Advertisment

କମଳା ବିକାଳି ପାଇବେ ପଦ୍ମଶ୍ରୀ, କରିଛନ୍ତି ଏହି ମହାନ କାର୍ଯ୍ୟ

ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ କମଳା ବିକାଳି ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର। ତାଙ୍କ ନାଁ ହରେକଲା ଇଜବ୍ବା। ସେ ହେଉଛନ୍ତି ବେଙ୍ଗାଲୁରୁରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ନ୍ୟୁପଡ଼ପୁ ଗାଁର ବାସିନ୍ଦା। ତାଙ୍କ ଗାଁରେ କୌଣସି ସ୍କୁଲ୍‌ ନଥିଲା। ତେଣୁ ଗାଁରେ ଏକ ସ୍କୁଲ୍ ଖୋଲିବାକୁ ସେ ସ୍ଥିର କରିଥିଲେ। କମଳା ବିକ୍ରି କରି ଯେତିକି ଟଙ୍କା ସଞ୍ଚୟ କରିଥିଲେ ସେଥିରେ ଗୋଟେ ସ୍କୁଲ୍‌ ଗଢ଼ିଥିଲେ। ନିଜ ସଞ୍ଚିତ ଟଙ୍କା ସହ ଲୋନ୍‌ କରି ୨୦୦୦ ମସିହାରେ […]

ଅଦ୍ୟତନ ହୋଇଛି
କମଳା ବିକାଳି ପାଇବେ ପଦ୍ମଶ୍ରୀ, କରିଛନ୍ତି ଏହି ମହାନ କାର୍ଯ୍ୟ

orange

Advertisment

ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ କମଳା ବିକାଳି ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର। ତାଙ୍କ ନାଁ ହରେକଲା ଇଜବ୍ବା। ସେ ହେଉଛନ୍ତି ବେଙ୍ଗାଲୁରୁରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ନ୍ୟୁପଡ଼ପୁ ଗାଁର ବାସିନ୍ଦା। ତାଙ୍କ ଗାଁରେ କୌଣସି ସ୍କୁଲ୍‌ ନଥିଲା। ତେଣୁ ଗାଁରେ ଏକ ସ୍କୁଲ୍ ଖୋଲିବାକୁ ସେ ସ୍ଥିର କରିଥିଲେ। କମଳା ବିକ୍ରି କରି ଯେତିକି ଟଙ୍କା ସଞ୍ଚୟ କରିଥିଲେ ସେଥିରେ ଗୋଟେ ସ୍କୁଲ୍‌ ଗଢ଼ିଥିଲେ। ନିଜ ସଞ୍ଚିତ ଟଙ୍କା ସହ ଲୋନ୍‌ କରି ୨୦୦୦ ମସିହାରେ ସେ ସ୍କୁଲ୍‌ ସ୍ଥାପନ କରିଥିଲେ। ପ୍ରଥମେ ଏହି ସ୍କୁଲ୍‌ରେ ୨୮ ଜଣ ନାଁ ଲେଖାଇଥିଲେ।

Advertisment

publive-imageହରେକଲା ତାଙ୍କର ପ୍ରାଥମିକ ଶିକ୍ଷା ପୂରା କରିପାରି ନଥିଲେ। ତେବେ ତାଙ୍କ ସହିତ ଘଟିଥିବା ଏକ ଘଟଣା ତାଙ୍କୁ ଏହି ସ୍କୁଲ୍‌ କରିବା ପାଇଁ ପ୍ରେରିତ କରିଥିଲା। ଥରେ ସେ କମଳା ବିକୁଥିବା ସମୟରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଆସି ତାଙ୍କୁ କମଳାର କିଲୋ ପ୍ରତି ଦର ପଚାରିଥିଲେ। ସେ ସମୟରେ ସେ କମଳାର ଦାମ୍‌ ଇଂରାଜୀରେ କହିପାରି ନଥିଲେ। କାରଣ ତାଙ୍କୁ ଟୁଲୁ ଓ ବେରି ଭାଷା ଛଡ଼ା ଆଉ କିଛି ଆସୁ ନଥିଲା।  ସେ ବିଦେଶୀ ପର୍ଯ୍ୟଟକ ଦ୍ୱୟଙ୍କୁ ଇଂରାଜୀରେ ଦାମ୍‌ କହିପାରିଲେନି ବୋଲି ସେମାନେ କମଳା ନ କିଣି ଚାଲି ଯାଇଥିଲେ। ସେ ଘଟଣାଟି ହରେକଲାଙ୍କୁ ଖୁବ୍‌ ଆଘାତ ଦେଇଥିଲା। ସେବେଠୁ ହିଁ ସେ ସ୍ଥିର କରିଥିଲେ ଯେ, ଯେଉଁ ସମସ୍ୟାର ସମ୍ମୁଖୀନ ସେ ହେଲେ ତାହା ତାଙ୍କ ଗାଁର ଆଉ କୌଣସି ଛୁଆଙ୍କ ସହିତ ହେବାକୁ ଦେବେନି। ହରେକଲାଙ୍କର ଆଶା ରହିଛି ଯେ, ସରକାର ତାଙ୍କ ଗାଁରେ ଗୋଟେ କଲେଜ୍‌ ଖୋଲିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe