Advertisment

ବିଚ୍‌ ରାସ୍ତାରେ ପ୍ରେମୀଯୁଗଳଙ୍କ ଆଲିଙ୍ଗନ, ଭିଡିଓ ଭାଇରାଲ

ମୁମ୍ବାଇ: ପ୍ରେମ ମାନେ ନାହିଁ ବାଧା ବନ୍ଧନ। ମାନେନି କାଳ ପାତ୍ର । ସମ୍ପର୍କର ଏହି ମଧୁର ଖିଅ ଟିକକ କେତେବେଳ କାହା ସହ କେଉଁଠି ଯୋଡ଼ି ହୋଇଯିବ ତାହା କହିବା ମୁସ୍କିଲ। ଏହି ଭଲପାଇବାକୁ ନେଇ ମାଳ ମାଳ ଉଦାହରଣ ଥିବା ବେଳେ ବିଚ୍ ରାସ୍ତାରେ ଏକ ପ୍ରେମୀଯୁଗଳଙ୍କ ଆଲିଙ୍ଗନ ଦୃଶ୍ୟ ଦେଖଣାହାରୀଙ୍କୁ ମଜା ନେବାର ଖୋରାକ ଯୋଗାଇଥିଲା।  ଏମିତି ଏକ ଘଟଣା ମହାରାଷ୍ଟ୍ରର ଭିମ୍ବଡି ଜିଲ୍ଲାରେ ଘଟିଛି । ଏହି ଭିଡିଓ ଭାଇରାଲ ହେବା […]

ଅଦ୍ୟତନ ହୋଇଛି
ବିଚ୍‌ ରାସ୍ତାରେ ପ୍ରେମୀଯୁଗଳଙ୍କ ଆଲିଙ୍ଗନ, ଭିଡିଓ ଭାଇରାଲ

viralvideo

Advertisment

ମୁମ୍ବାଇ: ପ୍ରେମ ମାନେ ନାହିଁ ବାଧା ବନ୍ଧନ। ମାନେନି କାଳ ପାତ୍ର । ସମ୍ପର୍କର ଏହି ମଧୁର ଖିଅ ଟିକକ କେତେବେଳ କାହା ସହ କେଉଁଠି ଯୋଡ଼ି ହୋଇଯିବ ତାହା କହିବା ମୁସ୍କିଲ। ଏହି ଭଲପାଇବାକୁ ନେଇ ମାଳ ମାଳ ଉଦାହରଣ ଥିବା ବେଳେ ବିଚ୍ ରାସ୍ତାରେ ଏକ ପ୍ରେମୀଯୁଗଳଙ୍କ ଆଲିଙ୍ଗନ ଦୃଶ୍ୟ ଦେଖଣାହାରୀଙ୍କୁ ମଜା ନେବାର ଖୋରାକ ଯୋଗାଇଥିଲା।  ଏମିତି ଏକ ଘଟଣା ମହାରାଷ୍ଟ୍ରର ଭିମ୍ବଡି ଜିଲ୍ଲାରେ ଘଟିଛି । ଏହି ଭିଡିଓ ଭାଇରାଲ ହେବା ପରେ ଶେଷରେ ପ୍ରେମୀ ଯୁଗଳଙ୍କୁ ସହର ଛାଡ଼ିବାକୁ ପଡ଼ିଛି।

Advertisment

ସୂଚନା ଅନୁଯାୟୀ, ସଲିମ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତ ମାର୍ଚ୍ଚ୧୧ ତାରିଖରେ ସଲିମ ନିଜ କରାରରେ କଲେଜ୍ ଯାଉଥିଲେ। ସାଙ୍ଗରେ ସଲିମଙ୍କ କେତେକ ବନ୍ଧୁ ମଧ୍ୟ ଥିଲେ। ଆଉ ବାଟରେ ନିଜ ପ୍ରେମିକାଙ୍କୁ ଦେ‌ଖି ପୁରା ପାଗଳ ହୋଇଯାଇଥିଲେ ସଲିମ। କାର ଭିତରୁ ଓହ୍ଲାଇପଡ଼ି ହାତରେ ଗୋଲାପ ଫୁଲ ନେଇ  ପ୍ରେମିକାଙ୍କ ପାଖକୁ ଧାଇଁଯାଇଥିଲେ। ଆଉ କିଛି ନ ଭାବି ବଢାଇଦେଇଥିଲେ ପ୍ରେମ ଉପହାର। ପ୍ରେମିକା  ମଧ୍ୟ ସଲିମଙ୍କ ପ୍ରେମ ନିବେଦନକୁ  ଗ୍ରହଣ କରିନେଇ ଥିଲେ। ଆଉ ଗୋଟିଏ ଇଶାରାରେ ସଲିମ ପ୍ରେମରେ ମତୁଆଲା ହୋଇ ପ୍ରେମିକାଙ୍କୁ ଜାବୁଡ଼ି ଧରି ରାସ୍ତାରେ  ଘୋରି ବୁଲିଥିଲେ। ଏହି ଦୃଶ୍ୟକୁ ନିଜ କ୍ୟମରାରେର ସଲମିଙ୍କ ସାଙ୍ଗମାନେ କଏଦ କରିଥିଲେ। ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପରେ ଏହାକୁ ନେଇ ହଙ୍ଗାମା ହୋଇଥିଲା। କେତେକ ଯୁବକ ଉଭୟ ପ୍ରେମୀ ଯୁଗଳଙ୍କୁ ଡାକି ଅପମାନ କରିଥିଲେ। ମାରପିଟ ମଧ୍ୟ କରିଥିଲେ। ଆଉ ରେଗିଂ କରି ସହର ଛାଡ଼ିବାକୁ ଧମକାଇଥିଲେ। ଭୟରେ ପ୍ରେମୀ ଯୁଗଳ  ସହର ଛାଡ଼ିଥିଲେ।  ଏନେଇ ସମ୍ପୃକ୍ତ ଯୁବତୀଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଧମକଚମକ ଦେଇଥବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe