ଏହି ରାଜ୍ୟର ନିର୍ବାଚନୀ ପରିଣାମ ହିଁ କହିବ ଦିଲ୍ଲୀରେ କିଏ ଗଢିବ ସରକାର ?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ୫୪୩ଟି ଆସନ ପାଇଁ ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ଫଳାପଳ ଇଭିଏମ୍‌ରେ ବନ୍ଦ ହେବ। ଜନାଦେଶ କାହା ସପକ୍ଷରେ ଯାଇଛି ସେ କଥା ମେ’ ୨୩ ରେ ଜଣାପଡ଼ିବ। ନିର୍ବାଚନ ଲାଗି ସମସ୍ତ ଦଳ ଅଙ୍କ କଷାକଷି ଆରମ୍ଭ କରି ସାରିଲେଣି। ହେଲେ ଏଥରର ମୁଖ୍ୟ ଚର୍ଚ୍ଚା, ଦିଲ୍ଲୀ ସିଂହାସନ କାହା ହାତକୁ ଯିବ, ଏନ୍‌ଡିଏ ନା ୟୁପିଏ ? କିଏ ହାତେଇବ […]

rf

rf

Minati Mishra
  • Published: Wednesday, 13 March 2019
  • Updated: 13 March 2019, 03:43 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ୫୪୩ଟି ଆସନ ପାଇଁ ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ଫଳାପଳ ଇଭିଏମ୍‌ରେ ବନ୍ଦ ହେବ। ଜନାଦେଶ କାହା ସପକ୍ଷରେ ଯାଇଛି ସେ କଥା ମେ’ ୨୩ ରେ ଜଣାପଡ଼ିବ। ନିର୍ବାଚନ ଲାଗି ସମସ୍ତ ଦଳ ଅଙ୍କ କଷାକଷି ଆରମ୍ଭ କରି ସାରିଲେଣି। ହେଲେ ଏଥରର ମୁଖ୍ୟ ଚର୍ଚ୍ଚା, ଦିଲ୍ଲୀ ସିଂହାସନ କାହା ହାତକୁ ଯିବ, ଏନ୍‌ଡିଏ ନା ୟୁପିଏ ? କିଏ ହାତେଇବ ସତ୍ତା ?

କାହା ପଲା ଭାରି

୨୦୧୪ ନିର୍ବାଚନରେ ବିଜେପି ଯେଉଁଭଳି ସଂଖ୍ୟା ଗରିଷ୍ଠତା ହାସଲ କରି ଆସିଲା ତାହା ଥିଲା ସମ୍ପୁର୍ଣ୍ଣ ଅପ୍ରତ୍ୟାଶିତ । ଏହାର କାରଣ ଏହା କୁହାଯାଇପାରେ ଯେ, କଂଗ୍ରେସରେ ନେତୃତ୍ୱକୁ ଲୋକେ ସିଧାସଳଖ ପ୍ରତ୍ୟାକ୍ଷାନ କରିଥିଲେ ଆଉ ଧରାଶାୟୀ ହୋଇଥିଲା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ। ଏହି ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠ ହୋଇଥିଲେ ମଧ୍ୟ ମେଣ୍ଟକୁ ଅସନ୍ତୁଷ୍ଟ କରି ନ ଥିଲା ଓ ମିଳିମିଶି ଗଢା ହୋଇଥିଲା ସରକାର।

ହେଲେ ଏଥର କ’ଣ ହେବ ତାହା ସମୟ କହିବ। ଏନ୍‌ଡିଏକୁ ଟକ୍କର ଦେବା ପାଇଁ ବିରୋଧୀ ଦଳ ଅଣ୍ଟା ଭିଡ଼ି ମଇଦାନକୁ ଓହ୍ଲାଇ ସାରିଲେଣି। ବିରୋଧୀ ମଇଦାନରେ ଓହ୍ଲାଇ ଯାଇଛନ୍ତି ସତ କିନ୍ତୁ ସେଠାରେ ତାଙ୍କୁ ଅନେକ ହେଭି ୱେଟ୍‌ ନେତାଙ୍କ ସହିତ ଲଢ଼େଇ କରିବାକୁ ପଡ଼ିବ।

ବର୍ତ୍ତମାନ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଭିନ୍ନ ପ୍ରସଙ୍ଗ ନେଇ ଆକ୍ଷେପ କରିବା ଆରମ୍ଭ କରିଛନ୍ତି। କେବଳ ରାହୁଲ ଗାନ୍ଧି ନୁହଁନ୍ତି ଏନ୍‌ଡିଏର ଅନ୍ୟତମ ବିରୋଧୀ ଦଳ ଏସ୍‌ପି-ବିଏସ୍‌ପି ମଧ୍ୟ ଏକଜୁଟ ହୋଇଛନ୍ତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କୁ ସମୋଲୋଚନା କରିବାର ଗୋଟିଏ ବି ମଉକା ହାତଛଡ଼ା କରୁନାହାନ୍ତି। ଆଶ୍ଚର୍ଯ୍ୟର କଥା ଏ ସମସ୍ତେ ବିଜେପି ନୁହେଁ ବରଂ ମୋଦି ହଟାଅ ଅଭିଯାନରେ ଏକତ୍ର ହୋଇଛନ୍ତି। ଯାହାକି ଦଳୀୟ ରାଜନୀତି ପ୍ରତି ଆଦୌ ଶୁଭଙ୍କର ନୁହେଁ। ଦଳଗତ ନିର୍ବାଚନରେ ଏଭଳି ବ୍ୟକ୍ତି କୈନ୍ଦ୍ରିକ ହୋଇ ଦଳକୁ ନୁହେଁ ଦଳପତିଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ପରୋକ୍ଷରେ ବିଜେପିକୁ ଫାଇଦା ଦେଉଛନ୍ତି ବୋଲି କହିବା ସମ୍ଭବତଃ ଭୁଲ୍‌ ହେବନି।

କିନ୍ତୁ ଗାଣତାନ୍ତ୍ରୀକ ରାଷ୍ଟ୍ରରେ ଜନତା ଶ୍ରେଷ୍ଠ ବିଚାରକ। ଏଣୁ ରାଜନୀତି ଅଙ୍କକଷାର ଭାଗଫଳ କ’ଣ ହେଉଛି ତାହା ଜନାଦେଶ ଉପରେ ନିର୍ଭର କରେ। ନିର୍ବାଚନ ପୂର୍ବରୁ ଦେଶର ଏମିତି କିଛି ରାଜ୍ୟର ନେତୃତ୍ୱ ସମ୍ପର୍କରେ ଅବଗତ ହେବା କଥା ଯାହାର ଜନାଦେଶ ଏଥର ଲୋକସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଆସନ୍ତୁ ଦେଶର ସେହି ପ୍ରମୁଖ ୫ ରାଜ୍ୟ ସମ୍ପର୍କରେ ଜାଣିବା।

ଉତ୍ତରପ୍ରଦେଶ
ଦେଶର ସବୁଠାରୁ ବଡ଼ ରାଜ୍ୟ ଭାବରେ ଉତ୍ତରପ୍ରଦେଶକୁ ଗଣନା କରାଯାଇଥାଏ। ଭାରତ ମାନଚିତ୍ରରେ ଉତ୍ତରପ୍ରଦେଶର ଆକାର ବଡ଼ ହୋଇ ନ ଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ଯଦି ଆମେ ୨୦୧୪ ସାଧାରଣ ନିର୍ବାଚନ ଉପରେ ନଜର ପକାଇବା ତେବେ ସେହି ସମୟରେ ଏନ୍‌ଡିଏକୁ ଏଠାରେ ଜବରଦସ୍ତ ସଫଳତା ମିଳିଥିଲା। ୮୦ଟି ଲୋକସଭା ଆସନ ଥିବା ଏହି ରାଜ୍ୟରେ ବିଜେପି ଖାତାରେ ୭୧ଟି ଆସନ ରହିଥିଲା ଏବଂ ତା’ର ସହଯୋଗୀ ଦଳକୁ ୨ଟି ଆସନ ହାସଲ ହୋଇଥିଲା। ଏହା ବ୍ୟତୀତ ଏସ୍‌ପିର ୫ଟି ସିଟ୍‌ ଯାହା ମୁଲାୟମ ସିଂହ ଯାଦବଙ୍କ ପରିବାର ସହିତ ଯୋଡ଼ି ହୋଇ ରହିଥିଲା। କଂଗ୍ରେସ ଭାଗରେ କେବଳ ଦୁଇଟି ଆସନ ପଡ଼ିଥିଲା କିନ୍ତୁ ବିଏସ୍‌ପି କୌଣସି ସିଟ୍‌ ନ ପାଇ ନିରାଶ ହୋଇଥିଲା। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ବେଳେ ଉତ୍ତରପ୍ରଦେଶରେ ବିରୋଧୀ ଏକଜୁଟ ହୋଇ ନ ଥିଲେ। ମାତ୍ର ଏଥରର ଚିତ୍ର କିଛି ଅଲଗା। ଏଥର ଅନୁମାନ କରାଯାଇଛି ଯେ, ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ହାତ ମିଳାଇ ବିଜେପିକୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି। କିଛି ଲୋକଙ୍କର କହିବା ଅନୁସାରେ ପୁଲୱାମା ଆକ୍ରମଣର ଏୟାର ଷ୍ଟ୍ରାଇକ ପରେ ପାଣିପାଗ ବଦଳି ଯାଇଛି ସତ କିନ୍ତୁ ଉତ୍ତରପ୍ରଦେଶରେ ବିଜେପି ପାଇଁ ୨୦୧୪ ବିଜୟକୁ ପୁଣି ଥରେ ଦୋହରାଇବା କଷ୍ଟକର ହେବ।

ବିହାର
ଉତ୍ତର ପ୍ରଦେଶ ପରେ ବିହାର ରାଜନୈତିକ ଦୃଷ୍ଟିକୋଣରୁ ସମ୍ୱେଦନଶୀଳ। ଏଠାରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଓ ନୀତିଶ କୁମାରଙ୍କର ଜେଡିୟୁ ଦଳର ରାସ୍ତା ଅଲଗା ହୋଇ ସାରିଥିଲା।  ତେଣୁ ଅନୁମାନ କରାଯାଉଛି ଯେ ଏଥର ବିହାରରେ ବିଜେପିର ପ୍ରଭାବ କମ୍‌ ରହିବ କିନ୍ତୁ ମୋଦି ମ୍ୟାଜିକ୍‌ ନିର୍ବାଚନରେ ତା’ର ପ୍ରଭାବ ନିଶ୍ଚିତ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ ଲଗାଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ୨୦୧୯ ନିର୍ବାଚନରେ ବିଜେପି ଓ ଜେଡିୟୁ ଏକାଠି ମଇଦାନକୁ ଓହ୍ଲାଇବେ ଏବଂ ଏପରି ଏକ ରାଜନୈତିକ ସମୀକରଣ ଦେଖା ଦେବ, ଯାହା ବିରୋଧୀ ଦଳକୁ ଭାଙ୍ଗିବା କଷ୍ଟକର ହୋଇପଡ଼ିବ। ସେହିପରି ଆର୍‌ଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କ ପାଇଁ କଂଗ୍ରେସ କଣ୍ଟା ହେବ ବୋଲି କୁହାଯାଉଛି। ଏଣୁ ଏଠାର ନିର୍ବାଚନ ଫଳାଫଳ ମଧ୍ୟ ଏନ୍‌ଡିଏ ପାଇଁ ଶୁଭଙ୍କର ହେବ ବୋଲି ଆଶା।

ମଧ୍ୟପ୍ରଦେଶ
ଯଦି ମଧ୍ୟପ୍ରଦେଶ କଥା କହିବା ତେବେ ଏଠାରେ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନରେ ମୋଦି ୱେଭ୍‌ ଦେଖିବାକୁ ମିଳିଥିଲା। ଏଠାରେ କଂଗ୍ରେସ କେବଳ ଛିନ୍ଦୱାଡା ଓ ଗୁନାର ଲୋକସଭା ଆସନକୁ ହାତେଇବା ପାଇଁ ସଫଳ ରହିଥିଲା। ଏହି ଦୁଇଟି ଆସନକୁ ବାଦ୍‌ ଦେଇ ସବୁଠାରେ ବିଜେପିକୁ ଜବରଦସ୍ତ ସଫଳତା ମିଳିଥିଲା।
ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରୁ ଜଣାପଡୁଛି ଯେ, କଂଗ୍ରେସ ସରକାର ମଧ୍ୟପ୍ରଦେଶରେ ରହିଲେ ମଧ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଏୟାର୍‌ ଷ୍ଟ୍ରାଇକ୍‌ ପରେ ସ୍ଥିତି ବଦଳିଛି। ଆକଳନ କହୁଛି ଏଥର ମଧ୍ୟପ୍ରଦେଶରେ ବିଜେପିକୁ ହୁଏତ ୨୦୧୪ ପରି ସଫଳତା ମିଳି ନ ପାରେ କିନ୍ତୁ ବିଜେପି କୌଣସି ବଡ଼ ଅସୁବିଧାରେ ପଡିବନି।

ରାଜସ୍ଥାନ
୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ରାଜସ୍ଥାନରେ ବିଜେପି କ୍ଲିନ୍‌ ସ୍ୱାଇପ୍‌ କରିଥିଲା। ସେହି ସମୟରେ କଂଗ୍ରେସ ଉପରେ ଲୋକମାନଙ୍କ ଭରସା ଭାଙ୍ଗି ସାରିଥିଲା ଏବଂ ଯାହାର ପ୍ରଭାବ ନିର୍ବାଚନ ଫଳାଫଳରେ  ପ୍ରତିଫଳିତ ହୋଇଥିଲା। ସେହିପରି ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ବିଜେପି ସରକାର ଗଠନ କରିବା ପାଇଁ ବିଫଳ ହୋଇଛି ସତ କିନ୍ତୁ ଜନତାଙ୍କ ସ୍ୱର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପରିବର୍ତ୍ତନ ହୋଇ ନାହିଁ। ଏଠାକାର ବିଧାନସଭା ନିର୍ବାଚନରେ ଗୋଟିଏ ନାରା ଶୁଣିବାକୁ ମିଳିଥିଲା ଯେ, “ରାନୀ ତେରି ଖୈର୍‌ ନେହିଁ, ମୋଦି ତୁଝସେ ବୈର୍‌ ନେହିଁ।” ଯାହାକି ମୋଦି ସରକାର ପ୍ରତି ଥିବା ସମ୍ବେଦନାକୁ ପ୍ରଦର୍ଶନ କରୁଛି।

ଗୁଜରାଟ

ମୋଦିଙ୍କର ଗଡ଼ କୁହାଯାଉଥିବା ଗୁଜରାଟରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୨୫ଟି ସିଟ୍ ଜିତିବା ପାଇଁ ସଫଳ ହୋଇଥିଲା। ମୋରାର୍‌ ଜୀ ଦେଶାଇଙ୍କ ପରେ ଜଣେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ଆଶାୟୀ ହୋଇଥିବାରୁ ଜନସମର୍ଥନ ବିଜେପି ସପକ୍ଷରେ ଥିଲା।

କିନ୍ତୁ ମୋଦି ସରକାରଙ୍କ ଜିଏସ୍‌ଟି ନିଷ୍ପତ୍ତି ପରେ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ରାସ୍ତା କଠିନ ହେବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ନିର୍ବାଚନର ପରିଣାମ ବିଜେପି ପକ୍ଷରେ ହିଁ ଆସିଥିଲା। ଏଥରର ନିର୍ବାଚନ ଲଢ଼େଇରେ ସମ୍ପୂର୍ଣ୍ଣ ବିରୋଧୀ ଦଳ ମୋଦିଙ୍କ ବିରୋଧରେ ଥିବା ସତ୍ତ୍ୱେ ଗୁଜରାଟି ଜନତା ନିଜର ସ୍ୱାଭିମାନ ରକ୍ଷା କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଭରସା କରିପାରନ୍ତି ବୋଲି କୁହାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story