Advertisment

ଆଇଟି ଚାକିରି ଛାଡ଼ି ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି

ନୂଆଦିଲ୍ଲୀ: ମଞ୍ଜୁନାଥ ଲଗ୍‌ରାଜ। ବୟସ ୩୧। ବେଙ୍ଗାଲୁରୁରେ ରହନ୍ତି। ଆଇଟି ସେକ୍ଟରରେ କାମ କରୁଥିଲେ। ଇଚ୍ଛା ଥିଲା ଜଣେ ସାଇକେଲ୍‌ ଚାଳକ ହେବେ। ସାଇକେଲ୍‌ ଚଲେଇ ସାରା ଦେଶ ବୁଲିବେ ଏବଂ ଅଙ୍ଗ ଦାନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଆଉ ଏହି ନିଶା ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା। ଦୁଇ ବର୍ଷ ହେବ ଚାକିରି ଛାଡ଼ି ମଞ୍ଜୁନାଥ ଏହି ଅଭିଯାନରେ ବାହାରିଛନ୍ତି। ଏ ପର୍ଯ୍ୟନ୍ତ ସେ ସାଇକେଲରେ ମୋଟ ୭,୦୦୦ […]

ଅଦ୍ୟତନ ହୋଇଛି
ଆଇଟି ଚାକିରି ଛାଡ଼ି ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି

cycl

Advertisment

ନୂଆଦିଲ୍ଲୀ: ମଞ୍ଜୁନାଥ ଲଗ୍‌ରାଜ। ବୟସ ୩୧। ବେଙ୍ଗାଲୁରୁରେ ରହନ୍ତି। ଆଇଟି ସେକ୍ଟରରେ କାମ କରୁଥିଲେ। ଇଚ୍ଛା ଥିଲା ଜଣେ ସାଇକେଲ୍‌ ଚାଳକ ହେବେ। ସାଇକେଲ୍‌ ଚଲେଇ ସାରା ଦେଶ ବୁଲିବେ ଏବଂ ଅଙ୍ଗ ଦାନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଆଉ ଏହି ନିଶା ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା।

Advertisment

ଦୁଇ ବର୍ଷ ହେବ ଚାକିରି ଛାଡ଼ି ମଞ୍ଜୁନାଥ ଏହି ଅଭିଯାନରେ ବାହାରିଛନ୍ତି। ଏ ପର୍ଯ୍ୟନ୍ତ ସେ ସାଇକେଲରେ ମୋଟ ୭,୦୦୦ କିଲୋମିଟର ଯାତ୍ରା କରି ସାରିଲେଣି। ସେ ପ୍ରଥମ ଭାଗରେ କନ୍ୟାକୁମାରୀରୁ କଶ୍ମୀର ଯାତ୍ରା କରିଥିଲେ। ଏଥିପାଇଁ ତାଙ୍କୁ ୪୦ ଦିନ ଲାଗିଥିଲା। ଦ୍ୱିତୀୟ ଭାଗରେ ସେ ଅହମଦାବାଦ୍‌ରୁ ଗୌହାଟୀକୁ ଯାତ୍ରା କରିଥିଲେ। ଏଥିପାଇଁ ତାଙ୍କୁ ୨୦ ଦିନ ଲାଗିଥିଲା।

ମଞ୍ଜୁନାଥଙ୍କ କହିଛନ୍ତି, "ଅଧିକ ଦରମା ମିଳୁଥିବା ଚାକିରିକୁ ଛାଡ଼ିବା ଏତେ ସହଜ ନୁହେଁ। ମତେ ମୋ ବୃତ୍ତିରୁ ଭଲ ଟଙ୍କା ମିଳୁଥିଲା। କିନ୍ତୁ ମୋର ଲକ୍ଷ ଭିନ୍ନ ଥିଲା। ଦୁଇ ବର୍ଷ ତଳେ ଚାକିରି ଛାଡ଼ିବା ପରେ ମୁଁ ଭାରତରେ ଅଙ୍ଗଦାନର ଅବସ୍ଥା କ’ଣ ଅଛି, ତାହା ଜାଣିବା ପାଇଁ ଚେଷ୍ଟା କରିଥିଲି। ଯାହା ଜାଣିବାକୁ ପାଇଲି ଲୋକମାନେ ଏଥିପାଇଁ ସଚେତନ ନାହାନ୍ତି। ସର୍ଭେରୁ ଯାହା ଜଣାପଡିଛି, ୧ଲକ୍ଷ୍ୟ ଲୋକଙ୍କ ମଧ୍ୟରେ ଜଣେ ଅଙ୍ଗଦାତା ରହୁଛନ୍ତି। ଏହାପରେ ପ୍ରଥମେ ମୁଁ କିଛି ଛୋଟ ଛୋଟ ଏନ୍‌ଜିଓକୁ ଯାଇ ଏ ବିଷୟରେ ଆଲୋଚନା କଲି। କିନ୍ତୁ  କିଛି ବିଶେଷ ଲାଭ ମିଳିଲା ନାହିଁ। ପରେ ମୁଁ ନିଜେ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବା କଥା ଭାବିଲି।"
ସେ କହିଛନ୍ତି, "ପ୍ରଥମେ ବେଙ୍ଗାଲୁରୁରୁ  ୪୦୦-୫୦୦ କିଲୋମିଟର ସାଇକେଲ ଚଲାଇଲି। ସାଇକେଲ୍‌ ଯାତ୍ରା ସମୟରେ ମୁଁ ଅନେକ ଦୁର୍ଘଟଣା ଦେଖିବା ସହ ବର୍ଷା ମାଡ଼ ଖାଇଛି। ଯେହେତୁ ମୋତେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବାର ଥିଲା, ସେଥିପାଇଁ ମୋତେ ସବୁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ବୋଲି ମୁଁ ଜାଣିଥିଲି।"

Advertisment

ଆଗକୁ ସାଇକେଲ୍‌ରେ ଯାତ୍ରା କରି ମଞ୍ଜୁନାଥ ଅଧିକ ଲୋକଙ୍କୁ ସଚେତନ କରେଇପାରିବେ ବୋଲି ଆଶା ରଖିଛନ୍ତି। ସାଇକେଲ୍‌ ଯାତ୍ରା କରୁଥିବା ସମୟରେ ସେ ହାଇୱେ ନୁହେଁ, ବରଂ ଗାଁ ଦେଇ ଯିବାକୁ ଚେଷ୍ଟା କରନ୍ତି । ଏହାଦ୍ୱାରା ସେ ଅଧିକ ଲୋକଙ୍କୁ ଭେଟି ପାରିବେ ଏବଂ ଅଙ୍ଗ ଦାନର ମହତ୍ତ୍ୱ ବିଷୟରେ ବୁଝାଇପାରିବେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe