Advertisment

ମା’ ମାହେଶ୍ୱରୀଙ୍କ ମହାସ୍ନାନ ଯାତ୍ରା ଆରମ୍ଭ: ଉତ୍ସବ ମୁଖର ଦଶଘରିଆ ଗାଁ

ଦେବଗଡ: ରିଆମାଳ ଥାନା ଦଶଘରିଆ ଗାଁରେ ଚାଲିଛି ମା’ ମାହେଶ୍ୱରୀଙ୍କ ମହାସ୍ନାନ ଯାତ୍ରା।  ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନରେ ଉତ୍ସବ ମୁଖର ହୋଇଉଠିଛି ଦଶଘରିଆ ଗାଁ। ବାଡୁଅ ଝିଅମାନେ ୧୦୮ କଳସୀ ଜଳ ଆଣି ମା’ଙ୍କୁ  ମହାସ୍ନାନ କରିଥାନ୍ତି।  ଜଳ ବ୍ୟତୀତ ମା’ଙ୍କୁ କ୍ଷୀର, ଘିଅ, ମହୁ, ଗୁଡ, ଓ ଦହି ତଥା ବିଭିନ୍ନ ଔଷଧ ଦ୍ରବ୍ୟରେ ସ୍ନାନ କରାଯାଇଥାଏ। ସେହିପରି ମା’ଙ୍କ ପାଖରେ ସତେଇଶ ପ୍ରକାରର ଭୋଗ ଓ ଫୁଲରେ ପୂଜା କରାଯାଇଥାଏ। ଶ୍ରଦ୍ଧାଳୁମାନେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମା’ ମାହେଶ୍ୱରୀଙ୍କ ମହାସ୍ନାନ ଯାତ୍ରା ଆରମ୍ଭ: ଉତ୍ସବ ମୁଖର ଦଶଘରିଆ ଗାଁ

vlcsnap-2015-05-16-11h20m39s641

ଦେବଗଡ: ରିଆମାଳ ଥାନା ଦଶଘରିଆ ଗାଁରେ ଚାଲିଛି ମା’ ମାହେଶ୍ୱରୀଙ୍କ ମହାସ୍ନାନ ଯାତ୍ରା।  ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନରେ ଉତ୍ସବ ମୁଖର ହୋଇଉଠିଛି ଦଶଘରିଆ ଗାଁ। ବାଡୁଅ ଝିଅମାନେ ୧୦୮ କଳସୀ ଜଳ ଆଣି ମା’ଙ୍କୁ  ମହାସ୍ନାନ କରିଥାନ୍ତି।  ଜଳ ବ୍ୟତୀତ ମା’ଙ୍କୁ କ୍ଷୀର, ଘିଅ, ମହୁ, ଗୁଡ, ଓ ଦହି ତଥା ବିଭିନ୍ନ ଔଷଧ ଦ୍ରବ୍ୟରେ ସ୍ନାନ କରାଯାଇଥାଏ। ସେହିପରି ମା’ଙ୍କ ପାଖରେ ସତେଇଶ ପ୍ରକାରର ଭୋଗ ଓ ଫୁଲରେ ପୂଜା କରାଯାଇଥାଏ। ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ପାଇଁ ମା’ ନିକଟରେ ଭୋଗ ଅର୍ପଣ କରିଥାନ୍ତି। ଚଳିତ ବର୍ଷ ମହାସ୍ନାନ ପାଇଁ ମା’ ସପ୍ନାଦେଶ କରିଥିଲେ।

Advertisment

vlcsnap-2015-05-16-11h21m39s083  ପ୍ରତିବର୍ଷ  ବୈଶାଖ ସଂକ୍ରାନ୍ତି ତିଥିରେ ମା’ ମାହେଶ୍ୱରୀଙ୍କ ବିଧିମୁତାବକ ପୂଜା କରାଯାଇଥାଏ । ଲୋକକଥା ଅନୁଯାୟୀ , ଡୁମାଳ ସମ୍ପ୍ରଦାୟର ଜଣେ ବ୍ୟକ୍ତି ନିଜ ବିଲରେ ହଳ କରୁଥିବା ସମୟରେ  ଏକ ପ୍ରତିମୂର୍ତ୍ତି ପାଇଥିଲେ। ଲଙ୍ଗଳ ବାଜି ମର୍ତ୍ତିରୁ ରକ୍ତ ଝରିଥିଲା। ଅନ୍ୟପକ୍ଷରେ ରାତିରେ ମା’ ସ୍ୱପ୍ନାଦେଶ କଲେ ଯେ, ସେ ହେଉଛନ୍ତି ମା’ ମାହେଶ୍ୱରୀ। ତାଙ୍କୁ ଗାଁ ମୁଣ୍ଡରେ ସ୍ଥାପନା କଲେ ଗାଁର ମଙ୍ଗଳ ହେବ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଦଶଘରିଆ ଗାଁ ମୁଣ୍ଡରେ ପୂଜା ପାଇ ଆସୁଛନ୍ତି  ମା’ ମାହେଶ୍ୱରୀ । ଡୁମାଳ ସମ୍ପ୍ରଦାୟର  ଲୋକେ ବହୁ ନିଷ୍ଠାର ସହ ମା’ଙ୍କ ପୂଜା କରିଥାନ୍ତି। ବର୍ଷତମାମ ମା’ଙ୍କ ପୀଠରେ ଭକ୍ତଙ୍କ ଭିଡ ଜମିଥାଏ।