Advertisment

‘ସ୍ୱିଗୀ’ର ବିଚିତ୍ର ଡେଲିଭରୀ : ଚେନ୍ନାଇରୁ ଅର୍ଡ଼ର ଫୁଡ୍‌ ରାଜସ୍ଥାନରୁ ଆସିଲା

ନୂଆଦିଲ୍ଲୀ:ଏବେ ସବୁ କିଛି ଡିଜିଟାଲ। ଏମିତି କି ଲୋକେ ଘରେ ବସି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡ଼ର କରୁଛନ୍ତି। ହେଲେ ଏହି ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀକୁ ନେଇ ନିକଟରେ କିଛି ଚର୍ଚ୍ଚିତ ଖବର ଆସିଥିଲା। ‘ଜୋମାଟୋ’ ଡେଲିଭରୀ ବୟ ପ୍ୟାକେଟ୍‌ରୁ ଖାଦ୍ୟ କାଢ଼ି ଖାଇବା ହେଉ ତ’ ପୁଣି ‘ସ୍ୱିଗୀ’ ଡେଲିଭରୀ କରୁଥିବା ଖାଦ୍ୟରୁ ରକ୍ତ ଲଗା ବ୍ୟାଣ୍ଡେଡ୍‌ ମିଳିବା ହେଉ ଏସବୁ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଉ ଏବେ ପୁଣି ଏକ ସେମିତି ଖବର ଆସିଛି ଯାହା […]

ଅଦ୍ୟତନ ହୋଇଛି
‘ସ୍ୱିଗୀ’ର ବିଚିତ୍ର ଡେଲିଭରୀ : ଚେନ୍ନାଇରୁ ଅର୍ଡ଼ର ଫୁଡ୍‌ ରାଜସ୍ଥାନରୁ ଆସିଲା

siwggy-order

Advertisment

ନୂଆଦିଲ୍ଲୀ:ଏବେ ସବୁ କିଛି ଡିଜିଟାଲ। ଏମିତି କି ଲୋକେ ଘରେ ବସି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡ଼ର କରୁଛନ୍ତି। ହେଲେ ଏହି ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀକୁ ନେଇ ନିକଟରେ କିଛି ଚର୍ଚ୍ଚିତ ଖବର ଆସିଥିଲା। ‘ଜୋମାଟୋ’ ଡେଲିଭରୀ ବୟ ପ୍ୟାକେଟ୍‌ରୁ ଖାଦ୍ୟ କାଢ଼ି ଖାଇବା ହେଉ ତ’ ପୁଣି ‘ସ୍ୱିଗୀ’ ଡେଲିଭରୀ କରୁଥିବା ଖାଦ୍ୟରୁ ରକ୍ତ ଲଗା ବ୍ୟାଣ୍ଡେଡ୍‌ ମିଳିବା ହେଉ ଏସବୁ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

Advertisment

ଆଉ ଏବେ ପୁଣି ଏକ ସେମିତି ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ଘଟଣାଟି ହେଉଛି ଚେନ୍ନାଇର ଜଣେ ଗ୍ରାହକ ‘ସ୍ୱିଗୀ’ ଆପର ବ୍ୟବହାର କରି ଖାଦ୍ୟ ଅର୍ଡ଼ର କରିଥିଲେ। ହେଲେ ଖାଦ୍ୟ ପ୍ୟାକେଟ୍‌ ରାଜସ୍ଥାନରୁ ଡେଲିଭରୀ ହୋଇଥିଲା। ଯେଉଁ ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ରାଜସ୍ଥାନରୁ ଚେନ୍ନାଇ ଆସୁଥିବା ସ୍ୱିଗୀ ଡେଲିଭରୀ ବଏଙ୍କ ଡେଲିଭର କରିବାର ସମୟ ସୀମା ଆପ୍‌ ସାଇଟରେ ୧୨ ମିନିଟ୍ ଦେଖାଉଥିଲା। ଯାହା ଅର୍ଡର କରିଥିବା ଯୁବକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଥିଲା ।

https://twitter.com/bhargavrajan/status/1097106621577084928

ଏ ଖବର ଭାର୍ଗବ ରଞ୍ଜନ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ମ୍ୟାପର ଫଟୋ ପୋଷ୍ଟ କରି ଓ୍ଵାଓ ‘ସ୍ୱିଗୀ’….ତୁମେ କେଉଁ ଗାଡ଼ି ଚଳାଉଛ ବୋଲି ପ୍ରଶ୍ନ କରିଥଲେ। ଭାର୍ଗବଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖି, ଆମେ ଆମ ଗ୍ରାହକଙ୍କ ପାଇଁ ଜହ୍ନକୁ ଯାଇ ପାରିବୁ ବୋଲି ‘ସ୍ୱିଗୀ’ ଉତ୍ତର ରଖିଥିଲା।  ହେଲେ  ପରେ ‘ସ୍ୱିଗୀ’ କ୍ଷମା ପ୍ରାର୍ଥନା କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe