Advertisment

ଅଟୋରେ ବି ମିଳୁଛି ଲଗ୍‌ଜୁରୀ କାର୍‌ର ସୁବିଧା

ମୁମ୍ବାଇ:  ଅଟୋରେ ବି ମିଳିପାରେ ଏକ ଲଗ୍‌ଜୁରୀ କାର୍‌ର ସୁବିଧା। ବିଶ୍ୱାସ ନ ହେଲେ ବି ଏହାକୁ ସତରେ ପ୍ରମାଣିତ କରିଛନ୍ତି ମୁମ୍ବାଇର ସତ୍ୟବାନ ଗିଟେ।  ସତ୍ୟବାନ ଜଣେ ଅଟୋ ଚାଳକ ହୋଇଥିବା ବେଳେ ତାଙ୍କ ନିଆରା ପଦକ୍ଷେପକୁ ଯାତ୍ରୀମାନେ ଭୁରିଭୁରି ପ୍ରଶଂସା  କରୁଛନ୍ତି । ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସେ କରିଥିବା ପ୍ରଚେଷ୍ଠା ଦେଖଣାହାରୀଙ୍କୁ ଖୁବ୍‌ ଆକୃଷ୍ଟ କରିଛି। ଥରେ ତାଙ୍କ ଅଟୋରେ ଯାଇଥିବା ଯାତ୍ରୀ ପୁଣି ଥରେ ସେଥିରେ ଯାତ୍ରା କରିବାକୁ ଅନାଇ […]

ଅଦ୍ୟତନ ହୋଇଛି
ଅଟୋରେ ବି ମିଳୁଛି ଲଗ୍‌ଜୁରୀ କାର୍‌ର ସୁବିଧା

auto

Advertisment

ମୁମ୍ବାଇ:  ଅଟୋରେ ବି ମିଳିପାରେ ଏକ ଲଗ୍‌ଜୁରୀ କାର୍‌ର ସୁବିଧା। ବିଶ୍ୱାସ ନ ହେଲେ ବି ଏହାକୁ ସତରେ ପ୍ରମାଣିତ କରିଛନ୍ତି ମୁମ୍ବାଇର ସତ୍ୟବାନ ଗିଟେ।  ସତ୍ୟବାନ ଜଣେ ଅଟୋ ଚାଳକ ହୋଇଥିବା ବେଳେ ତାଙ୍କ ନିଆରା ପଦକ୍ଷେପକୁ ଯାତ୍ରୀମାନେ ଭୁରିଭୁରି ପ୍ରଶଂସା  କରୁଛନ୍ତି । ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସେ କରିଥିବା ପ୍ରଚେଷ୍ଠା ଦେଖଣାହାରୀଙ୍କୁ ଖୁବ୍‌ ଆକୃଷ୍ଟ କରିଛି। ଥରେ ତାଙ୍କ ଅଟୋରେ ଯାଇଥିବା ଯାତ୍ରୀ ପୁଣି ଥରେ ସେଥିରେ ଯାତ୍ରା କରିବାକୁ ଅନାଇ ବସୁଛନ୍ତି। 

Advertisment

ସତ୍ୟବାନ ନିଜ ଅଟୋରେ ଯାତ୍ରୀଙ୍କ ପାଇଁ କମ୍ପ୍ୟୁଟର, ହାତ ଧୋଇବା ପାଇଁ ଗୋଟେ ବେସିନ୍ ଏବଂ ଫୋନ୍ ଚାର୍ଜ କରିବା ପାଇଁ ଚାର୍ଜିଂ ପଏଣ୍ଟର ସୁବିଧା ରଖିଛନ୍ତି। ଯାହାକି ଅନ୍ୟ ଅଟୋରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସ୍ୱପ୍ନ। ଯେଉଁଥିପାଇଁ ସତ୍ୟବାନ୍‌ଙ୍କ ଅଟୋରେ ଯିବାକୁ ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଅଟୋର ନାଁ ସତ୍ୟବାନ୍‌ ‘ମୁମ୍ବାଇର ପ୍ରଥମ ହୋମ୍‌ ସିଷ୍ଟମ୍‌ ଅଟୋରିକ୍ସା’ ରଖିଛନ୍ତି।

publive-imageସତ୍ୟବାନ୍‌ଙ୍କ କହିବା ଅନୁଯାୟୀ, ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମୁଁ ଅଟୋକୁ ଏମିତି ସଜେଇଛି। ତା’ସହ ବୃଦ୍ଧବୃଦ୍ଧାଙ୍କ ପାଇଁ ୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରାର ଭଡା ମଧ୍ୟ ରଖାଯାଉନାହିଁ।

Advertisment

publive-imageଅଟୋରେ ଯିବା ସମୟରେ ଲୋକମାନେ ଫୋନ୍‌ ଚାର୍ଜ କରିପାରୁଛନ୍ତି। ଯଦି କିଛି ଖାଇବେ ତେବେ ବେସିନ୍‌ରେ ହାତ ସଫା କରୁଛନ୍ତି। କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ଏବଂ ଆରାମରେ ବସି ଯାତ୍ରା କରିପାରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe