ଚୁଲି ଭାଙ୍ଗିବା ସହିତ ପଦାରେ ପଡ଼ିଛି ମନ୍ଦିର ପ୍ରଶାସନର ଦୁର୍ବଳତା

ସ୍ୱାତୀ ଜେନା ମହାପ୍ରଭୁ ଜଗନ୍ନାଥ ଆମ ଆରାଧ୍ୟ ଦେବତା। ଶ୍ରୀମନ୍ଦିର ଆମ ଗର୍ବ, ଗୌରବ, ଐତିହ୍ୟର ପରିଚୟ। କିନ୍ତୁ ମନରେ ଶଙ୍କା ସୃଷ୍ଟି ହେଲାଣି ଶ୍ରୀମନ୍ଦିରର ‘ଶ୍ରୀ’ ଆଉ ରହିବ ଟି?  ରୋଷଘର ଚୁଲି ଭଙ୍ଗାଯିବା ପରେ ମନରେ ନାହିଁ ନଥିବା ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ୍। ଖୋର୍ଦ୍ଧା ବେବୁନିଆ ଅଂଚଳର ଦେଉଳି ଗାଁର ଜଗନ୍ ମହାପାତ୍ର ନାମକ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ତାଙ୍କୁ ଗିରଫ କରାଯାଇଛି। ଏସ୍ପି କହିଛନ୍ତି, ସେ ଚୁଲି ଭାଙ୍ଗିବାର […]

puri

puri

Debendra Prusty
  • Published: Thursday, 07 April 2022
  • Updated: 07 April 2022, 04:28 PM IST

Sports

Latest News

ସ୍ୱାତୀ ଜେନା

ମହାପ୍ରଭୁ ଜଗନ୍ନାଥ ଆମ ଆରାଧ୍ୟ ଦେବତା। ଶ୍ରୀମନ୍ଦିର ଆମ ଗର୍ବ, ଗୌରବ, ଐତିହ୍ୟର ପରିଚୟ। କିନ୍ତୁ ମନରେ ଶଙ୍କା ସୃଷ୍ଟି ହେଲାଣି ଶ୍ରୀମନ୍ଦିରର ‘ଶ୍ରୀ’ ଆଉ ରହିବ ଟି?  ରୋଷଘର ଚୁଲି ଭଙ୍ଗାଯିବା ପରେ ମନରେ ନାହିଁ ନଥିବା ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ୍।

ଖୋର୍ଦ୍ଧା ବେବୁନିଆ ଅଂଚଳର ଦେଉଳି ଗାଁର ଜଗନ୍ ମହାପାତ୍ର ନାମକ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ତାଙ୍କୁ ଗିରଫ କରାଯାଇଛି। ଏସ୍ପି କହିଛନ୍ତି, ସେ ଚୁଲି ଭାଙ୍ଗିବାର କାରଣ ହେଲା, “ତାକୁ ମନ୍ଦିର ଭିତରେ ଥିବା ରୋଷ ଘର ଭଲ ଲାଗିଲା ନାହିଁ“। ଭଲ ଲାଗିଲାନି, ତେଣୁ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ  ୪୦ଟି ଚୁଲି ଭାଙ୍ଗିଦେଲା। କଥାଟି ଗ୍ରହଣ କରିବା କଷ୍ଟ ହେଉଥିଲେ ବି ପୁଲିସକୁ ବିଶ୍ୱାସ ନକରି ଚାରା ନାହିଁ।

ସେପଟେ ଚୁଲି ଭାଙ୍ଗିଥିବା ଯୁବକ ବି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ଅଭିଯୋଗକୁ ସ୍ୱୀକାର କରିଛି ଏବଂ ଏକାକି ହାତରେ ସବୁତକ ଚୁଲି ଭାଙ୍ଗିଥିବା କହିଛି। ସେ ଯାହା କହିଛି ତାହା ତର୍ଜମା କଲେ ଯୁବକଟି ପ୍ରତି କ୍ରୋଧ ଆସିବନି, ବରଂ ମନ୍ଦିରର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହେବ। ଯେଉଁଠି ଷାଠିଏ ପଉଟି ଭୋଗ ରନ୍ଧା ଯାଇ ବଡ଼ ଠାକୁରଙ୍କୁ ଭୋଗଲାଗି ହେଉଛି, ସେଠାରେ ସ୍ୱଚ୍ଛତା କେତେ ଅବଲମ୍ବନ କରାଯାଉଛି? ରୋଷଘର ପରିଷ୍କାର ପରିଛନ୍ନ କରାଯାଉଛି ତ? କାରଣ ପ୍ରତିଦିନ  ହଜାର ହଜାର  ଭକ୍ତ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରୁଛନ୍ତି। ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ଅଛି, ପରିସ୍କାର, ପରିଚ୍ଛନ୍ନ ରହିଲେ ହିଁ ମା’ ଲକ୍ଷ୍ମୀ ବିରାଜ କରନ୍ତି। ତେବେ ଯେଉଁ ଖନ୍ଦାଶାଳରେ ମା’ ଲକ୍ଷ୍ମୀ ନିଜେ ରାନ୍ଧୁଣୀ, ସେ ରୋଷଘର ଅପରିସ୍କାର ଦେଖିଲେ, ଯେ କେହି ବି କ୍ରୋଧିତ ହେବ। ସାଧାରଣ ଭକ୍ତଟି ମନ ବ୍ୟଥିତ ହେବ। ଅନ୍ତରରେ ଉଦବେଗ ପ୍ରକାଶ ପାଇବ।

ପୂର୍ବରୁ ଅନେକ ଥର ମନ୍ଦିରର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି। ମୁଖ୍ୟତଃ ମନ୍ଦିର ପ୍ରାଙ୍ଗଣରେ ସେବାୟତମାନେ ପରିସ୍ରା କରୁଥିବାର ଅଭିଯୋଗ ହୋଇଛି। ମନ୍ଦିରର ଚତୁର୍ପାଶ୍ୱକୁ ପରିସ୍କାର କରାଯାଉ ନାହିଁ। ପରିବା ଚୋପାଠାରୁ ବଳକା ଅଭଡ଼ାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଫିଙ୍ଗା ଯାଉନି। ମନ୍ଦିର ଭିତରେ ମନ ଇଚ୍ଛା ପାନ ଛେପ ପଡୁଛି। ୨୦୧୯ ଜୁଲାଇରେ ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ପାନଛେପ ନ ପକାଇବା ପାଇଁ ନିୟମ କରାଯାଇଥିଲା। ଆଉ ନିୟମ ଉଲଙ୍ଘନ କଲେ, ହଜାରେ ଟଙ୍କା ଜୋରିମାନାର ବ୍ୟବସ୍ଥା କରାଯାଇଥିଲା। ଦୁଇ ବର୍ଷ ତଳେ ୫ଟି ସଚିବ ପାନଛେପ ପକାଇବା ନେଇ କ୍ଷୁବ୍ଧ ହେବା ସହ  ପ୍ରଶାସନକୁ ତାଗିଦ୍ ମଧ୍ୟ କରିଥିଲେ। ହେଲେ ଫଳ ଶୂନ। ମନ୍ଦିର ବାହାର ଚକ୍ ଚକ୍ କରିବାକୁ ଯାଇଁ ମନ୍ଦିର ଭିତରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉ ନାହାଁନ୍ତି ରାଜ୍ୟ ସରକାର।

ଏବେ ଆସିବା ସୁରକ୍ଷା ପ୍ରସଙ୍ଗକୁ। ପୁରୀ ମନ୍ଦିରକୁ ନେଇ ଏମିତି ଗୋଟିଏ ଅଘଟଣ କେବେ ଘଟିନଥିଲା। କିନ୍ତୁ ଏହି ଘଟଣା ମନ୍ଦିର ସୁରକ୍ଷା ଉପରେ ଗୋଟିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଶନିବାର ରାତି ସାଢ଼େ ୧୧ଟାରେ  ବଡ଼ ଠାକୁରଙ୍କ ପହଡ଼ ପଡ଼ିଲା। ମନ୍ଦିର ବନ୍ଦ ହେଲା ବେଳକୁ କେହି ଜଣେ ବି ଶ୍ରଦ୍ଧାଳୁ ମନ୍ଦିର ଭିତରେ ରହିବା କଥା ନୁହେଁ। ତାହାଲେ କେମିତି ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଜଗନ ମହାପାତ୍ର ମନ୍ଦିର ଭିତରେ ମନ ଇଚ୍ଛା ବୁଲୁଥିଲା? ଯେଉଁଠି ମହାପ୍ରସାଦ ରନ୍ଧା ଯାଉଛି, ସେଠାକୁ ଜଣେ ସାଧାରଣ ଲୋକ ପ୍ରବେଶ କଲା କେମିତି? ସବୁଠାରୁ ବଡ଼ କଥା ହେଲା ଜଗନ୍ନାଥ ଟେମ୍ପୁଲ ପୁଲିସ କରୁଥିଲେ କଣ? କେତେ ସଂଖ୍ୟକ ପୁଲିସ ମନ୍ଦିରର କେଉଁ ଦ୍ୱାରରେ  ମୁତୟନ କରାଯାଇଛି? ପୁଲିସ ଉପସ୍ଥିତିରେ ପହଡ଼ ପଡ଼ିବାର ୨ ଘଣ୍ଟା ଧରି କେମିତି ମନ୍ଦିର ଭିତରେ ରହି ଭଙ୍ଗାରୁଜା କରି ଚାଲିଥିଲା ଏହି ଯୁବକ?

ମନ୍ଦିରରେ ଲାଗିଥିବା ସିସିଟିଭି ବ୍ୟବସ୍ଥାର ବିଫଳତା ମଧ୍ୟ ପଦାକୁ ଆସୁଛି। ଗାଡିର ସ୍ପିଡ୍‌ ମାପିବା ପାଇଁ ବି ରାସ୍ତାଘାଟରେ ସରକାର ସିସିଟିଭି ଲଗାଇଲେଣି। କିନ୍ତୁ ଆମ ପରିଚୟ, ଆମ ଅସ୍ମିତା ଓ ବିଶ୍ୱାସର ପ୍ରତୀକ ଜଗନ୍ନାଥ ମନ୍ଦିରରେ ସିସିଟିଭି ଅଚଳ। କିଛି ବର୍ଷ ପୂର୍ବେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମନ୍ଦିରରେ ୯୧ଟି ସିସିଟିଭି ଲାଗିଥିଲା। କିନ୍ତୁ ଏବେ ମାତ୍ର ୧୧ଟି ସଚଳ ଥିବା ସେବାୟତ କହୁଥିବା ବେଳେ ବାକି ୮୦ଟି ଅଚଳ। ଯଦି ଏହା ସତ ହୋଇଥାଏ, ତାହାଲେ କଥା ସାଙ୍ଘାତିକ। କିନ୍ତୁ ପ୍ରଶ୍ନ, ସିସିଟିଭିକୁ ମନିଟର କରୁଛି କିଏ? ଖାଲିତ ସିସିଟିଭି ଲଗାଇ ଦେଲେ ହେବ ନାହିଁ! ଏଥିରୁ ଜଣା ପଡୁଛି, ଲୋକଙ୍କ ଗତିବିଧି, ଘଟଣା ଦୁର୍ଘଟଣା ଉପରେ ନଜର ରଖିବା ପାଇଁ  ଲଗାଯାଇଥିବା ସିସିଟିଭିର ନିୟମିତ ଭାବେ ମନିଟର କରାଯାଉ ନାହିଁ। ଯଦି ହେଉଥାନ୍ତା, ତାହାଲେ ନିମିଷକ ମଧ୍ୟରେ ଦୁର୍ବୃତ୍ତକୁ କାବୁ କରିପାରିଥାନ୍ତା ପୁଲିସ।

ଧରା ପଡ଼ିଥିବା ଯୁବକଙ୍କ କହିବାନୁଯାୟୀ, ଚୁଲି ଭାଙ୍ଗିକି ଫେରିଲା ବେଳକୁ, ତାକୁ ତିନି ଜଣ ପୁଲିସ ଦେଖିଛନ୍ତି। ପୁଲିସ ଯୁବକଟିକୁ କିଛି ପଚରା ଉଚୁରା କରିବା ପରିବର୍ତ୍ତେ, ତାର ଗତିବିଧି ନେଇ ପ୍ରଶ୍ନ କରିବା ପରିବର୍ତ୍ତେ, ସୁରକ୍ଷା ଦେଇ ସିଂହଦ୍ୱାରରେ ଛାଡ଼ି ଦେଉଛନ୍ତି। ରାତି ତମାମ୍ ମନ୍ଦିର ଭିତରେ କଣ ବିଭ୍ରାଟ ଘଟିଲା, କେଉଁ ଗୋଟିଏ ବି ପୁଲିସ ପାଖରେ ଖବର ରହିଲା ନାହିଁ। ଏ କେଉଁ ପ୍ରକାର ସୁରକ୍ଷା? ଏ କେଉଁ ପ୍ରକାର ପୁଲିସ ବ୍ୟବସ୍ଥା? ଏ କେଉଁ ପ୍ରକାର ଐତିହ୍ୟ ରକ୍ଷା। ପୂର୍ବରୁ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ନଜର ରହିଥିବା ଗୁଇନ୍ଦା ବିଭାଗ ମଧ୍ୟ ରିପୋର୍ଟ ଦେଇ ସାରିଛି। ସୁପ୍ରିମକୋର୍ଟ ମଧ୍ୟ ମନ୍ଦିର ସୁରକ୍ଷା ଓ ପରିଚାଳନା ନେଇ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ପ୍ରଶାସକଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସବୁ ଜାଣି ମଧ୍ୟ ଶ୍ରୀମନ୍ଦିରକୁ ନେଇ ଚରମ ଅବହେଳା ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର। କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଖୋଳ ଖେଳୁଛନ୍ତି କି ସରକାର? ଶ୍ରୀ ମନ୍ଦିରକୁ ନେଇ ଗୋଟିଏ ପରେ ଗୋଟିଏ ବିଘଟଣ ହେଇଥିଲେ ବି ସବୁ କିଛିକୁ ଆଖି ବୁଜି ନିଶ୍ଚିନ୍ତ ରହିଯାଇଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story