Advertisment

ରାଷ୍ଟ୍ରପତି ମହୋଦୟ... ମୁଁ ବଞ୍ଚିବାକୁ ଚାହୁଁନାହିଁ, ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): “ରାଷ୍ଟ୍ରପତି ମହୋଦୟ… ମୁଁ ବଞ୍ଚିବାକୁ ଚାହୁଁନାହିଁ। ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ।” ଇଏ ହେଉଛି ଜଣେ ଉଚ୍ଚ ଶିକ୍ଷିତ ଯୁବକ ଅମିତ ଜୈନଙ୍କ ଆକୁଳ ନିବେଦନ। ଯିଏ ଦେହର କଷ୍ଟ ସାଙ୍ଗକୁ ଘୋର ଆର୍ଥିକ ଅନଟନରେ ଘାଣ୍ଟି ହେଉଛନ୍ତି। ଦିନକୁ ଦିନ ଶରୀର ପୀଡ଼ା ଓ ଘରର ଆର୍ଥିକ ସ୍ଥିତି ଦୟନୀୟ ହେଉଥିବାରୁ ମାନସିକ ନିର୍ଯାତନା ପାଉଛନ୍ତି। ସେଥିପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି। ବଲାଙ୍ଗିର ଜିଲ୍ଲା […]

author-image
Manoranjan Sial
ରାଷ୍ଟ୍ରପତି ମହୋଦୟ... ମୁଁ ବଞ୍ଚିବାକୁ ଚାହୁଁନାହିଁ, ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ

Balangir

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): “ରାଷ୍ଟ୍ରପତି ମହୋଦୟ... ମୁଁ ବଞ୍ଚିବାକୁ ଚାହୁଁନାହିଁ। ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ।” ଇଏ ହେଉଛି ଜଣେ ଉଚ୍ଚ ଶିକ୍ଷିତ ଯୁବକ ଅମିତ ଜୈନଙ୍କ ଆକୁଳ ନିବେଦନ। ଯିଏ ଦେହର କଷ୍ଟ ସାଙ୍ଗକୁ ଘୋର ଆର୍ଥିକ ଅନଟନରେ ଘାଣ୍ଟି ହେଉଛନ୍ତି। ଦିନକୁ ଦିନ ଶରୀର ପୀଡ଼ା ଓ ଘରର ଆର୍ଥିକ ସ୍ଥିତି ଦୟନୀୟ ହେଉଥିବାରୁ ମାନସିକ ନିର୍ଯାତନା ପାଉଛନ୍ତି। ସେଥିପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ମେନ୍‌ ରୋଡ୍‌ରେ ବାସ କରନ୍ତି ଟେକଚନ ଜୈନ। ସେ ଜଣେ ବ୍ୟବସାୟୀ। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ତେବେ ଏହି ହସଖୁସିର ଜୈନ ପରିବାରେ ଲାଗିଲା କାହାର ନଜର। ଟେକଚନ କର୍କଟ ପରି ଦୂରା ରୋଗରେ ଆକ୍ରାନ୍ତ ହେଲେ। ବାପାଙ୍କ ଏ ଦୁଃଖ ସମୟରେ ପୂରା ପରିବାର ସାଥ ଦେଇଥିଲେ। ବାପାଙ୍କ ସବୁ କଥା ବୁଝିଥିଲେ ବଡ଼ପୁଅ ଶୈଳେନ୍ଦ୍ର। ମେଡିକାଲ୍‌ ନେବାଠାରୁ ଆରମ୍ଭ କରି ଔଷଧ ଖର୍ଚ୍ଚବାଚ ପର୍ଯ୍ୟନ୍ତ। ଆଉ ସେହି ସମୟରେ ବ୍ୟବସାୟର ମଙ୍ଗ ଧରିଲେ ସାନ ପୁଅ ଅମିତ।

ଅମିତ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କ ବ୍ୟବସାୟକୁ ସମ୍ଭାଳୁ ଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହଠାତ୍‌ ଅମିତଙ୍କ ମୁଣ୍ଡ ଉପରେ ଆକାଶଟା ଛିଣ୍ଡି ପଡ଼ିଲା। ୨୦୦୯ ମସିହାରେ ସେ ସଡ଼କ ଦୁର୍ଘଟଣାରେ ଶିକାର ହେଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ପରେ ନୂଆ ଜୀବନ ପାଇଲେ ଅମିତ। ହେଲେ ଗୋଟିଏ ଗୋଡକୁ ସମ୍ପୂର୍ଣ୍ଣ ହରାଇଥିଲେ। ଏପରିକି ତାଙ୍କର ଗୋଟିଏ ହାତ କାମ କଲାନାହିଁ। ସମ୍ପୂର୍ଣ୍ଣ ପଙ୍ଗୁ ହୋଇଗଲେ ଅମିତ।

Advertisment

ଉଚ୍ଚ ଶିକ୍ଷିତ ସାନପୁଅର ଏପରି ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲା ପୂରା ପରିବାର। ଠିକ୍‌ ଏହି ସମୟରେ ଆଉ ଏକ ସଙ୍କଟ ମାଡ଼ି ଆସିଲା।ପାରିବାରିକ ବ୍ୟବସାୟ ସମ୍ଭାଳୁଥିବା ଶୈଳେନ୍ଦ୍ର ରକ୍ତ କର୍କଟରେ ଆକ୍ରାନ୍ତ ହେଲେ। ନିଜ ଆଖି ଆଗରେ ଦୁଇ ପୁଅଙ୍କ ଯନ୍ତ୍ରଣା ଦେଖି ଭାଙ୍ଗି ପଡ଼ିଥିଲେ ଟେକଚନ। ୨୦୧୧ ମସିହାରେ ତାଙ୍କର ଦେହାନ୍ତ ହେଲା। ଏହା ପରେ ପରିବାରର ବୋଝ ପଡ଼ିଲା ବୃଦ୍ଧା ମାଆଙ୍କ ଉପରେ। କଷ୍ଟମଷ୍ଟେ ଜେନତେନ କରି ପରିବାର ଚଳାଉଥିଲେ ରୋଗୀଣା ଶୈଳେନ୍ଦ୍ର ଓ ତାଙ୍କ ମାଆ।

ଜୈନ ପରିବାରର ଦୁଃଖ ଏତିକିରେ ସରିଲା ନାହିଁ। ବାପାଙ୍କ କଷ୍ଟ ଉପାର୍ଜିତ ସମ୍ପତ୍ତି ଉପରେ ନଜର ପକାଇଲେ କିଛି ଖଳ ପ୍ରକୃତିର ଲୋକ। ଜମିବାଡ଼ିକୁ ମାଡ଼ି ବସିଲେ। ବର୍ତ୍ତମାନ ନିଜ ଜମିକୁ ଯାଇପାରୁ ନାହାନ୍ତି। ଏନେଇ ସ୍ଥାନୀୟ ପୁଲିସ୍‌, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଅଫିସ୍‌ରେ ବହୁବାର ଅଭିଯୋଗ କରିଛନ୍ତି। ହେଲେ ସବୁଆଡୁ ନିରାଶ ହୋଇଛନ୍ତି ଅମିତ। ଏହା ପରେ ଅମିତ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌କୁ ଚିଠି ଲେଖିଥିଲେ। ସେଠାରୁ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ। ଯାହାଫଳରେ ତାଙ୍କୁ ମାନସିକ ଦୁଃଶ୍ଚିନ୍ତାରେ ରହିବାକୁ ପଡ଼ୁଛି। ଶରୀର କଷ୍ଟ ଓ ଯନ୍ତ୍ରଣା ସହିପାରୁ ନଥିବାରୁ ଅମିତ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଛନ୍ତି। ସେ ଲେଖିଥିବା ଚିଠିକୁ ପୋଷ୍ଟରେ ପଠାଇଛନ୍ତି।