Advertisment

ମୁକେଶ ଅମ୍ବାନିଙ୍କ ଲାଇଫ୍ ସିକ୍ରେଟ୍‌: ଜାଣିଲେ ତାଜୁବ୍‌ ହେବେ

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ନିକଟରେ ୬୦ ପୁରିଛି। ତେବେ ତାଙ୍କ  ଜୀବନଶୈଳୀକୁ ନେଇ ଏମିତି କିଛି ରହସ୍ୟ ଅଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କେତେ ପ୍ରାଚୁର୍ଯ୍ୟ ଭିତରେ ସେ ଜୀବନ ବିତାନ୍ତି ଆସନ୍ତୁ ଜାଣିବା କିଛି ରାଜ୍‌ । ୧-ମୁକେଶ ଅମ୍ବାନି ରହୁଥିବା ବଙ୍ଗଳାର ନାମ ଆଣ୍ଟିଲିଆ। ୪୦ ହଜାର ସ୍କୟାରଫୁଟର ଏହି ବଙ୍ଗଳାରେ ୨୭ଟି ଫ୍ଲୋର ରହିଛି। ଯାହାର ଦାମ ହେବ ୧ ବିଲିୟନ ଡଲାର। ଅଣ୍ଟଲାଟିକା ମହାସାଗରରୁ ଆଣ୍ଟିଲିଆ ନାମକରଣ […]

ଅଦ୍ୟତନ ହୋଇଛି
ମୁକେଶ ଅମ୍ବାନିଙ୍କ ଲାଇଫ୍ ସିକ୍ରେଟ୍‌: ଜାଣିଲେ ତାଜୁବ୍‌ ହେବେ

rel-d

Advertisment

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ନିକଟରେ ୬୦ ପୁରିଛି। ତେବେ ତାଙ୍କ  ଜୀବନଶୈଳୀକୁ ନେଇ ଏମିତି କିଛି ରହସ୍ୟ ଅଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କେତେ ପ୍ରାଚୁର୍ଯ୍ୟ ଭିତରେ ସେ ଜୀବନ ବିତାନ୍ତି ଆସନ୍ତୁ ଜାଣିବା କିଛି ରାଜ୍‌ ।

Advertisment

୧-ମୁକେଶ ଅମ୍ବାନି ରହୁଥିବା ବଙ୍ଗଳାର ନାମ ଆଣ୍ଟିଲିଆ। ୪୦ ହଜାର ସ୍କୟାରଫୁଟର ଏହି ବଙ୍ଗଳାରେ ୨୭ଟି ଫ୍ଲୋର ରହିଛି। ଯାହାର ଦାମ ହେବ ୧ ବିଲିୟନ ଡଲାର। ଅଣ୍ଟଲାଟିକା ମହାସାଗରରୁ ଆଣ୍ଟିଲିଆ ନାମକରଣ କରାଯାଇଥିବା କୁହାଯାଉଛି।

publive-image୨- ମୁକେଶ ଅମ୍ବାନିଙ୍କ ବଙ୍ଗଲାରେ ଏକ ଗ୍ୟାରେଜ୍‌ ରହିଛି । ଯେଉଁଠି ୧୬୮ଟି କାର ପାର୍କିଂ ହୋଇପାରିବ। ସେହିପରି ତାଙ୍କ ଆଣ୍ଟିଲିଆରେ ୩ଟି ହେଲିପ୍ୟାଡ୍ ରହିଛି।

Advertisment

୩- ମୁକେଶ ଅମ୍ବାନିଙ୍କ ୮ ନମ୍ବର ଫ୍ଲୋରରେ ଏକ ମୁଭି ହଲ ରହିଛି। ଯେଉଁଠି ୫୦ ଜଣ ବିସିବାର ବ୍ୟବସ୍ଥା ରହିଛି।

୪- ମୁକେଶ ଅମ୍ବାନିଙ୍କ ଆଣ୍ଟିଲିଆରେ ଏକ ବରଫାବୃତ ରୁମ୍‌ ରହିଛି।  ଯାହା ଖରାଦିନେ ତୀବ୍ର ଉତ୍ତାପକୁ ପ୍ରତିହତ କରିଥାଏ।

୫- ମୁକେଶ ବ୍ୟବହାର କରୁଥିବା କାରର ନାଁ ହେଉଛି ବିଏମଡବ୍ଲ୍ୟୁ। ଯାହାର ଦାମ ୮.୫ କୋଟି ଟଙ୍କା। ସାଧାରଣତଃ ବିଏମଡବ୍ଲ୍ୟୁ (୭୬୦ଏଲଆଇ)ର ଦାମ ୧.୯ କୋଟି ଟଙ୍କା ହୋଇଥିଲା ବେଳେ ମୁକେଶ ବିଏମଡବ୍ଲ୍ୟୁ ଭିଆର୭ କାର୍‌ ବ୍ୟବହାର କରୁଛନ୍ତି। ଯାହା ପୁରା ବୁଲେଟ୍‌ପ୍ରୁଫ୍‌।

୬-ସେ କିଣିଥିବା ଜାମନଗର ତୈଳ ବିଶୋଧନାଗାର ବିଶ୍ବର ସବୁଠାରୁ ବୃହତ ତୈଳ ବିଶୋଧନାଗାର। ଏଠାରେ ପ୍ରତିଦିନ ୬୬୮,୦୦୦ ବ୍ୟାରେଲ ତେଲ ବିଶୋଧନ ହୁଏ।

rel-s7-ବର୍ଷେ ପୂର୍ବରୁ ମୁକେଶ ଲଞ୍ଚ କରିଥିବା ରିଲାଏନ୍ସ ଜିଓ ଦେଶର ସବୁଠୁ ବଡ଼ ଟେଲିକମ ଅପରେଟର ଭାବେ ଉଭା ହୋଇଛି। ଲଞ୍ଚ ହେବାର ୧୭୦ ଦିନ ମଧ୍ୟରେ ଜିଓର ୧୦୦ ନିୟୁତ ଉପଭୋକ୍ତା ସଂଖ୍ୟା  ଟପିଲାଣି। ୪ଜି ନେଟୱର୍କ ଭାବେ ୨୦୧୬ ସେପ୍ଟେମ୍ବରରେ ଜିଓ ଲଞ୍ଚ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe