Advertisment

ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି ସାତଭାୟାର ଶେଷ ସନ୍ତକ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର

ପଟାମୁଣ୍ଡାଇ(ପ୍ରଵୀର କୁମାର ନାୟକ): ସାତଭାୟାର ୭ଟି ଗାଁକୁ ସମୁଦ୍ର ଭର୍ଗରେ ଲୀନ ହୋଇସାରିଲାଣି। ଏବେ ଶେଷ ସନ୍ତକ ସାତଭାୟାର ଆରାଧ୍ୟ ଦେବୀ ମାଆ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ରରେ ଧୀରେ ଧୀରେ ଲୀନ ହେବାକୁ ବସିଛି। ସମୁଦ୍ର ଜନବସତି ଆଡ଼କୁ ମୁହାଁଉଥିବାରୁ ପାଣିରେ ମିଶିବାକୁ ଯାଉଛି ସାତଭାୟା ସ୍ମୃତି ବହନ କରୁଥିବା ମାଆ ପଞ୍ଚୁବରାହୀଙ୍କ ମନ୍ଦିର। ସମୁଦ୍ରରେ ମନ୍ଦିର ଲୀନ ହେବା ପରେ ଆଗାମୀ ପିଢ଼ି ପାଇଁ ସତାଭାୟା ଇତିହାସ ପାଲଟିବାକୁ ଯାଉଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର […]

author-image
Manoranjan Sial
ଅଦ୍ୟତନ ହୋଇଛି
ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି ସାତଭାୟାର ଶେଷ ସନ୍ତକ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର

MAA PANCHUBARAHI TEMPLE

ପଟାମୁଣ୍ଡାଇ(ପ୍ରଵୀର କୁମାର ନାୟକ): ସାତଭାୟାର ୭ଟି ଗାଁକୁ ସମୁଦ୍ର ଭର୍ଗରେ ଲୀନ ହୋଇସାରିଲାଣି। ଏବେ ଶେଷ ସନ୍ତକ ସାତଭାୟାର ଆରାଧ୍ୟ ଦେବୀ ମାଆ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ରରେ ଧୀରେ ଧୀରେ ଲୀନ ହେବାକୁ ବସିଛି। ସମୁଦ୍ର ଜନବସତି ଆଡ଼କୁ ମୁହାଁଉଥିବାରୁ ପାଣିରେ ମିଶିବାକୁ ଯାଉଛି ସାତଭାୟା ସ୍ମୃତି ବହନ କରୁଥିବା ମାଆ ପଞ୍ଚୁବରାହୀଙ୍କ ମନ୍ଦିର। ସମୁଦ୍ରରେ ମନ୍ଦିର ଲୀନ ହେବା ପରେ ଆଗାମୀ ପିଢ଼ି ପାଇଁ ସତାଭାୟା ଇତିହାସ ପାଲଟିବାକୁ ଯାଉଛି।

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ ସାତଭାୟା ଗାଁ। ସାତଭୟା, କାନପୁର, ଗୋବିନ୍ଦପୁର, ମୋହନପୁର, ପରମାନନ୍ଦପୁର, ବାଲିଅଡା ଓ ବିଜୟନଗର ଆଦି ୭ଟି ଗାଁ ନେଇ ଗଠିତ ସାତଭାୟା ଅଞ୍ଚଳ। ଏହି ଗାଁ ଗୁଡିକ ସମୟ କ୍ରମେ ସମୁଦ୍ର ଭିତରେ ଲୀନ ହୋଇଯାଇଛି। ଗାଁ ଗୁଡ଼ିକ ସମୁଦ୍ରରେ ଲୀନ ହେବା ପରେ ବର୍ଷ ବର୍ଷ ଧରି ବସବାସ କରୁଥିବା ଲୋକମାନେ ନିଜ ଭିଟା ମାଟି ଛାଡି କିଏ କେଉଁଠି ଆଶ୍ରୟ ନେଇଛନ୍ତି। ଆଉ କିଛି ରହିବାକୁ ଜାଗା ନପାଇଁ ନିରାଶ୍ରୟଙ୍କ ପରି ଚାରିଆଡ଼େ ଘୂରି ବୁଲୁଛନ୍ତି।

[caption id="attachment_665130" align="aligncenter" width="650"]MAA PANCHUBARAHI TEMPLE ଆମା ପଞ୍ଚୁବରାହୀ ମନ୍ଦିର[/caption]

Advertisment

ସମୁଦ୍ର ଗର୍ଭରେ ଲୀନ ହୋଇଥିବା ଗାଁ ଲୋକଙ୍କ ଭିତରୁ ୫୭୧ଟି ପରିବାରକୁ ୨୦୧୮ ମସିହାରେ ସରକାର ଗୁପ୍ତିର ବଗପାଟିଆଠାରେ ଥଇଥାନ କରାଯାଇଥିଲା। ସାତଭାୟା ଗ୍ରାମବାସୀଙ୍କ ଦାବି ଅନୁସାରେ ମା’ ପଞ୍ଚୁବରାହୀ ବିଗ୍ରହକୁ ସ୍ଥାନାନ୍ତରିତ କରିଥିଲେ ସରକାର। ତେବେ ଶେଷରେ ସାତଭାୟାର ସାତଟି ଗାଁ ସମୁଦ୍ର ଗର୍ଭରେ ଲୀନ ହେବା ପରେ ସାତଭାୟାର ମାଆ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ପଶିବାକୁ ବସିଲାଣି।

ଦିନଥିଲା ବଙ୍ଗୋପସାଗର ସାଗରର ତଟବର୍ତ୍ତୀ ଏହି ସାତଭାୟା ଗାଁର ବାଲି ପାହାଡ଼ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ସମାଗମ ସାତଭାୟାରେ ହେଉଥିଲା। ପର୍ଯ୍ୟଟକମାନେ ପ୍ରାକୃତିକୁ ଉପଭୋଗ କରିବା ସହିତ ମାଆ ପଞ୍ଚୁବରାହୀଙ୍କ ଆଶୀର୍ବାଦ ନେଉଥିଲେ। ତେବେ ଆଜି ସାତଭାୟାର ଶେଷ ସନ୍ତକ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିବାକୁ ବସିଲାଣି। ଆଗାମୀ ଦିନରେ ଏହା ଇତିହାସ ପାଲଟିବାକୁ ଯାଉଛି। ଅନ୍ୟପଟେ ପରିବେଶ ସନ୍ତୁଳନ ରକ୍ଷା ନକରିବାରୁ ବାୟୁ ମଣ୍ଡଳରେ ତାପମାତ୍ର ବୃଦ୍ଧି ଯୋଗୁ ଗତ କିଛି ବର୍ଷ ହେବ ସମୁଦ୍ର ଅଶାନ୍ତ ହେବାରୁ ଉପକୁଳା ମୁହାଉଛି ସମୁଦ୍ର। ତେବେ ସରକାର ୫୭୧ଟି ପରିବାରକୁ ଥଇଥାନ କରିଛନ୍ତି ସତ, ହେଲେ ଏବେ ମଧ୍ୟ କେତେକ ପରିବାର ସମୁଦ୍ର କୂଳରେ ପଡ଼ି ରହିଛନ୍ତି। ତେବେ ସରକାର ଏହି ପରିବାରଙ୍କୁ ଥଇଥାନ କରିବା ସହିତ କିଭଳି ସେମାନଙ୍କ ଜୀବନ ସୁରକ୍ଷିତ ହୋଇ ପାରିବ ସେ ନେଇ ସରକାର ତତ୍ପରତା ଦେଖାଇବା ଆବଶ୍ୟକ ରହିଛି ସାଧାରଣରେ ମତ ପ୍ରକାଶ ପାଇଛି।