆସିଲା ରୋଗ ପ୍ରତିରୋଧକ ମିଠା

ନୂଆଦିଲ୍ଲୀ : ବଜାରରେ ଏବେ ମିଳୁଛି ରୋଗ ପ୍ରତିରୋଧ ଶକ୍ତି ଥିବା ମିଠା ବା ଇମ୍ୟୁନିଟି ସନ୍ଦେଶ। ମହାମାରୀ କରୋନା ଭାଇରସ୍‌ରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏହି ମିଠା ସୁପରଫୁଡ୍‌ ଭାବରେ କାର୍ଯ୍ୟ କରିବ। ବଳରାମ ମଲ୍ଲିକ ଓ ରାଧାରମଣ ମଲ୍ଲିକ ନାମରେ କୋଲକାତାର ଦୁଇଜଣ ମିଠା କାରିଗର ଏହି ଇମ୍ୟୁନିଟି ସନ୍ଦେଶକୁ ପ୍ରସ୍ତୁତ କରିଛନ୍ତି। ଦୁହିଁଙ୍କର କହିବା ଅନୁସାରେ ଏହି ମିଠା ଖାଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବ। ଯାହା କରୋନା […]

ବଜାରକୁ ଆସିଲା ରୋଗ ପ୍ରତିରୋଧକ ମିଠା

misti

Advertisment

ନୂଆଦିଲ୍ଲୀ : ବଜାରରେ ଏବେ ମିଳୁଛି ରୋଗ ପ୍ରତିରୋଧ ଶକ୍ତି ଥିବା ମିଠା ବା ଇମ୍ୟୁନିଟି ସନ୍ଦେଶ। ମହାମାରୀ କରୋନା ଭାଇରସ୍‌ରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏହି ମିଠା ସୁପରଫୁଡ୍‌ ଭାବରେ କାର୍ଯ୍ୟ କରିବ। ବଳରାମ ମଲ୍ଲିକ ଓ ରାଧାରମଣ ମଲ୍ଲିକ ନାମରେ କୋଲକାତାର ଦୁଇଜଣ ମିଠା କାରିଗର ଏହି ଇମ୍ୟୁନିଟି ସନ୍ଦେଶକୁ ପ୍ରସ୍ତୁତ କରିଛନ୍ତି। ଦୁହିଁଙ୍କର କହିବା ଅନୁସାରେ ଏହି ମିଠା ଖାଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବ। ଯାହା କରୋନା ସହିତ ଲଢ଼େଇ କରିବା ପାଇଁ ସାହାଯ୍ୟ କରିବ।

Advertisment

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ଏହି ମିଠାରେ ୧୧ ପ୍ରକାରର ଆୟୁର୍ବେଦିକ ଜିନିଷ ବ୍ୟବହାର କରାଯାଇଛି। ସେଥିରେ ରହିଛି ତୁଳସୀ, ହଳଦୀ, ଅଳେଇଚ, ଜାଇଫଳ, ଅଦା, ଆମ୍ୱକଷିଆ ଅଦା, ଗୋଲମରିଚ, କଳାଜିରା, ତେଜପତ୍ର ଓ ଯଷ୍ଠି ମଧୁ। ଏସବୁକୁ ଛେନା ସହିତ ମିଶାଇ ମିଠାକୁ ପ୍ରସ୍ତୁତ କରାଯାଇଛି। ତେବେ ଏହି ମିଠାରେ ଚିନି କିମ୍ୱା ଗୁଡ଼ ବ୍ୟବହାର କରିବା ପରିବର୍ତ୍ତେ ହିମାଳୟାନ୍‌ ମହୁକୁ ବ୍ୟବହାର କରାଯାଇଛି। ଏହି ଇମ୍ୟୁନିଟି ସନ୍ଦେଶକୁ ଜଣେ ଖାଇବା ପରେ ଶରୀରରେ ଆବଶ୍ୟକ ପରିମାଣର ପୋଷକତତ୍ତ୍ୱ ପାଇପାରିବେ।

publive-image

ଏହି ମିଠାକୁ ପ୍ରସ୍ତୁତ କରିବା ନେଇ କମ୍ପାନୀର ମାଲିକ ସୁଦୀପ ମଲ୍ଲିକ କହିଛନ୍ତି, ଏହିସବୁ ଆୟୁର୍ବେଦିକ ଜିନିଷର ବ୍ୟବହାର ଆମେ ପୂର୍ବରୁ ଜାଣିଛୁ। ଏସବୁକୁ ଆମେ ରୋଷେଇରେ ମସଲା ଭାବରେ ବ୍ୟବହାର କରିଥାଉ। ତେଣୁ ଏସବୁ ମସଲା କରୋନା ସହିତ ସହିତ ଲଢ଼େଇ କରିବା ପାଇଁ ଉପଯୋଗୀ ହେବ ବୋଲି ଚିନ୍ତା କରି ଏହି ମିଠାକୁ ପ୍ରସ୍ତୁତ କରିଥିଲୁ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ଆୟୁର୍ବେଦିକ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବା ପରେ ଆମେ ଏହି ମିଠା ତିଆରି କରିଥିଲୁ। ତେବେ ମିଠାରେ ଚିନି ଓ ଗୁଡ଼ ବ୍ୟବହାର ନକରିବା ନେଇ ସେ କହିଛନ୍ତି, ଚିନି ଓ ଗୁଡ଼ ମିଠାର ଔଷଧୀୟ ଶକ୍ତିକୁ ହ୍ରାସ କରିଥାଏ। ସେଥିପାଇଁ ଆମେ ଏଥିରେ ମହୁର ବ୍ୟବହାର କରିଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe