/odisha-reporter/media/post_attachments/uploads/2020/02/kiss.jpg)
kiss
ମୁମ୍ୱାଇ : ଧଳା ଶାର୍ଟ ଓ ବ୍ଲୁ ଜିନସ୍ ପିନ୍ଧି ଯୁବତୀଙ୍କୁ ଚୁମା ଦେଉଥିବା ଯୁବକଙ୍କୁ ମୁମ୍ୱାଇ ପୁଲିସ ଗିରଫ କରିଛି। ଯୁବକ ଜଣକ ମୁମ୍ୱାଇ ରେଲୱେ ଷ୍ଟେସନ ବ୍ରିଜ୍ରେ ଯୁବତୀଙ୍କ ମୁହଁକୁ ଜବରଦସ୍ତି କିସ୍ କରିବା ପରେ ଦୌଡି ପଳାଉଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା।
ଏହିପରି ଯୁବକ ଜଣକ ବାରମ୍ୱାର ମହିଳାଙ୍କୁ କିସ୍ କରିବା ଓ ସେମାନଙ୍କ ସମ୍ୱେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ। କିନ୍ତୁ ସେମାନେ କିଛି କରିବା ପୂର୍ବରୁ ଯୁବକ ଜଣକ ସେଠାରୁ ଦୌଡ଼ି ପଳାଉଥିଲେ। ଏହିପରି ବ୍ରିଜରେ ବୁଲିବୁଲି ଯୁବକ ଜଣକ ପ୍ରତ୍ୟେକ ଯୁବତୀଙ୍କୁ ହଇରାଣ କରୁଥିଲେ।
ମୁମ୍ୱାଇର ମାଟୁଙ୍ଗା ରେଲୱେ ଷ୍ଟେସନରେ ଯୁବକ ଜଣକ ମହିଳାଙ୍କୁ ଅସଦାଚରଣ କରୁଥିବା ଦୃଶ୍ୟ ସିସିଟିଭିରେ ଦେଖିବା ପରେ ଯୁବକଙ୍କୁ ଗିରଫ କରାଯାଇଥିଲା। ଯୁବକ ଜଣକ ମହିଳାଙ୍କୁ କିସ୍ କରୁଥିବା ଦୃଶ୍ୟ ଏବେ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି।
ମୁମ୍ୱାଇ ପୁଲିସର କହିବା ଅନୁସାରେ ଗୁରୁବାର ଗୋଟିଏ ଚୋରି ମାମଲାରେ ଯୁବକ ଜଣକ ଗିରଫ ହୋଇଥିଲେ। ତାଙ୍କ ନାମରେ ପୁଲିସରେ ଏକାଧିକ ମାମଲା ରହିଛି। ତେବେ ଅସଦାଚରଣକୁ ନେଇ କୌଣସି ମହିଳା ଏପର୍ଯ୍ୟନ୍ତ ଅଭିଯୋଗ କରିନାହାନ୍ତି। ସିସିଟିଭି ଆଧାରରେ ତାଙ୍କୁ ଗିରଫ କରାଯାଇଛି।
ଜାନୁଆରୀ ୨୬ ତାରିଖରେ ସିସିଟିଭିରେ ଏସବୁ ଦୃଶ୍ୟ କଏଦ୍ ହୋଇଥିଲା। ଏହାପରେ ଯୁବକଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
