Advertisment

ଅଷ୍ଟ୍ରେଲିଆରୁ ମମତାଙ୍କ ଆବେଗଭରା ଚିଠି; ପ୍ଲିଜ୍ ମୋ’ ମାଆକୁ ଖୋଜିଦିଅ

କଟକ/ପୁରୀ(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆରୁ ଆସିଛି ମମତାଙ୍କ ଆବେଗଭରା ଚିଠି। ଆଉ ସେ ଲେଖିଛନ୍ତି, ମୋତେ ଜନ୍ମ ଦେଇଥିବା ମାଆ କେଉଁଠି ଅଛନ୍ତି? କେଉଁ ଅବସ୍ଥାରେ ଦିନ କାଟୁଛନ୍ତି? ପ୍ଲିଜ୍ ମୋ’ ମାଆକୁ ମୋତେ ଖୋଜିଦିଅ ବୋଲି ଚିଠିରେ ମମତା ଲେଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ମମତା କିଏ? କ’ଣ ତାଙ୍କ ପରିଚୟ? କେଉଁଠି ତାଙ୍କର ଜନ୍ମ? ପୂରା ଘଟଣାଟି ଏମିତି। ୨୦୦୭ ମସିହା ଜାନୁଆରୀ ୧୪ ତାରିଖ। ସେଦିନ ବଡ଼ଦାଣ୍ଡରେ ଘୂରି ବୁଲୁଥିଲା ଜଣେ ୩ […]

ଅଷ୍ଟ୍ରେଲିଆରୁ ମମତାଙ୍କ ଆବେଗଭରା ଚିଠି; ପ୍ଲିଜ୍ ମୋ’ ମାଆକୁ ଖୋଜିଦିଅ

mamata

Advertisment

କଟକ/ପୁରୀ(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆରୁ ଆସିଛି ମମତାଙ୍କ ଆବେଗଭରା ଚିଠି। ଆଉ ସେ ଲେଖିଛନ୍ତି, ମୋତେ ଜନ୍ମ ଦେଇଥିବା ମାଆ କେଉଁଠି ଅଛନ୍ତି? କେଉଁ ଅବସ୍ଥାରେ ଦିନ କାଟୁଛନ୍ତି? ପ୍ଲିଜ୍ ମୋ’ ମାଆକୁ ମୋତେ ଖୋଜିଦିଅ ବୋଲି ଚିଠିରେ ମମତା ଲେଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ମମତା କିଏ? କ’ଣ ତାଙ୍କ ପରିଚୟ? କେଉଁଠି ତାଙ୍କର ଜନ୍ମ?

Advertisment

ପୂରା ଘଟଣାଟି ଏମିତି। ୨୦୦୭ ମସିହା ଜାନୁଆରୀ ୧୪ ତାରିଖ। ସେଦିନ ବଡ଼ଦାଣ୍ଡରେ ଘୂରି ବୁଲୁଥିଲା ଜଣେ ୩ ବର୍ଷର କୁନି ଝିଅ। ନାଁ ତା’ର ମମତା।ପୁରୀ ଚାଇଲ୍‌ଡ୍‌ ଲାଇନ୍‌ ତାଙ୍କୁ ଉଦ୍ଧାର କରିଥିଲା। କେହି ଦାବିଦାର ନଥିବାରୁ ତାଙ୍କୁ କଟକ ‘ବସୁନ୍ଧରା ଶିଶୁ ଯତ୍ନ’ କେନ୍ଦ୍ରରେ ଛଡାଯାଇଥିଲା। ସେଠାରେ ଦେଢ ବର୍ଷ ରହିଥିଲା ମମତା। ପରେ ତାକୁ କୋଳେଇ ନେଇଥିଲେ ଅଷ୍ଟ୍ରେଲିୟ ଦମ୍ପତି ଡେବ୍ରା ଓ ଜେରାଡ୍‌। ସେବେଠାରୁ ସେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ଭିକ୍ଟୋରିଆ ସହରରେ ପୌଷ୍ୟ ପିତାମାତାଙ୍କ ସହ ରହୁଛନ୍ତି ମମତା। ଭଲ ପରିବେଶ ଓ ବଡ ପରିବାର ଭିତରେ ବେଶ୍‌ ଆରାମରେ ଦିନ କଟୁଛନ୍ତି। ଜାନୁଆରୀ ୩ ତାରିଖକୁ ୧୭ ପୂରି ୧୮ବର୍ଷରେ ପାଦ ଦେଇଛନ୍ତି ମମତା। ଗ୍ରାଜୁଏସନ୍‌ ପଢ଼ୁଛନ୍ତି। କିଛି ଅସୁବିଧା ନାହିଁ। ହେଲେ ଏବେ ସେ ମାଆ ବାସନ୍ତୀଙ୍କୁ ଖୋଜୁଛନ୍ତି।

ଯେଉଁ ମାଆ ପେଟ କାଟି ଜନ୍ମଦେଇଥିଲେ, ତାଙ୍କୁ ଆଜି ଖୋଜୁଛି ମମତା। ଆଉ ପୁରୀ ଚାଇଲ୍‌ଡ ଲାଇନ୍‌ ନିର୍ଦ୍ଦେଶକଙ୍କୁ ସେ ଲେଖିଛନ୍ତି ଆବେଗଭରା ଚିଠି। ମମତା ଚିଠିରେ ଲେଖିଛନ୍ତି, ମୁଁ ମୋ’ ମାଆ ବିଷୟରେ ସବୁ ଜାଣିଛି। ୧୫ ବର୍ଷ ତଳେ ଜଣେ ଅକ୍ଷମ ମାଆ ତା’ ଛୁଆର ଉଜ୍ଜଳ ଭବିଷ୍ୟତ ପାଇଁ ଚିନ୍ତା କରିଥିଲା। ସେ ଜଣେ ମହାନ ମାଆ। ମୁଁ ଏବେ ତାକୁ ଭେଟିବାକୁ ପାଗଳ। ମୋତେ ଜନ୍ମ ଦେଇଥିବା ମାଆ କେଉଁଠି ଅଛି? କେଉଁ ଅବସ୍ଥାରେ ଦିନ କାଟୁଛି? ତାହା ଭାବିଲେ ମୋ’ ଛାତି ଫାଟିଯାଉଛି। ପ୍ଲିଜ୍ ମୋ’ ମାଆକୁ ଖୋଜି ଆଣିଦିଅ ବୋଲି ମମତା ଚାଇଲ୍‌ଡ ଲାଇନ୍‌ ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି ଚିଠି।

Advertisment

ମାଆକୁ ଭେଟିବା ପାଇଁ ଜାନୁଆରୀ ଶେଷ ସପ୍ତାହରେ ଓଡ଼ିଶା ଆସିବ ବୋଲି ଚିଠିରେ ଲେଖିଛି ମମତା। ଏହା ପରେ ବ୍ୟସ୍ତ ହୋଇ ପଡ଼ିଛି ପୁରୀ ଚାଉଡ୍‌ଲାଇନ୍‌। ତିନିଟି ଟିମ୍ ପୁରୀ ଓ ଖୋର୍ଦ୍ଧାରେ ମମତାଙ୍କ ମାଆଙ୍କୁ ଖୋଜୁଛନ୍ତି। ବସ୍ତି, ଆଶ୍ରମ, ଥଇଥାନ କେନ୍ଦ୍ର ମଧ୍ୟ ମମତାଙ୍କ ମାଆଙ୍କୁ ଖୋଜୁଛି ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପର୍ତ୍ତା ମିଳିନି।

ପୁରୀ ଚାଇଲ୍‌ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ମମତା ତା’ ମାଆକୁ ଖୋଜିବା ପାଇଁ ୨୦୧୯ ମସିହାରେ ପୁରୀ ଆସିଥିଲେ। ବହୁ ଖୋଜାଖୋଜି କରିଥିଲେ। ମାତ୍ର ତା’ ମାଆକୁ ପାଇନଥିଲେ। ସେହି ବର୍ଷ ସେ ପ୍ରଥମ ଚିଠି ଲେଖିଥିଲେ। କିଛି ଫଟୋ ପଠାଇ ଲେଖିଥିଲେ, ମୁଁ ସିଂହଦ୍ୱାର ସମ୍ମୁଖରୁ ଉଦ୍ଧାର ହୋଇଥିଲି। ଫଟୋ ଦେଖି ମୁଁ କିଏ ଆପଣ ଜାଣିପାରୁଥିବେ ବୋଲି ଲେଖିଥିଲେ। ଏହା ପରେ ଡକ୍ୟୁମେଣ୍ଟ ଖୋଲି ଫଟୋ ମ୍ୟାଚ୍‌ କରିଥିଲୁ। ଆଉ ଜାଣିବାକୁ ପାଇଥିଲୁ ସେ ମମତା ବୋଲି। ଆଉ ସେ ତାଙ୍କ ମାଆଙ୍କୁ ଭେଟିବା ପାଇଁ ବ୍ୟାକୁଳ ଥିଲେ ବୋଲି ଶ୍ରୀ ରଥ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe